ପ୍ରଦୂଷଣରୁ ମୁକୁଳୁଛି କାରୋନା ଭାଇରସ ପ୍ରଭାବିତ ଚାଇନା!

ଓ୍ବାଶିଂଟନ,୧।୩: କରୋନା ଭାଇରସରେ ପ୍ରଭାବିତ ହୋଇଥିବା ଚାଇନା ଏବେ ପ୍ରଦୂଷଣରୁ ମୁଳୁଳୁଥିବା ଦେଖାଯାଇଛି। ଏହାକୁ ନେଇ ଆମେରିକା ମହାକାଶ ଏଜେନ୍ସି ନାସା ଏକ ଫଟୋ ଜାରି କରି ଏହି ସୂଚନା ଦେଇଛି। ନାସାର ଉକ୍ତ ଫଟୋରେ ଚାଇନାର ମୁଖ୍ୟ ସହର ଉପରେ ନାଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା କମ୍‌ ଥିବା ଦର୍ଶାଯାଇଛି। ଜାନୁୟାରୀ ୧,୨୦୨୦ ଓ ଫେବୃୟାରୀ ୧୦, ୨୦୨୦ ମଧ୍ୟରେ ଦୁଇଟି ଫଟୋରେ ପ୍ରଦୂଷଣର ମାତ୍ରାକୁ ତୁଳନା କରାଯାଇ ଦର୍ଶାଯାଇଛି। ନାସାର ବୈଜ୍ଞାନିକଙ୍କ ମତରେ ନାଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା କମ୍‌ ହେବାର ମୁଖ୍ୟ କାରଣ ହେଉଛି କମ୍‌ ପରିମାଣରେ ଯାନବାହାନ ଚଳାଚଳ ଓ ଉହାନ-ସାଂଘାଇ ଭଳି ସହରରେ ଆର୍ଥିକ କାରବାର କମ୍‌। ନାସାର ଗୋଡାର୍ଡ ସ୍ପେଶ ଫ୍ଲାଇଟ୍‌ ସେଣ୍ଟରର ଜଣେ ବୈଜ୍ଞାନିକ କହିଛନ୍ତି , ପ୍ରଥମଥର ପାଇଁ ଏକ ବିଶେଷ କାରଣ ଯୋଗୁ କିପରି ବାୟୁ ପ୍ରଦୂଷଣର ମାତ୍ରାରେ ସୁଧାର ଆସିଛି ତାହା ଦେଖାଯାଇଛି। ସୂଚନାଯୋଗ୍ୟ, ୨୦୦୮ରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ନାଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା କମ୍‌ ହୋଇଥିଲା ହେଲେ ଏହା ଏବେ ଅପେକ୍ଷା କମ୍‌ ରହିଥିଲା। ତେବେ ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଥିବାରୁ ସେଠାକାର ଆର୍ଥିକ ସ୍ଥିତି ମଧ୍ୟ ବିଗିଡି ଯାଇଥିଲା। ଲୋକସଂଖ୍ୟା କମ୍‌ ହୋଇଯିବା ଓ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ହେବା ଫଳରେ ଯାନବାହାନ ଚଳାଚଳ ମଧ୍ୟ କମି ଯାଇଥିଲା। ସୂଚନାଯୋଗ୍ୟ, ଏବେସୁଦ୍ଧା ଚାଇନାରେ କରୋନା ଭାଇରସ ସଂକ୍ରମଣରେ ୨,୯୬୯ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲାଣି ୮୬,୨୭୫। ଆଉ ୩୯,୭୮୧ ଜଣ ସୁସ୍ଥ ହୋଇଥିବା ଖବର ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟକିରଣରେ ଶୀଘ୍ର ମରେ କରୋନା ଭୂତାଣୁ

ଓ୍ବାଶିଂଟନ, ୨୫ା୪: କରୋନା ଭାଇରସ୍‌କୁ ନେଇ ବିଭିନ୍ନ ଦେଶରେ ଗବେଷଣା ଜାରି ରହିଛି। ମାତ୍ର ଏହାର ଉପଯୁକ୍ତ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ବାହାରି ପାରିନାହିଁ। ଇତିମଧ୍ୟରେ...

ତାଲିବାନକୁ ସିଧାସଳଖ ଟକ୍କର ଦେଉଛନ୍ତି ଆଫଗାନି ମହିଳା

କାବୁଲ,୧୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଯାଇଛି । ବହୁ ରକ୍ତପାତ ପରେ ଶେଷରେ ତାଲିବାନ ସରକାର ଗଠନ କରି ଶାସନ କ୍ଷମତାକୁ ନିଜ...

ପାକିସ୍ତାନରେ ପୋଲିଓ ଆତଙ୍କ

ଇସ୍‌ଲାମାବାଦ,୬।୧୦: ଚଳିତ ବର୍ଷ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି। ଏବେ ସୁଦ୍ଧା ସେଠାରେ ୭୨ ପୋଲିଓ ରୋଗୀ ଚିହ୍ନଟ ହୋଇ ସାରିଲେଣି।...

ହିଣ୍ଡେନ୍‌ବର୍ଗ ଖୋଲିଲା ଆଦାନୀ ପେଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୮।୧:  ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଦେଶର ଏହି ଅଗ୍ରଣୀ କମ୍ପାନୀ ନିଜ ଷ୍ଟକ୍ସ ଓ ଆକାଉଣ୍ଟରେ...

ହାଇଓ୍ବେରେ ପଛକୁ ପଛ ବାଡେଇ ହେଲା ୬୦ ଗାଡ଼ି

ପେନ୍ନସିଲଭେନିଆ,୨୯।୩: ଆମେରିକାର ପେନ୍ନସିଲଭେନିଆ ହାଇଓ୍ବେରେ ପଛକୁ ପଛ ବାଡ଼େଇ ହୋଇ ୫୦ରୁ ୬୦ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ପ୍ରବଳ ତୁରଷାପାତ ଯୋଗୁ ସ୍କୁକିଲ କାଉଣ୍ଟିରେ ଇଣ୍ଟରଷ୍ଟେଟ୍‌...

ଆମେରିକା ଦୂତାବାସ ନିକଟରେ ୩ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨୧।୧: ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାକର ବାଗଦାଦ୍‌ରେ ଆମେରିକା ଦୂତାବାସ ନିକଟରେ ଥିବା ହାଇ ସିକ୍ୟୁରିଟି ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ...

ୟୁକ୍ରେନ ସବୁ ସର୍ତ୍ତ ମାନିଲେ ବନ୍ଦ ହେବ ଯୁଦ୍ଧ: ପୁଟିନ୍‌

ମସ୍କୋ,୬।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନ ହେବଜାରି ରହିଛି। କିନ୍ତୁ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ରୁଷିଆ ୟୁକ୍ରେନ ଉପରେ ପ୍ରବଳ ବୋମା ମାଡ କରୁଛି।...

ସିଟ୍‌ ବେଲ୍ଟ ଲଗାଇବାକୁ କହିବାରୁ କ୍ର୍ୟୁ ମେମ୍ବରଙ୍କ ଦାନ୍ତ ଭାଙ୍ଗିଲେ ମହିଳା ଯାତ୍ରୀ

ଓ୍ବାଶିଂଟନ୍‌,୩୧।୫: ପ୍ରାୟ ସମୟରେ ବିମାନ ଯାତ୍ରା ସହ ଜଡ଼ିତ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବର ଯାତ୍ରୀଙ୍କ ସହ ର୍ଦୁବ୍ୟବହାର...

Advertisement
Archives

Model This Week