କାଳବୈଶାଖୀରେ ଉଡ଼ିଗଲା ସ୍କୁଲ ଆଜବେଷ୍ଟସ

ବଇଣ୍ଡା,୧୦।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଓ ଆଠମଲ୍ଲିକ ବ୍ଲକରେ ସୋମବାର ଅପରାହ୍ନରେ କାଳବୈଶାଖୀ ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବା ଯୋଗୁ ବହୁ କ୍ଷତି ହୋଇଛି। ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ କନକେଇ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ଛପର ଉଡ଼ିଯାଇଥିବାବେଳେ ଅନେକ ଘରର ଚାଳ ଛପର ଉଡ଼ିଯାଇଛି। ସେହିପରି ହଣ୍ଡପା ଛକରେ ଦେଇଥିବା ଉଠା ଦୋକାନୀଙ୍କ ସହ କେନ୍ଦୁପତ୍ର କାର୍ଯ୍ୟାଳୟର ଆଜବେଷ୍ଟସ ମଧ୍ୟ ଉଡ଼ିଯାଇ କ୍ଷତିଗ୍ରସ୍ତ ହୋଇଛି।
ସେହିପରି ଆଠମଲ୍ଲିକ ରୋଡ଼ ବଇଣ୍ଡା ନିକଟସ୍ଥ ଶଙ୍ଖାରି ସାହିଠାରେ ଗଛ ଡାଳ ଭାଙ୍ଗି ବିଦ୍ୟୁତ୍‌ ତାର ଉପରେ ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ନୁନୁକାପଶି ଗ୍ରାମରେ ବଜ୍ରପାତରେ ଏକ ତାଳଗଛ ଜଳିଯାଇଛି। ଅନେକ ଉଠା ଦୋକାନୀଙ୍କ ଆଜବେଷ୍ଟସ ଗୃହ ଉଡ଼ିଯାଇ କ୍ଷତିଗ୍ରସ୍ତ ହୋଇଛି। ବାରମ୍ବାର ପ୍ରାକୃତିକ ଝ଼ଡରେ ସାଧାରଣ ଲୋକ ବ୍ୟାପକ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯାଉ ନ ଥିବା ଯୋଗୁ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ କ୍ଷତିପୂରଣ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଉନି ରୀନାଙ୍କ ଦୁଃଖ

ଆଠମଲ୍ଲିକ, ୧ା୬(ଡି.ଏନ.ଏ.)  ଭିନ୍ନକ୍ଷମ ବୋଲି ଚିହ୍ନଟ କରିଛି ପ୍ରଶାସନ। ପ୍ରମାଣପତ୍ର ମଧ୍ୟ ଦେଇଛି ତାଙ୍କୁ। ହେଲେ ସେ କେମିତି ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହେବେ...

ପୁଣି ବିବାଦରେ ଜିଲା ମୁଖ୍ୟ ଚିକିତ୍ସାଳୟ: ବେଡ୍‌ରୁ ରୋଗୀ ଗାଏବ

ଅନୁଗୋଳ ଅଫିସ, ୧୯।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ଅଙ୍ଗାରବନ୍ଧ ଗ୍ରାମର ଟିଙ୍କାରୁ ନାଏକ (୨୦) ହଠାତ୍‌ କେଉଁଆଡ଼େ ଚାଲିଯାଇଥିବା ପରିବାର...

ଶିକ୍ଷା, ସ୍ବାସ୍ଥ୍ୟ ବିଭାଗର ଅବହେଳା: ପଡିରହିଛି ୭ ଲକ୍ଷର ସାନିଟାରି ନାପ୍‌କିନ

ଆଠମଲ୍ଲିକ, ୪ା୧୦ (ଡି.ଏନ.ଏ.)-ବିଦ୍ୟାଳୟ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ସମସ୍ତ ବିଦ୍ୟାଳୟରେ ଛାତ୍ରୀମାନେ ଯେପରି ଏହି ପ୍ୟାଡ ପାଇବେ ସେଥିପାଇଁ ସରକାରୀ...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଏମ୍‌ସିଏଲ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ

ତାଳଚେର,୨୯ା୭(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖ ରାତିରେ ଘଟିଥିବା ଦୁର୍ଘଟଣାରେ ଏଯାଏ ୩ଜଣଙ୍କ...

ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ର ଖବରଦାତା ସମ୍ମିଳନୀ: ସ୍ଥାନୀୟ ଲୋକଙ୍କୁ ହତାଦର ଅଭିଯୋଗ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଓ ତାଳଚେର ଅଞ୍ଚଳର ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ କର୍ମକର୍ତ୍ତାମାନେ ଲୋଡିଂ ବ୍ୟବସ୍ଥାକୁ ନେଇ ଖୁସି ନୁହନ୍ତି। ତାଳଚେର...

ପରିଣତରେ ପୂରଣ ହୋଇଛି ପିଲାବେଳ ଇଚ୍ଛା

ଅନୁଗୋଳ ଅଫିସ, ୨୨।୬ (ଅମିତ କୁମାର ସାମଲ) : କେମିତି ମପାଯାଏ ଦିନର ତାପମାତ୍ରା। କିପରି ଠିକ୍‌ ଆକଳନ କରାଯାଏ ଖରା, ବର୍ଷା ଓ ଶୀତର। ପାଣିପାଗ...

ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଅନୁଗୋଳ ଅଫିସ, ୧୯।୫- ଅନୁଗୋଳ ସେସୁ ଅଧୀନ ଠିକା ସଂସ୍ଥା ଏନ୍‌ଜେନ୍‌ ଜରିଆରେ କାମ କରୁଥିବା କର୍ମଚାରୀଙ୍କୁ ଛଟେଇ, ନୂତନ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯିବା ପ୍ରତିବାଦରେ...

କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କଲେ ଶିଳ୍ପୀ

ଛେଣ୍ଡିପଦା,୧୪।୪(ସ୍ବ.ପ୍ର.)- କରୋନା ଯୋଦ୍ଧା ସାଜିଥିବା ରାଜ୍ୟ ପୋଲିସର ମନୋବଳ ବୃଦ୍ଧି ପାଇଁ ଛେଣ୍ଡିପଦା ବ୍ଲକ ଖମାର ଗ୍ରାମର ଶିଳ୍ପୀ ବୀରବର ବେହେରା ଓଡ଼ିଶା ପୋଲିସର ଏକ...

Play 250+ Trending Games
Archives

Model This Week

Why Dharitri