କାମରେ ଲାଗୁନି ଏନଏସିର ଭେଣ୍ଡିଂ ଜୋନ୍‌

ଚମ୍ପୁଆ,୨୫ା୧(ଡି.ଏନ.ଏ)- ଚମ୍ପୁଆ ଏନଏସି ପକ୍ଷରୁ ସହର ସୌନ୍ଦର୍ଯ୍ୟକରଣ ଓ ଉଠା ବ୍ୟବସାୟୀଙ୍କୁ ଥଇଥାନ କରିବା ନିମନ୍ତେ ବର୍ଷେ ତଳେ ନିର୍ମାଣ କରାଯାଇଥିବା ଭେଣ୍ଡିଂ ଜୋନ୍‌ ଅଦ୍ୟାବଧି ଖୋଲି ପାରି ନାହିଁ। ଫଳରେ ଉଠା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଚମ୍ପୁଆ-ଯୋଡ଼ା ରାସ୍ତାରେ ପ୍ରାୟ ୧୫ଟି ଭେଣ୍ଡିଂ ଜୋନ୍‌ ବ୍ୟବସାୟଙ୍କ ପାଇଁ ନିର୍ମିତ ହୋଇଥିଲା। ଏ ବାବଦକୁ ଆବେଦନ କରିଥିବା ବ୍ୟବସାୟୀଙ୍କ ମଧ୍ୟରେ ଲଟେରୀ ମାଧ୍ୟମରେ ୧୫ ଜଣଙ୍କୁ ଚୟନ କରାଯାଇ ଭେଣ୍ଡିଂ ଜୋନ୍‌ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଦୋକାନ ଗୃହ ବାବଦକୁ ୪୦ ହଜାର ଟଙ୍କା ଲେଖାଏଁ ଅମାନତ ଅର୍ଥ ବ୍ୟାଙ୍କ ଡ୍ରାଫ ମାଧ୍ୟମରେ ଗ୍ରହଣ କରାଯାଇଥିଲା। ଦୋକାନୀମାନଙ୍କୁ ତୁରନ୍ତ ଗୃହ ପ୍ରଦାନ ପାଇଁ ଅନୁବନ୍ଧିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଉକ୍ତ ଭେଣ୍ଡିଂ ଜୋନ୍‌ ଆଗରେ କ୍ଷୁଦ୍ର ଜଳସେଚନ ବିଭାଗର କେନାଲ ଯାଇଥିବା ତଥା ତାହା ଭଗ୍ନ ଅବସ୍ଥାରେ ପଡି ରହିଥିବାରୁ ଦୋକାନୀମାନେ ତାହା ତୁରନ୍ତ ମରାମତି କରାଗଲେ ଅନୁବନ୍ଧିତ କରାଯିବ ବୋଲି ଦାବି କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ କେନାଲ ମରାମତି ନ ହେବାରୁ ଦୋକାନୀମାନେ ଅନୁବନ୍ଧିତ କରିବାକୁ ରାଜି ହେଉ ନ ଥିବା ଜଣାପଡ଼ିଛି। ପ୍ରଶ୍ନ ଉଠେ ଦୀର୍ଘ ଏକ ବର୍ଷ ହେବ ଭେଣ୍ଡିଂ ଜୋନ୍‌ ନିର୍ମାଣ ପରେ ମଧ୍ୟ ଏନଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବା ପରିତାପର ବିଷୟ ପାଲଟିଛି। ଅନ୍ୟପକ୍ଷେ ଦୋକାନୀମାନେ ଦୋକାନ ଖୋଲି ନ ପାରିବାରୁ ତାଙ୍କୁ ପରିବାର ପ୍ରତିପୋଷଣର ଚିନ୍ତା ଘାରି ଥିବା ଜଣାଯାଇଛି। ଏ ନେଇ ଭାରପ୍ରାପ୍ତ ଏନଏସି ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀଙ୍କୁ ପଚାରିବାରୁ ଉକ୍ତ କେନାଲ ପାଇଁ ଦୋକାନ ଗୁଡିକ ଖୋଲାଯାଇ ପାରୁ ନାହିଁ। ଏଦେଇ ଫଣ୍ଡ ନ ଥିବାରୁ ଆମ୍ଭେ ଏହାର ମରାମତି କରିପାରୁ ନ ଥିଲୁ। ମାତ୍ର ଏବେ ଫଣ୍ଡ ଆସି ଯାଇଥିବାରୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେଇ କେନାଲ ନିର୍ମାଣ ସହିତ ଦୋକାନୀଙ୍କୁ ଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

କେନ୍ଦେଇପଶି ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବଡ଼ ବଡ଼ ଗଛ, ଉଡ଼ିଗଲା ଛପର

ପାଟଣା, ୨୯।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର କେନ୍ଦେଇପଶି ମୁଖ୍ୟାଳୟ ଓ ଆଖପାଖ  ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପ୍ରାୟ ୧ ଘଣ୍ଟା…

ଗୋରୁ ଚାଲାଣ ବେଳେ ମାଡିବସିଲା ପୋଲିସ : ୪ ଗିରଫ

ବଞ୍ଚୋ,୨୯।୫ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା  ଘଷିପୁରା ଥାନା  ଅଞ୍ଚଳରେ ଗୁରୁବାର ରାତିରେ ଏକ ପିକ୍-ଅପ୍ ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଗାଡ଼ିଟିକୁ…

ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍‌ ଗଲେ ଅଭିଯୁକ୍ତ

କେନ୍ଦୁଝର,୨୯ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁକ୍ରବାର ସ୍ଥାନୀୟ ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ମୋନାଲିସା ମହାନ୍ତି ଜଣେ ଜଣେ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଜୟ କୁମାର ନାଏକଙ୍କୁ…

ଆମେ ବନବାସୀ ନୋହୁଁ, ଆଦିବାସୀ, ଅମିତ ଶାହା ଭୁଲ ମାଗନ୍ତୁ କହି…

କେନ୍ଦୁଝର,୨୯ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ସମାଜମାନଙ୍କୁ ଏକତ୍ରିତ କରି ନୂଆଦିଲ୍ଲୀରେ ଏକ ଆଦିବାସୀ ସମାବେଶରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଭାଷଣ ଆଦିବାସୀମାନଙ୍କୁ ବାରମ୍ବାର…

ମାଜିଷ୍ଟ୍ରେଟ୍‌-ଫୋର୍ସଙ୍କ ଉପସ୍ଥିତିରେ ଚାଲିଛି ରାଜପଥ ନିର୍ମାଣ

ପାଟଣା,୨୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ରାସ୍ତାର ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ୍‌ ବୈତରଣୀ ନଦୀ ଉପରେ ନବ ନିର୍ମିତ ବ୍ରିଜ ସଂଲଗ୍ନ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର୍, ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର,୨୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଢେଙ୍କାନାଳରୁ ଘଟଗାଁ ଯାଉଥିବା ବେଳେ ରାସୋଳ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri