କାଜୁ ଫ୍ୟାକ୍ଟ୍ରି, ପେଟ୍ରୋଲ ପମ୍ପ୍‌, ଦୋକାନରେ ଯାଞ୍ଚ: ଜରିମାନା ଆଦାୟ

ଛତ୍ରପୁର,୨୬ା୬(ଡି.ଏନ.ଏ)-ଛତ୍ରପୁର ଏନ୍‌ଏସି ରେ ଥିବା ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପ ଓ କାଜୁ ଫ୍ୟାକ୍ଟ୍ରିରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ଟ୍ରେଡ୍‌ ଲାଇସେନ୍ସ, ମାପ ଓ ଓଜନ ଠିକ୍‌ ନ ଥିବା ଏବଂ ପଲିଥିନ ଯାଞ୍ଚ କରାଯାଇ ଜରିମାନା ଆଦାୟ ହୋଇଛି। ଷ୍ଟେଶନ ରୋଡ୍‌ରେ ଥିବା ଆଚାର୍ଯ୍ୟ ମିକ୍ସର ଫ୍ୟାକ୍ଟିରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ କାରିଣି ସାହି ନିକଟରେ ଥିବା ମହେନ୍ଦ୍ର ସାହୁ ମିକ୍ସର ଫ୍ୟାକ୍ଟ୍ରି ଓ ହୋଲସେଲ୍‌ରୁ ପଲିଥିନ ଜବତ ହୋଇଥିଲା ା ଏନ୍‌ଏସି ପକ୍ଷରୁ ୨୦ ହଜାର ଟଙ୍କା ଏବଂ ମାପ ଓ ଓଜନ ବିଭାଗ ପକ୍ଷରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ସ୍ଥାନୀୟ ଷ୍ଟେଶନ ରୋଡ୍‌ରେ ଥିବା ଶ୍ୟାମ ଏଜେନ୍ସିର ଟ୍ରେଡ୍‌ ଲାଇସେନ୍ସ ନ ଥିବାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ା ସେହିପରି ଗଣେଶ ପଣ୍ଡା ମିକ୍ସର ଫ୍ୟାକ୍ଟ୍ରି ର ଯାଞ୍ଚ କରାଯାଇ ମାପ ଓ ଓଜନ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ଆଦାୟ ହୋଇଥିଲା ା ପରେ ରେଲୱେ ଷ୍ଟେଶନ ନିକଟରେ ଥିବା କନକଦୁର୍ଗା କାଜୁ ପ୍ରୋସେସିଂ ଇଣ୍ଡଷ୍ଟ୍ରିଜ୍‌ର ଟ୍ରେଡ୍‌ ଲାଇସେନ୍ସ ନ ଥିବାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି ା ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଭାରପ୍ରାପ୍ତ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ରାଜସ୍ବ ନିରୀକ୍ଷକ ଏନ୍‌. ରବି ପ୍ରଧାନ, ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ, ବରିଷ୍ଠ ନିରୀକ୍ଷିକା ସାବିତ୍ରୀ ପଣ୍ଡା, ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ନିଖିଲ କୁମାର ବସ୍ତିଆଙ୍କ ସମେତ ଏନ୍‌ଏସି କାର୍ଯ୍ୟାଳୟର କର୍ମଚାରୀ ଯାଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତକୁ ମିଳିଲା ଭତ୍ତା ଟଙ୍କା

ଗଞ୍ଜାମ,୧୫।୬(ବିଦ୍ୟାଧର ସାହୁ): ଚଳିତ ମାସରେ ମଧୁବାବୁ ପେନସନ ତଥା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହିତାଧିକାରୀଙ୍କ ଘରକୁ ଯାଇ ପ୍ରଦାନ କରିଛନ୍ତି ପ୍ରଶାସନିକ ଅଧିକାରୀ । ଭତ୍ତା...

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା ଉଦ୍ୟମ: ବନ୍ଧା ହେଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୬।୧: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ସଦର ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁ ଥାନା ଅଧୀନ ଅଲାପୁର ଗ୍ରାମର...

ଦିନରେ ଗରମ, ଅପରାହ୍ନରେ ଝଡ଼ତୋଫାନ

ଭଞ୍ଜନଗର,୧।୬(ଡି.ଏନ.ଏ.)-ଶୁକ୍ରବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୨ ଡ଼ିଗ୍ରୀ ଥିଲା। ପ୍ରବଳ ଗରମ ଯୋଗୁ ମଧ୍ୟାହ୍ନରେ ରାସ୍ତାଘାଟ ଶୁନଶାନ୍‌ ହୋଇପଡ଼ିଥିଲା। ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡୁଥିବାବେଳେ...

ସପ୍ତାହେ ହେଲା ବିନା ଡାକ୍ତରରେ ଚାଲିଛି ରୋଗୀ ସେବା

ବେଗୁନିଆପଡା,୧୪।୨(ଡି.ଏନ.ଏ.): ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକ ସପ୍ତାହରୁ ଅଧିକ ସମୟ ହେବ ବିନା ଡାକ୍ତରରେ ଚାଲିଛି। ଆଇପିଏଚ ଷ୍ଟାଣ୍ଡାର୍ଡ ୧ର ମାନ୍ୟତା...

ଔଷଧ ୩ଘଣ୍ଟା, ପରୀକ୍ଷା ୪ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୧୮ା୧୦- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଉପରେ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶର ରୋଗୀମାନେ ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାରେ...

ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ୩ ଘଣ୍ଟା ବିଳମ୍ବରେ ଆସିଲା: ଏଥିରେ ଅଛନ୍ତି ଗଞ୍ଜାମର ୧୧୮୮ ଜଣ

ଛତ୍ରପୁର,୪ା୫(ଡି.ଏନ୍‌.ଏ.) : ସୁରଟରୁ ଆଉ ଏକ ଟ୍ରେନ୍‌ ସୋମବାର ୧୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଛି। ସେଥିରେ ଗଞ୍ଜାମ ଜିଲାର ୧୧୮୮...

ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୨୩ା୧୨(ଡି.ଏନ୍‌.ଏ.): ପାତ୍ରପୁର ବ୍ଲକ ମୁଣ୍ଡିକେରି ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲା ବୈଦ୍ୟ ମେଡ଼ିକାଲରେ ମୃତ୍ୟୁ ଘଟିଛି । ସେ ହେଲେ ଜୁରିଆ...

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ୍‌,୧୦ା୧- ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ଅଦ୍ୟାବିଧି ୯ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ।...

Advertisement
Archives

Model This Week