କେତେ ସଫଳ ହେବ ଆଣ୍ଟିବଡି ପରୀକ୍ଷା

ଓ୍ବାଶିଂଟନ,୧୨।୪: କୋଭିଡ୍‌-୧୯ ସଂକ୍ରମଣକୁ ନେଇ ଅଧିକାଂଶ ଦେଶ ଲକ୍‌ଡାଉନ ରହିଛି। କେବେ ଜୀବନଯାତ୍ରା ସ୍ବାଭାବିକ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା। ଏବେ ବଡ଼ ପ୍ରଶ୍ନ ଉଠୁଛି, ଆମେରିକୀୟମାନେ କେବେ ଓ କିପରି ସ୍କୁଲ ଓ କାର୍ଯ୍ୟସ୍ଥଳ ଭଳି ସର୍ବସାଧାରଣ ସ୍ଥାନକୁ ଫେରିବେ। ଏହା ଆଣ୍ଟିବଡି ପରୀକ୍ଷା ଉପରେ ନିର୍ଭର କରୁଥିବା କୁହାଯାଉଛି। ଜଣେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ କି ନାହିଁ ତାହା ଏହି ପରୀକ୍ଷାରୁ ଜଣାପଡିବ। ଯେଉଁମାନଙ୍କଠାରେ ପ୍ରତିରୋଧ ଶକ୍ତି ଥିବା ବିଶ୍ୱାସ କରାଯିବ, ସେମାନେ ନିରାପଦରେ କାର୍ଯ୍ୟସ୍ଥଳକୁ ଫେରିପାରିବେ। କେଉଁ ସ୍ବାସ୍ଥ୍ୟସେବା କର୍ମଚାରୀ ସଂକ୍ରମିତ ହେବାରୁ ସୁରକ୍ଷିତ ଓ ରୋଗୀଙ୍କ ଚିକିତ୍ସା ଜାରି ରଖିପାରିବେ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଜନସଂଖ୍ୟାର କେତେଭାଗ ସଂକ୍ରମିତ ହୋଇଛନ୍ତି ତାହା ଦେଖିବା ଲାଗି ଆଣ୍ଟିବଡି ପରୀକ୍ଷା ଆରମ୍ଭ ହୋଇଥିବା ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ଆଣ୍ଟିବଡି ଉପସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଦେଶର ୧୦,୦୦୦ ସୁସ୍ଥ ସ୍ବେଚ୍ଛାସେବୀଙ୍କ ପରୀକ୍ଷା କରାଯିବ ବୋଲି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ ପକ୍ଷରୁ ଘୋଷଣା କରାଯାଇଛି। ସପ୍ତାହେ ମଧ୍ୟରେ ବହୁସଂଖ୍ୟାରେ ପରୀକ୍ଷା ଉପଲବ୍ଧ ହୋଇପାରିବ ବୋଲି ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆନ୍ଥୋନୀ ଏସ୍‌. ଫୌସି କହିଛନ୍ତି। ସମାଜକୁ ଭୂତାଣୁ କେତେ କବଳିତ କରିଛି ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। କେତେକ ସ୍ଥିତିରେ ଇମ୍ୟୁନିଟି ସାର୍ଟିଫିକେଟର ଗୁରୁତ୍ୱ ରହିଛି। ବ୍ରିଟେନ, ଇଟାଲୀ ସମେତ ବିଭିନ୍ନ ଦେଶ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳକୁ ଫେରିବା ଲାଗି ଅନୁମତି ଦେବା ନିମନ୍ତେ ଇମ୍ୟୁନିଟି ପ୍ରମାଣ ଯୋଗାଇଦେବା କଥା ଚିନ୍ତା କରୁଛନ୍ତି। ଅଧିକାଂଶ ପରୀକ୍ଷା ଠିକ୍‌ ହେଉ ନ ଥିବାରୁ ଏହାର ସଠିକତାକୁ ନେଇ ସମସ୍ୟା ରହିଛି।
ସେରୋଲୋଜି ବା ଆଣ୍ଟିବଡି ପରୀକ୍ଷାରୁ କରୋନା ଭୂତାଣୁ ପ୍ରତି ଶରୀରର ପ୍ରତିଷେଧକ କ୍ଷମତା କେତେ ତାହା ଜଣାପଡିଥାଏ। ଆପଣଙ୍କ ଶରୀର ଉକ୍ତ ଭୂତାଣୁକୁ ପ୍ରତିରୋଧ କଲେ, ଏହି ଆଣ୍ଟିବଡିକୁ ଚିହ୍ନଟ କରିବା ଓ ପ୍ରତିଷେଧକ ପ୍ରତିକ୍ରିୟା ବଢ଼ାଇବା ଲାଗି କିଛି ସମୟ ଲାଗିବ। ଉକ୍ତ ପ୍ରତିଷେଧକ ଅଣୁଗୁଡ଼ିକୁ ଆଣ୍ଟିବଡ଼ି କୁହାଯାଇଥାଏ। ପ୍ରଥମ ପ୍ରକାର ଆଣ୍ଟିବଡି ହେଲା ଇମ୍ୟୁନୋଗ୍ଲୋବୁଲିନ୍‌ ଏମ୍‌ ବା ଆଇଜିଏମ୍‌। ସଂକ୍ରମଣର କିଛିଦିନ ମଧ୍ୟରେ ଏହାର ସ୍ତର ବୃଦ୍ଧି ପାଇଥାଏ। ଏହା ଏକ ଜେନେରିକ୍‌ ଯୋଦ୍ଧା। ନିର୍ଦ୍ଦିଷ୍ଟ ଭୂତାଣୁକୁ ଧ୍ୱଂସ କରିବାରେ ଶରୀର ଏହାକୁ ଦ୍ୱିତୀୟ ପ୍ରକାର ଆଣ୍ଟିବଡି ଇମ୍ୟୁନୋଗ୍ଲୋବୁଲିନ୍‌ ଜି ବା ଆଇଜିଜିରେ ପରିବର୍ତ୍ତନ କରିଥାଏ, ଯାହା ଭୂତାଣୁକୁ ଚିହ୍ନଟ କରିପାରେ। ସଂକ୍ରମଣ ଆରମ୍ଭ ହେବାରୁ ୨୮ ଦିନ ମଧ୍ୟରେ ଆଇଜିଜି ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହାବ୍ୟତୀତ ଫୁସ୍‌ଫୁସ୍‌ର ଆଭ୍ୟନ୍ତରୀଣ ସ୍ତର ମୁକୋସାଲ ଟିସ୍ୟୁରେ ତୃତୀୟ ପ୍ରକାର ଆଣ୍ଟିବଡି ଆଇଜିଏ ରହିଛି। ଇନ୍‌ଫ୍ଲୁଏଞ୍ଜା ଭଳି ଶ୍ୱାସକ୍ରିୟାଜନିତ ସଂକ୍ରମଣକୁ ପ୍ରତିହତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ।
ତେବେ ଏହି ଆଣ୍ଟିବଡି ବହୁ ବିଳମ୍ବରେ ବିକଶିତ ହେଉଥିବାରୁ ସଂକ୍ରମଣକୁ ଆରମ୍ଭରୁ ଚିହ୍ନଟ କରିବାରେ ସହାୟକ ହୋଇ ନ ଥାଏ। ତେଣୁ ଡାଇଗ୍ନୋସିସ୍‌ରେ ଏହା କାମରେ ଆସି ନ ଥାଏ ବୋଲି ନ୍ୟୁୟର୍କର ଭାଇରୋଲୋଜିଷ୍ଟ ଡ. ଫ୍ଲୋରିଆନ୍‌ କ୍ରାମର କହିଛନ୍ତି। ତେବେ ୨୫ରୁ ୫୦ ପ୍ରତିଶତ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଉ ନ ଥିବାବେଳେ ଅନ୍ୟମାନଙ୍କଠାରେ ସାମାନ୍ୟ ଅସୁସ୍ଥତା ଦେଖାଦେଇଥାଏ। ସେରୋଲୋଜି ପରୀକ୍ଷାରୁ ସେହି ଲୋକମାନଙ୍କୁ ଚିହ୍ନଟ କରିହେବ ଓ କରୋନାରେ ମୃତ୍ୟୁହାର ଆକଳନ କରିବାରେ ସହାୟକ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri