କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କଲେ ଜିଲାପାଳ

ଅନୁଗୋଳ ଅଫିସ, ୭।୩ – ଅନୁଗୋଳ ଜିଲା ସ୍ବାସ୍ଥ୍ୟମିଶନ ଦ୍ୱାରା ଜିଲାସ୍ତରୀୟ ଆଶା ଓ ଗଁ। କଲ୍ୟାଣ ସମିତି ସମ୍ମିଳନୀ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବା ସହ କହିଥିଲେ ଯେ, ସ୍ବାସ୍ଥ୍ୟସେବାର ଉନ୍ନତି ଆଣିବାରେ ଆଶା କର୍ମୀମାନଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ସ୍ବାସ୍ଥ୍ୟଭିତ୍ତିକ ଯୋଜନା ଗୁଡ଼ିକୁ ନିଷ୍ଠାପର ଭାବେ ଘରେ ଘରେ ପହଞ୍ଚାଇପାରୁଛନ୍ତି। ଜିଲାରେ ଶିଶୁ ଓ ମାତୃ ମୃତ୍ୟୁହାର ଆଶାନୁରୂପ ଭାବେ କମିଥିବାରୁ ଜିଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ଜିଲାର ଡାକ୍ତରଖାନାରେ ଯେପରି ପ୍ରସବ ଶତ ପ୍ରତିଶତ କରାଯାଇପାରିବ ସେ ନେଇ ଆଶାମାନେ ପ୍ରତିଜ୍ଞାବଦ୍ଧ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ।
ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆଶାମାନଙ୍କ ସକ୍ରିୟ ଭୂମିକା ଯୋଗୁ ଜିଲାରେ ମ୍ୟାଲେରିଆ ମୃତ୍ୟୁହାର କମିଥିବା ସେ ପ୍ରକାଶ କରିଥିଲେ। ଏଡିପିଏଚ୍‌ଓ ଡା. ବିଶ୍ୱବିହାରୀ ମହାନ୍ତି ଯୋଗଦେଇ ଗୋଷ୍ଠୀ ସହଭାଗିତା ଜରିଆରେ ମଶାରି ବ୍ୟବହାର ଦ୍ୱାରା ମ୍ୟାଲେରିଆ କମିଥିବାରୁ ଏହାର ଶ୍ରେୟ ଅଶାକର୍ମୀମାନଙ୍କୁ ଦେଇଥିଲେ। ଏଡିଏମ୍‌ଓ (ପରିବାର ମଙ୍ଗଳ) ଡାକ୍ତର ଲାଉଚନ୍ଦ୍ର ତନ୍ତି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଶାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଡିପିଏଚ୍‌ଓ ଡାକ୍ତର ଦିଲୀପ ପଟ୍ଟନାୟକ ଆଶାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ତାଲିମ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ। ଡିପିଏମ୍‌ଏନ୍‌ଏଚ୍‌ ବିଶ୍ୱରଞ୍ଜନ ରଥ ଆଶାମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋତ୍ସାହନ ରାଶି ଓ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟ ଉପକରଣ ବଣ୍ଟନ, ଆଶା କଲ୍ୟାଣ ଯୋଜନା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ। ଆଶା ଓ ଗଁ। କଲ୍ୟାଣ ସମିତିର କର୍ମକର୍ତ୍ତାମାନଙ୍କ ମଧ୍ୟରେ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ସୁସ୍ଥ ପଞ୍ଚାୟତ, ସୁସ୍ଥ ଗଁ।, ଉତ୍ତମ ଆଶା ଓ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଆଲମା ବରୁଆ, ଜିଲା ମୁଖ୍ୟ ଚିକିତ୍ସାଳୟ ହିସାବ ପରିଚାଳକ ସପନ କୁମାର ପାତ୍ରଙ୍କ ସମେତ ଆଶା, ଅଙ୍ଗନୱାଡ଼ି କର୍ମୀ ଓ ଗଁ। କଲ୍ୟାଣ ସମିତିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଆଶା ମ୍ୟାନେଜର ବିକାଶିନୀ ପରିଡ଼ା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri