କୀଟନାଶକ ଗନ୍ଧରେ ୨ ଭଉଣୀଙ୍କ ମୃତ୍ୟୁ

ଦିଗପହଣ୍ଡି,୨୮ା୧୨(ଡିଏନଏ)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମ ତଳସାହିରେ ରହୁଥିବା ମୋହନ ରେଡ୍ଡୀଙ୍କ ୨ ନାତୁଣୀ ଟିକିନା (୬) ଓ ସୋମା(୯)ଙ୍କର ଶୁକ୍ରବାର କୀଟନାଶକ ଗନ୍ଧରେ ମୃତ୍ୟୁ ଘଟିଛି। ଅନ୍ୟଜଣେ ଭଉଣୀ ବର୍ଷା (୧୨) ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୩ଜଣ ଅଜାଘରେ ରହି ପାଠ ପଢୁଥିଲେ।
ପ୍ରକାଶ ଯେ, ଗୁରୁବାର ଧାନ ମିଲିଂକରି ଚାଉଳ ବସ୍ତା ଘରେ ରଖାଯାଇଥିଲା। ପୋକ ନ ଲାଗିବାକୁ ଚାଉଳ ବସ୍ତାରେ କୀଟନାଶକ ସିଞ୍ଚନ କରାଯାଇଥିଲା। ଶୀତ ହେଉଥିବାରୁ ୩ ଭଉଣୀ ଟିକିନା, ସୋମା, ବର୍ଷା ରାତିରେ କବାଟ ଝରକା ବନ୍ଦକରି ଉକ୍ତଘରେ ଶୋଇଥିଲେ। କୀଟନାଶକ ଗନ୍ଧରେ ସମସ୍ତେ ଅଚେତ ହୋଇପଡିଥିଲେ। ସକାଳ ପ୍ରାୟ ୮ ଟାରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଗଁାରେ ଥିବା ଏକ କ୍ଲିନିକ୍‌କୁ ନେଇଥିଲେ। ସେଠାରେ ସୋମା ଓ ବର୍ଷା ସାମାନ୍ୟ ସୁସ୍ଥ ହୋଇଥିଲେ। ଟିକିନାଙ୍କ ଅବସ୍ଥା ଗୁରୁତର ଥିଲା। ବ୍ରହ୍ମପୁର ବଡ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଜଘର ମାଟିଆ ବୋରେଇରେ ଟିକିନାଙ୍କ ମୃତଦେହ ସଂସ୍କାର କରାଯାଇଥିଲା। ଅପରାହ୍ନ ପ୍ରାୟ ୪ଟାରେ ପରିବାର ଲୋକେ ଫେରିବାବେଳେ ଟିକିନାଙ୍କ ମାଉସୀ ଝିଅ ଭଉଣୀ ସୋମାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ବର୍ଷାକୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଘରେ ଥିବା ଚାଉଳ ବସ୍ତା କାଢିବାକୁ ଯାଇଥିବା ପଡୋଶୀ ଉଆଳୀ ଗୌଡ ଏବଂ କୈଳାସ ଗୌଡ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସନ୍ଧ୍ୟାରେ ସେମାନେ ଘରକୁ ଫେରିଛନ୍ତି। ମୋହନ ଘରେ ତାଲା ପକାଇ ଝିଅଘର ମାଟିଆ ବୋରେଇକୁ ସପରିବାର ଚାଲିଯାଇଛନ୍ତି। ଘଟଣାକୁ ନେଇ ଗଁାରେ ନାନା କଥା ଆଲୋଚନା ହେଉଛି। କୀଟନାଶକ ଗନ୍ଧରେ ପଡୋଶୀ ଆକ୍ରାନ୍ତ ହେବା ଆଶଙ୍କା ଥିବାରୁ ଅଗ୍ନିଶମ ବାହିନୀ ଓ ପୋଲିସ ଏହାକୁ ନିୟନ୍ତ୍ରଣ କରିବାକୁ ପୂର୍ବତନ ସରପଞ୍ଚ ସଞ୍ଜୀବ ରେଡ୍ଡୀ ଓ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଓଡ଼ିଶା ସମେତ ୧୬ ରାଜ୍ୟକୁ ହାଇ ଆଲର୍ଟ; IMD ର ବଡ଼ ଚେତାବନୀ

ନୂଆଦିଲ୍ଲୀ,୩।୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

ବନ ମହୋତ୍ସବ ସପ୍ତାହ, ସାନଖେମୁଣ୍ଡି କୋର୍ଟ ପରିସରରେ ଚାରା ରୋପଣ କଲେ ମାଜିଷ୍ଟ୍ରେଟ 

ଦିଗପହଣ୍ଡି,୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଆନୁକୁଲ୍ୟରେ  ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri