Posted inଫୁରସତ

କିରଣ ବେଦି: ଆଇପିଏସ୍‌ ଅଫିସରରୁ ଲ୍ୟୁଟନାଟ୍‌ ଗଭର୍ନର

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ମଙ୍ଗଳବାର ୭୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୫ରେ ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫସର ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୭୨ରେ ସେ ଆଇପିଏସ୍‌ ଅଫିସର ଭାବେ ଟ୍ରେନିଂ ନେଇଥିଲେ। ଟ୍ରେନିଂ ସମୟରେ ବୃଜ୍‌ ବେଦିଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ସାକ୍ଷାତ୍‌ ଧୀରେ ଧୀରେ ବଢ଼ିଥିଲା। ପରେ ଦୁହେଁ ବିବାହ ପାଇଁ ମନସ୍ଥ କରିଥିଲେ। ବିବାହ ଲାଗି ଶୁଭ ମୁହୂର୍ତ୍ତ ରାତି ୨ଟାରେ ଥିଲା। ବୃଜ୍‌ କିରଣଙ୍କ ଘରେ ଗେଟ୍‌ ଡେଇଁ ପହଞ୍ଚିଥିଲେ। ଦୁହେଁ ଚାଲି ଚାଲି ମନ୍ଦିରରେ ପହଞ୍ଚିଥିଲେ। ପୂଜାରିଙ୍କୁ ଉଠାଇଥିଲେ। ତେବେ ପୂଜାରି କହିଥିଲେ ଏବେ ଠାକୁର ଶୋଇଛନ୍ତି। ପରେ ଦୁହେଁ ମାଳା ଅଦଳବଦଳ କରି ବିବାହ କରିଥିଲେ। ତାପର ଦିନ ସକାଳେ ଦୁହେଁ ନିଜ ନିଜ କାମରେ ଅଫିସ ଯାଇଥିଲେ। ଇତିମଧ୍ୟରେ ବୃଜ୍‌ଙ୍କ ପରଲୋକ ହୋଇସାରିଛି। ୨୦୧୬ ଜାନୁୟାରୀ ୩୧ରେ ତାଙ୍କର ଦେହାନ୍ତ ହୋଇଥିଲା। ଏବେ କିରଣ ପୁଡୁଚେରୀର ଲ୍ୟୁଟନାଟ୍‌ ଗଭର୍ନର ଭାବେ ଅବସ୍ଥାପିତ ଅଛନ୍ତି। ସରକାରୀ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ତାଙ୍କୁ ୧୯୯୪ରେ ରେମନ ମାଗାସେସ‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଟିଭି ଶୋ ଆପ୍‌ କି କଚେରୀରେ ସେ କାଷ୍ଟ କଳାକାର ଭାବେ ଅଭିନୟ କରିଥିଲେ। ୨୦୦୮ ଡିସେମ୍ବର ୧ରେ ଏହାର ପ୍ରଥମ ଏପିସୋଡ଼ ପ୍ରସାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri