କେତେ ସଫଳ ହେବ ଆଣ୍ଟିବଡି ପରୀକ୍ଷା

ଓ୍ବାଶିଂଟନ,୧୨।୪: କୋଭିଡ୍‌-୧୯ ସଂକ୍ରମଣକୁ ନେଇ ଅଧିକାଂଶ ଦେଶ ଲକ୍‌ଡାଉନ ରହିଛି। କେବେ ଜୀବନଯାତ୍ରା ସ୍ବାଭାବିକ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା। ଏବେ ବଡ଼ ପ୍ରଶ୍ନ ଉଠୁଛି, ଆମେରିକୀୟମାନେ କେବେ ଓ କିପରି ସ୍କୁଲ ଓ କାର୍ଯ୍ୟସ୍ଥଳ ଭଳି ସର୍ବସାଧାରଣ ସ୍ଥାନକୁ ଫେରିବେ। ଏହା ଆଣ୍ଟିବଡି ପରୀକ୍ଷା ଉପରେ ନିର୍ଭର କରୁଥିବା କୁହାଯାଉଛି। ଜଣେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ କି ନାହିଁ ତାହା ଏହି ପରୀକ୍ଷାରୁ ଜଣାପଡିବ। ଯେଉଁମାନଙ୍କଠାରେ ପ୍ରତିରୋଧ ଶକ୍ତି ଥିବା ବିଶ୍ୱାସ କରାଯିବ, ସେମାନେ ନିରାପଦରେ କାର୍ଯ୍ୟସ୍ଥଳକୁ ଫେରିପାରିବେ। କେଉଁ ସ୍ବାସ୍ଥ୍ୟସେବା କର୍ମଚାରୀ ସଂକ୍ରମିତ ହେବାରୁ ସୁରକ୍ଷିତ ଓ ରୋଗୀଙ୍କ ଚିକିତ୍ସା ଜାରି ରଖିପାରିବେ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଜନସଂଖ୍ୟାର କେତେଭାଗ ସଂକ୍ରମିତ ହୋଇଛନ୍ତି ତାହା ଦେଖିବା ଲାଗି ଆଣ୍ଟିବଡି ପରୀକ୍ଷା ଆରମ୍ଭ ହୋଇଥିବା ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ଆଣ୍ଟିବଡି ଉପସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଦେଶର ୧୦,୦୦୦ ସୁସ୍ଥ ସ୍ବେଚ୍ଛାସେବୀଙ୍କ ପରୀକ୍ଷା କରାଯିବ ବୋଲି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ ପକ୍ଷରୁ ଘୋଷଣା କରାଯାଇଛି। ସପ୍ତାହେ ମଧ୍ୟରେ ବହୁସଂଖ୍ୟାରେ ପରୀକ୍ଷା ଉପଲବ୍ଧ ହୋଇପାରିବ ବୋଲି ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆନ୍ଥୋନୀ ଏସ୍‌. ଫୌସି କହିଛନ୍ତି। ସମାଜକୁ ଭୂତାଣୁ କେତେ କବଳିତ କରିଛି ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। କେତେକ ସ୍ଥିତିରେ ଇମ୍ୟୁନିଟି ସାର୍ଟିଫିକେଟର ଗୁରୁତ୍ୱ ରହିଛି। ବ୍ରିଟେନ, ଇଟାଲୀ ସମେତ ବିଭିନ୍ନ ଦେଶ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳକୁ ଫେରିବା ଲାଗି ଅନୁମତି ଦେବା ନିମନ୍ତେ ଇମ୍ୟୁନିଟି ପ୍ରମାଣ ଯୋଗାଇଦେବା କଥା ଚିନ୍ତା କରୁଛନ୍ତି। ଅଧିକାଂଶ ପରୀକ୍ଷା ଠିକ୍‌ ହେଉ ନ ଥିବାରୁ ଏହାର ସଠିକତାକୁ ନେଇ ସମସ୍ୟା ରହିଛି।
ସେରୋଲୋଜି ବା ଆଣ୍ଟିବଡି ପରୀକ୍ଷାରୁ କରୋନା ଭୂତାଣୁ ପ୍ରତି ଶରୀରର ପ୍ରତିଷେଧକ କ୍ଷମତା କେତେ ତାହା ଜଣାପଡିଥାଏ। ଆପଣଙ୍କ ଶରୀର ଉକ୍ତ ଭୂତାଣୁକୁ ପ୍ରତିରୋଧ କଲେ, ଏହି ଆଣ୍ଟିବଡିକୁ ଚିହ୍ନଟ କରିବା ଓ ପ୍ରତିଷେଧକ ପ୍ରତିକ୍ରିୟା ବଢ଼ାଇବା ଲାଗି କିଛି ସମୟ ଲାଗିବ। ଉକ୍ତ ପ୍ରତିଷେଧକ ଅଣୁଗୁଡ଼ିକୁ ଆଣ୍ଟିବଡ଼ି କୁହାଯାଇଥାଏ। ପ୍ରଥମ ପ୍ରକାର ଆଣ୍ଟିବଡି ହେଲା ଇମ୍ୟୁନୋଗ୍ଲୋବୁଲିନ୍‌ ଏମ୍‌ ବା ଆଇଜିଏମ୍‌। ସଂକ୍ରମଣର କିଛିଦିନ ମଧ୍ୟରେ ଏହାର ସ୍ତର ବୃଦ୍ଧି ପାଇଥାଏ। ଏହା ଏକ ଜେନେରିକ୍‌ ଯୋଦ୍ଧା। ନିର୍ଦ୍ଦିଷ୍ଟ ଭୂତାଣୁକୁ ଧ୍ୱଂସ କରିବାରେ ଶରୀର ଏହାକୁ ଦ୍ୱିତୀୟ ପ୍ରକାର ଆଣ୍ଟିବଡି ଇମ୍ୟୁନୋଗ୍ଲୋବୁଲିନ୍‌ ଜି ବା ଆଇଜିଜିରେ ପରିବର୍ତ୍ତନ କରିଥାଏ, ଯାହା ଭୂତାଣୁକୁ ଚିହ୍ନଟ କରିପାରେ। ସଂକ୍ରମଣ ଆରମ୍ଭ ହେବାରୁ ୨୮ ଦିନ ମଧ୍ୟରେ ଆଇଜିଜି ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହାବ୍ୟତୀତ ଫୁସ୍‌ଫୁସ୍‌ର ଆଭ୍ୟନ୍ତରୀଣ ସ୍ତର ମୁକୋସାଲ ଟିସ୍ୟୁରେ ତୃତୀୟ ପ୍ରକାର ଆଣ୍ଟିବଡି ଆଇଜିଏ ରହିଛି। ଇନ୍‌ଫ୍ଲୁଏଞ୍ଜା ଭଳି ଶ୍ୱାସକ୍ରିୟାଜନିତ ସଂକ୍ରମଣକୁ ପ୍ରତିହତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ।
ତେବେ ଏହି ଆଣ୍ଟିବଡି ବହୁ ବିଳମ୍ବରେ ବିକଶିତ ହେଉଥିବାରୁ ସଂକ୍ରମଣକୁ ଆରମ୍ଭରୁ ଚିହ୍ନଟ କରିବାରେ ସହାୟକ ହୋଇ ନ ଥାଏ। ତେଣୁ ଡାଇଗ୍ନୋସିସ୍‌ରେ ଏହା କାମରେ ଆସି ନ ଥାଏ ବୋଲି ନ୍ୟୁୟର୍କର ଭାଇରୋଲୋଜିଷ୍ଟ ଡ. ଫ୍ଲୋରିଆନ୍‌ କ୍ରାମର କହିଛନ୍ତି। ତେବେ ୨୫ରୁ ୫୦ ପ୍ରତିଶତ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଉ ନ ଥିବାବେଳେ ଅନ୍ୟମାନଙ୍କଠାରେ ସାମାନ୍ୟ ଅସୁସ୍ଥତା ଦେଖାଦେଇଥାଏ। ସେରୋଲୋଜି ପରୀକ୍ଷାରୁ ସେହି ଲୋକମାନଙ୍କୁ ଚିହ୍ନଟ କରିହେବ ଓ କରୋନାରେ ମୃତ୍ୟୁହାର ଆକଳନ କରିବାରେ ସହାୟକ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶର ୫୦ ପ୍ରତିଶତ ଜିଲା କରୋନା ସଂକ୍ରମିତ: ୫ ହଟ୍‌ସ୍ପଟ୍‌,୧୧ ରେଡ୍‌ ଜୋନ୍‌

ଭୋପାଳ,୨୭।୪: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର ୫୨ ଜିଲାରୁ ୫୦ ପ୍ରତିଶତ ଜିଲା କରୋନା ଦ୍ୱାରା ସଂକ୍ରମିତ ହୋଇଛି।...

ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା...

ଏହି ବିରଳ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଗଲେ ମା’

ମା’ର ମମତା ଆଗରେ ସବୁକିଛି ତୁଚ୍ଛ। ଜଣେ ମା’ ତାର ସନ୍ତାନର ଖୁସି ପାଇଁ ସବୁକିଛି କରିବାକୁ ରାଜି ଥାଏ। ବେଳେ ବେଳେ ଏମିତିକିଛି ଘଟଣା...

ସାଉଥ୍‌ ଫିଲ୍ମ ନିର୍ମାତା ମଣି ରତ୍ନମ୍‌ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୧୯।୭: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାଁକରା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଣି ରତ୍ନମ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି।...

ଗଞ୍ଜାମରେ ୧୩ କରୋନା ଯୋଦ୍ଧା ସମେତ ୫୬ ପଜିଟିଭ୍‌

ଛତ୍ରପୁର,୧୮ା୬(ଡି.ଏନ୍‌.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩ କରୋନା ଯୋଦ୍ଧା ଅଛନ୍ତି। ଏମାନେ ସମସ୍ତେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ...

୪୮ ଘଣ୍ଟା ଲାଗି ୩ ଗ୍ରାମ ଶଟ୍‌ଡାଉନ

ଜଟଣୀ,୧୦ା୬(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅଞ୍ଚଳରେ ଜଣେ ଦୋକାନୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଶଟ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା...

ମହାଭିଯୋଗ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ଓ୍ବାଶିଂଟନ,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଶେଷରେ ଖାରଜ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି।...

ଚିକିତ୍ସା କରିବାକୁ ମନା କଲେ ୩ ହସ୍ପିଟାଲ: କରୋନା ଆକ୍ରାନ୍ତ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୋଲକାତା, ୧୨।୭: କରୋନା ମହାମାରୀ ସଂକ୍ରମଣ ଠାରୁ ଲୋକଙ୍କ ମଧ୍ୟରେ ଅଧିକ ଆତଙ୍କ ସୃଷ୍ଟି କରୁଛି ଏହା ପ୍ରତି ଥିବା ଭୟ। ଫଳରେ କେତେକ ରୋଗୀଙ୍କୁ...

Advertisement
Archives

Model This Week