କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ବ୍ରେନ୍‌ ଡେଡ୍‌: ଗଣମାଧ୍ୟମ ରିପୋର୍ଟ !

ଓ୍ବାଶିଂଟନ,୨୧।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଥିବା କେତେକ ବିଦେଶୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ତେବେ ଏନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଗଣମାଧ୍ୟମ ସଂସ୍ଥା ଗୁଡ଼ିକର ଏଭଳି ରିପୋର୍ଟ ଉପରେ ଅଧିକ ତଦନ୍ତ ଜାରି ରହିଥିବା ଉତ୍ତର କୋରିଆର ପଡ଼ୋଶୀ ଦକ୍ଷିଣ କୋରିଆ କହିଛି। ଏକ ଅପରେଶନ୍‌ ପରେ କିମ୍‌ଙ୍କର ସ୍ଥିତି ଗୁରୁତର ହୋଇଥିବା ଆକଳନ କରାଯାଉଛି। ତେବେ ଉତ୍ତର କୋରିଆ ପକ୍ଷରୁ ଏନେଇ କୌଣସି ମତାମତ ଦିଆଯାଇନାହିଁ। ଅତ୍ୟଧିକ କାର୍ଯ୍ୟ, ମେଦବହୁଳତା ଏବଂ ମାତ୍ରାଧିକ ଧୂମପାନ କରିବା ଯୋଗୁ କିମ୍‌ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାର୍ଡିଓଭାସକୁଲାର ସିଷ୍ଟମ୍‌ ମଧ୍ୟରେ ରଖାଯାଇଥିବା ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ଏହି ଖବର ଉପରେ ତୀକ୍ଷଣ୍‌ ନଜର ରଖାଯାଇଛି। ଖୁବ୍‌ ଶୀଘ୍ର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କେତେକ ଗଣମାଧ୍ୟମ ସଂସ୍ଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନ ସଙ୍କଟରେ ଆତଙ୍କବାଦୀଙ୍କ ପ୍ରତି ଇମ୍ରାନ୍‌ଙ୍କ କରୁଣା: ଓ୍ବାଚ୍‌ଲିଷ୍ଟ୍‌ରୁ ହଟିଲେ ୧୮,୦୦ ଜଣ

ଇସଲାମାବାଦ୍‌,୨୧।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ସାରା ପୃଥିବୀରେ ଲଢ଼େଇ ଜାରି ରହିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଆତଙ୍କବାଦୀଙ୍କ ପ୍ରତି କରୁଣା ଦେଖାଇଛନ୍ତି। ପାକିସ୍ତାନର...

ମୁନ୍‌ ମିଶନ ସମ୍ପୂର୍ଣ୍ଣ: ଓରିଅନ ପୃଥିବୀ ମୁହାଁ…

ଓ୍ବାଶିଂଟନ,୭।୧୨ : ଆମେରିକୀୟ ସ୍ପେସ ଏଜେନ୍ସି (ନାସା) ର ଓରିଅନ ମହାକାଶଯାନ ଚନ୍ଦ୍ର ମିଶନକୁ ସମାପ୍ତ କରିଛି। ସୋମବାର ଦିନ ଓରିଅନ ଚନ୍ଦ୍ରର ନିକଟବର୍ତ୍ତୀ ହୋଇ...

ଆମେରିକାରେ ଭାରତୀୟ ବାପଝିଅ ଡାକ୍ତରଙ୍କ ମୃତ୍ୟୁ

ନ୍ୟୁୟର୍କ,୯ା୫: ଆମେରିକାର ନ୍ୟୁଜର୍ସିରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ବାପଝିଅଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଡା. ସତ୍ୟେନ୍ଦ୍ର ଦେବ...

ଅତୁଲ ଗୁପ୍ତାଙ୍କୁ ମିଳିବନି ଆଫ୍ରିକା ପାସପୋର୍ଟ, ହାରିଲେ ଆଇନର ଲଢେଇ

ଜୋହାନସବର୍ଗ,୨୪ ।୧: ଦୁବଇରେ ସ୍ୱନିର୍ବାସନରେ ରହୁଥିବା ୩ ଗୁପ୍ତା ଭାଇଙ୍କ ମଧ୍ୟରୁ ଜଣେ ଅତୁଲ ଗୁପ୍ତାଙ୍କୁ ଦକ୍ଷିଣ ଆଫ୍ରିକାର ନୂଆ ପାସପୋର୍ଟ ମିଳିବ ନାହିଁ ।...

ଶାନ୍ତି ଆଣିବ ଚାଇନା ଯୋଜନା: ପୁଟିନ୍‌

କିଭ୍‌/ମସ୍କୋ,୨୨ା୩: ଚାଇନାର ଶାନ୍ତି ଯୋଜନା ୟୁକ୍ରେନ୍‌ ଯୁଦ୍ଧର ସମାଧାନ ପାଇଁ ଆଧାର ଯୋଗାଇପାରେ। କିନ୍ତୁ ଏଥିପାଇଁ ପାଶ୍ଚାତ୍ୟକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମଙ୍ଗଳବାର ରୁଷିଆ...

‘ଘୋଷ୍ଟ ଅଫ୍‌ କିଭ୍‌’ ନିହତ

କିଭ୍‌, ୧।୫: ଘୋଷ୍ଟ ଅଫ୍‌ କିଭ୍‌ ନାମରେ ଜଣା ୟୁକ୍ରେନ୍‌ର ଜଣେ ସାହସୀ ଫାଇଟର ପାଇଲଟ୍‌ ରୁଷିଆ ସହ ଯୁଦ୍ଧରେ ନିହତ ହୋଇଛନ୍ତି। ଏଥିସହ ତାଙ୍କ...

ମହାକାଶରେ ଆମେରିକା-ଚାଇନା ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୪।୩ : ଚାଇନାର ମହାକାଶଯାନ ପୃଥିବୀର ଜିଓଷ୍ଟେିଶନାରୀ କକ୍ଷପଥରେ ଗତି କରୁଥିବା ଆମେରିକୀୟ ଉପଗ୍ରହ ଉପରେ କଡ଼ା ନଜର ରଖୁଛି। ଜାଣିବାକୁ ମିଳିଛି ଯେ ଚାଇନାର...

ସିରିଆ ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ସାଧାରଣ ନାଗରିକଙ୍କ ସମେତ ୧୫ ମୃତ

ଦମିସ୍କ,୧୯ ।୨: ବିନାଶକାରୀ ଭୂକମ୍ପରେ ପ୍ରଭାବିତ ହୋଇଥିବା ସିରିଆର ରାଜଧାନୀ ଦମିସ୍କ ଉପରେ ଇସ୍ରାଏଲ ଶନିବାର ପୁଣିଥରେ ବିମାନ ଆକ୍ରମଣ କରିଛି । ମାନବାଧିକାର ସଂସ୍ଥାନ...

Advertisement
Archives

Model This Week