Posted inଜାତୀୟ

କୁନାଲଙ୍କ ଯାତ୍ରା ଉପରେ ୪ ଏୟାର ଲାଇନ୍ସର କଟକଣା

ଚଣ୍ଡିଗଡ଼,୩୦ା୧: ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କ ବିମାନଯାତ୍ରା ଉପରେ ଇଣ୍ଡିଗୋ ପକ୍ଷରୁ ୬ ମାସ ପାଇଁ ଲଗାଯାଇଥିବା କଟକଣାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ମୁଖ୍ୟ ଅରୁଣ କୁମାର ନିନ୍ଦା କରିଛନ୍ତି। ଇଣ୍ଡିଗୋ କୁନାଲଙ୍କ ନାମକୁ ୬ ମାସ ପାଇଁ ‘ନୋ ଫ୍ଲାୟର ଲିଷ୍ଟ’ରେ ତାଲିକାଭୁକ୍ତ କରିବା ପୂର୍ବରୁ ଏକ ଆଭ୍ୟନ୍ତରୀଣ ତଦନ୍ତକୁ ଅପେକ୍ଷା କରିବା ଉଚିତ ଥିଲା। କିନ୍ତୁ ସେପରି ନ କରି ତାଙ୍କ ଯାତ୍ରା ଉପରେ ରୋକ ଲଗାଯାଇଛି, ଯାହାକି ନିୟମର ଉଲ୍ଲଂଘନ ବୋଲି ଡିଜିସିଏ ମୁଖ୍ୟ କହିଛନ୍ତି।
କୁନାଲ କାମରା ମଙ୍ଗଳବାର ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଇଣ୍ଡିଗୋର ୬ଇ୫୩୧୭ ଫ୍ଲାଇଟ୍‌ରେ ମୁମ୍ବାଇରୁ ଲକ୍ଷ୍ନୌ ଯାତ୍ରାବେଳେ ରିପବ୍ଲିକ୍‌ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ କେତୋଟି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା। ପରେ କୁନାଲ ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରିଥିବା ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଇଣ୍ଡିଗୋ ଏବଂ ଅନ୍ୟ କେତେକ ବିମାନ ଚଳାଚଳ କମ୍ପାନୀ କୁନାଲଙ୍କ ଯାତ୍ରା ଉପରେ ୬ ମାସ ପାଇଁ ରୋକ ଲଗାଇଛନ୍ତି। ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି, ଇଣ୍ଡିଗୋ, ଏୟାରଇଣ୍ଡିଆ, ସ୍ପାଇସ୍‌ଜେଟ ଏବଂ ଗୋଏୟାର ଭଳି କମ୍ପାନୀଗୁଡ଼ିକ ଯାତ୍ରା କଟକଣା ଘୋଷଣା କରିବା ୨୦୧୭ରେ ସଂଶୋଧିତ ସିଭିଲ୍‌ ଆଭିଏଶନ ରିକ୍ୱାୟରମେଣ୍ଟ ( ବିଶୃଙ୍ଖଳିତ ଯାତ୍ରୀଙ୍କୁ ସମ୍ଭାଳିବା ବିଷୟ ସମ୍ପର୍କିତ ସିଏଆର୍‌ ସେକ୍ସନ ୩, ସିରିଜ୍‌ ଏମ୍‌, ପାର୍ଟ ୬) ନିୟମର ଖୋଲାଖୋଲି ଉଲ୍ଲଂଘନ। ବିମାନରେ ଯାତ୍ରା ବେଳେ କୌଣସି ଯାତ୍ରୀ କଥାବାର୍ତ୍ତାରେ ବିଶୃଙ୍ଖଳିତ ଆଚରଣ ଦେଖାଇଲେ ଏୟାରଲାଇନ୍ସ ପ୍ରଥମେ ତାଙ୍କ ଯାତ୍ରା ଉପରେ ସାମୟିକ ଭାବେ ୩୦ ଦିନ କଟକଣା ଜାରି କରିବେ। ଏହାସହ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ କରାଇବାର ନିୟମ ରହିଛି। ଦୋଷ ପ୍ରମାଣିତ ହେଲେ ସମ୍ପୃକ୍ତ ଯାତ୍ରୀଙ୍କ ଉପରେ ସର୍ବାଧିକ ୩ ମାସ ପାଇଁ ଯାତ୍ରା କଟକଣା ଜାରି କରାଯାଇପାରେ ବୋଲି ଅରୁଣ କୁମାର ସ୍ପଷ୍ଟ କରିଛନ୍ତି ବୋଲି ଏକ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଥିଲା। ତେବେ ଏହାର କିଛି ସମୟ ପରେ ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌ ଅରୁଣ କୁମାରଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିଛି ବୋଲି ଡିଜିସିଏ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏହାସହ ସମ୍ପୃକ୍ତ ଖବରକୁ ଓ୍ବେବ୍‌ସାଇଟ୍‌ରୁ ହଟାଇବା ପାଇଁ ଡିଜିସିଏର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲରେ ଦାବି କରାଯାଇଛି। ଇତିମଧ୍ୟରେ କୁନାଲ କଟାକ୍ଷ କରି ଟୁଇଟ୍‌ କରିଛନ୍ତି, ମୋଦିଜୀ ମୁଁ ଚାଲିପାରିବି ନା ତା’ ଉପରେ ବି ରୋକ ଲଗାଯାଇଛି? କୁନାଲଙ୍କ ବିମାନ ଯାତ୍ରା ଉପରେ କଟକଣା ଜାରି କରିବା ତାଙ୍କୁ ଚୁପ୍‌ କରାଇବା ପାଇଁ ଉଦ୍ଦିଷ୍ଟ ।
ଏହା ଏକ ଭୀରୁ କାର୍ଯ୍ୟ। ଜନମତକୁ ପ୍ରଭାବିତ କରିବା ପାଇଁ ନ୍ୟୁଜ କ୍ୟାମେରାକୁ ପ୍ରଚାରର ଏକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଲୋକେ ସେମାନଙ୍କ ଆଡ଼କୁ କ୍ୟାମେରା ବୁଲିବାବେଳେ ସାହସ ଦେଖାଇବା ଉଚିତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତାକ୍ତ ଯବାନଙ୍କ ସେବା ହିଁ ଦେଶସେବା

ସିକନ୍ଦରାବାଦ: ଶତ୍ରୁଙ୍କ କବଳରୁ ଦେଶକୁ ରକ୍ଷା କରିବାପାଇଁ କେବଳ ବନ୍ଧୁକ ଚଳାଇବା ନୁହେଁ, ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଗୁଳିରେ ଆହତ ଯବାନଙ୍କ ସେବା ସୁଶ୍ରୂଷା କରିବା ମଧ୍ୟ...

ଅଶୋକ ଧାମ ମନ୍ଦିରରେ ଦଳାଚକଟା

ପାଟନା,୧୨।୮: ଶ୍ରାବଣ ମାସର ଶେଷ ସୋମବାରରେ ବିହାର ଲକ୍ଷୀସରାୟ ଜିଲାରେ ଥିବା ଇନ୍ଦ୍ରଦମନେଶ୍ୱର ମହାଦେବ ଅଶୋକ ଧାମ ମନ୍ଦିରରେ ଏକ ଦୁର୍ଘଟଣା ଘଟିଛି। ସୋମବାର ମନ୍ଦିରରେ...

ପୁଅର ପାପ ଧୋଉଛନ୍ତି ୯୭ ବର୍ଷୀୟା ମା’

ପ୍ରୟାଗରାଜ: ଗଙ୍ଗାଜଳ ବାଣ୍ଟିଲେ ପାପ ଦୂର ହେବ। ଏଇ ବିଶ୍ୱାସରେ୧୫ ବର୍ଷ ହେଲାଣି ବିଭିନ୍ନ ସ୍ଥାନ ବୁଲି ବୁଲି ଗଙ୍ଗାଜଳ ବାଣ୍ଟୁଛନ୍ତି ପାର୍ବତୀ । ଅବଶ୍ୟ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୫ଆତଙ୍କବାଦୀ

ଶ୍ରୀନଗର,୧୦।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ ବୁଧବାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଆତଙ୍କବାଦୀ ଲୁଚି...

୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍‌ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ...

ପ୍ରାୟ ୪୬ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଭ୍ୟାକ୍ସିନ: ୩୪ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୫ ।୨: କରୋନା ମହାମାରୀକୁ ଦୂରେଇବା ଲାଗି ଟିକାକରଣ ପ୍ରକ୍ରିୟା ପାଖାପାଖି ୨୦ ଦିନ ହେବ ଲାଗି ରହିଛି । ମିଳିଥିବା ସରକାରୀ ସୂଚନା ଅନୁଯାୟୀ...

ଦିଲ୍ଲୀ ଅଗ୍ନିକାଣ୍ଡର ଶେଷ ଫୋନ୍‌ କଲ୍‌: ଭାଇ ମୁଁ ଆଉ ବଞ୍ଚିବିନି, ପ୍ଲିଜ୍‌ ମୋ ପିଲାଙ୍କୁ ସମ୍ଭାଳିବୁ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ଼ରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣଙ୍କର ଜୀବନ ଯାଇଛି। ଏବେ ଜଣେ ମୃତକଙ୍କ ଦ୍ୱାରା ଘରକୁ କରାଯାଇଥିବା ଶେଷ...

୪ କିମି ଚାଲି ଚାଲି କନ୍ୟା ଘରେ ପହଞ୍ଚିଲେ ବର

ଡେରାଡୁନ,୩୦।୧: ଜାନୁୟାରୀ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଲାଗି ରହିଛି। ଲଗାତର ବରଫପାତ ଯୋଗୁ...

Advertisement


Archives

Model This Week

Why Dharitri