କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲା:ଏସ୍‌ଆଇଟିର ତଦନ୍ତ ଆରମ୍ଭ; ନ୍ୟାୟ ନ ମିଳିଲେ ଝିଅ ଭଳି ମରିଯିବି: ପୀଡ଼ିତାଙ୍କ ମା’

କୋରାପୁଟ,୩।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌)ର ୩ ଜଣିଆ ଦଳ ସୋମବାର ପ୍ରଥମଥର କୋରାପୁଟରେ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଛନ୍ତି। ୩ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ନେଇ ଗଠିତ ଏହି ଟିମ୍‌ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ. ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ସଦସ୍ୟ ରହିଛନ୍ତି। ସେମାନେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ମାମଲା ସମ୍ପର୍କରେ ପଚରାଉଚୁରା କରିଛନ୍ତି।
ସୋମବାର ପୂବାର୍ହ୍ନ ୧୧ଟାରେ କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ହିମାଂଶୁ ଲାଲ୍‌ଙ୍କ ନେତୃତ୍ୱରେ ୩ ଜଣିଆ ଏସ୍‌ଆଇଟିର ବୈଠକ ବସିଥିଲା। ସେଥିରେ ଉପସ୍ଥିତ ଥିବା ପୀଡ଼ିତାଙ୍କ ମା’, ଭାଇ ଓ ପିଉସୀଙ୍କ ସହ କୁନ୍ଦୁଲି ଘଟଣାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲା ଟିମ୍‌। ପୀଡ଼ିତାଙ୍କ ମା’ କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କାର୍ଯ୍ୟାଳୟକୁ ଆସିଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣାକୁ ୨ ବର୍ଷ ବିତିବାକୁ ବସିଲାଣି, କିନ୍ତୁ ଆମକୁ ଏଯାଏ ନ୍ୟାୟ ମିଳିଲା ନାହିଁ। ଗଣବଳାତ୍କାର ଘଟଣା ପରେ ଝିଅକୁ ଉପଯୁକ୍ତ ନ୍ୟାୟ ନ ମିଳିବାରୁ ସେ ମାନସିକ ଚାପରେ ଆତ୍ମହତ୍ୟା କଲା। ଘଟଣାର ଏତେ ଦିନ ପରେ ଯଦି ନ୍ୟାୟ ନ ମିଳେ, ତେବେ ଝିଅ ଭଳି ସେ ମଧ୍ୟ କେତେବେଳେ ମରିଯିବେ ବୋଲି କହିଛନ୍ତି ପୀଡ଼ିତାଙ୍କ ମା’। ସୋମବାର ଏସ୍‌ଆଇଟି ପ୍ରାୟ ୩ ଘଣ୍ଟା ଧରି ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲା। ସେହିପରି ପଟ୍ଟାଙ୍ଗି ଥାନାର ତତ୍କାଳୀନ ଆଇଆଇସି ଦେବ କୁମାର ଗମାଙ୍ଗଙ୍କୁ ମଧ୍ୟ ପଚରାଉଚୁରା କରିଥିଲା ଏସ୍‌ଆଇଟି। ମଙ୍ଗଳବାର ଟିମ୍‌ ପୀଡ଼ିତାଙ୍କ ଗାଁ ମୂଷାଗୁଡ଼ା ଯିବା ସହ ସେଠାରେ ସମ୍ପର୍କୀୟ ଓ ଗ୍ରାମବାସୀଙ୍କୁ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି। କିନ୍ତୁ ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତାଙ୍କ ପରିବାର ସୋମବାର ଗଣମାଧ୍ୟମ ଆଗରେ ପୂର୍ବଭଳି ଘଟଣାର ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୭ ଅକ୍ଟୋବର ୧୦ରେ କୋରାପୁଟ ଜିଲା କୁନ୍ଦୁଲି ନିକଟରେ ଯବାନ ପୋଷାକରେ ଥିବା ୪ ଜଣ ନାବାଳିକା ଜଣଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ଘଟଣା ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିବା ପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିଶନ ଗଠନ କରାଯାଇଥିଲା। କିନ୍ତୁ ନ୍ୟାୟକୁ ଅପେକ୍ଷା କରି ମାନସିକ ଚାପରେ ଥିବା ପୀଡ଼ିତା ନାବାଳିକା ଜଣକ ୨୦୧୮ ଜାନୁଆରୀ ୨୨ରେ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?