କାଉ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୯ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଅତିରିକ୍ତ ଦୌରାଜଜ୍‌ – ୧ (ଏଡିଜେ) ପ୍ରସନ୍ନ କୁମାର ପଣ୍ଡା ଶନିବାର କାଉ ଓରଫ ଧର୍ମେନ୍ଦ୍ର ଦାସ ହତ୍ୟା ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୯ ଅଭିଯୁକ୍ତଙ୍କୁ ଏଡିଜେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ସଦର ଥାନା ଅନ୍ତର୍ଗତ ଟିକରପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ କାଉ ଗାଁରେ ଦୀର୍ଘଦିନ ଧରି ଆତଙ୍କରାଜ ଚଳାଇଥିଲେ। ଝିଅବୋହୂଙ୍କ ଉପରେ ଅତ୍ୟାଚାର କରୁଥିଲେ। ଏଣୁ ଗତ ୨୦୧୩ ଅକ୍ଟୋବର ୧୦ ତାରିଖରେ କାଉଙ୍କୁ କିଛି ଯୁବକ ଘରୁ ଟାଣିଆଣି ଗାଁ ଦାଣ୍ଡରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଗାଁ ଶେଷ ମୁଣ୍ଡରେ ଥିବା ଏକ କେନାଲ ନିକଟରେ ତାଙ୍କ ଦେହରେ କିରୋସିନ ଢାଳି ପୋଡ଼ି ଦେଇଥିଲେ। ଏନେଇ ମୃତ କାଉଙ୍କ ପତ୍ନୀ ଜୟନ୍ତୀ ଦାସ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ ନଂ. ୧୭୩/୧୩ ରେ ଉକ୍ତ ଗ୍ରାମର ବାବୁ ଦାସ, ଟୁକୁନା ଦାସ, ମହେଶ୍ୱର ଦାସ,ରଞ୍ଜିତ ଦାସ,ସୁବାସ ଦାସ, ଗୌର ଦାସ, ପଞ୍ଚାନନ ଦାସ, ଡ୍ରାଇଭର ଦାସ ଓ ବିଜୟ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ସଦର ଥାନାଧିକାରୀ ଆଦିତ୍ୟ କୁମାର ସେଠୀ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲେ। ଏହି ମାମଲାର ବିଚାରଣା ବେଳେ ୧୫ ଜଣ ସାକ୍ଷୀ କୋର୍ଟରେ ବୟାନ ଦେଇଥିଲେ। ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଜାମିନରେ ଥିବା ଉପରୋକ୍ତ ୯ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଉପଯୁକ୍ତ ପ୍ରମାଣ ଅଭାବରୁ ଏଡିଜେ -୧ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷ ବୋଲି ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ମୁଦଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ବିଷୋୟୀ ଓ ବୀରେନ ଚୌଧୁରୀ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଭାଜପା ଯୁବମୋର୍ଚ୍ଚା

କେନ୍ଦୁଝର,୨୦।୨(ସ୍ବ.ପ୍ର.): ବେରୋଜଗାରରେ ଓଡ଼ିଶା ୧ ନମ୍ବର ପ୍ରସଙ୍ଗକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଗତ ୨୦ବର୍ଷ ହେଲା ସରକାର...

ସମ୍ପର୍କ ବାନ୍ଧିଛି ଶିକୁଳି

ଆଠମଲ୍ଲିକ,୧୮ା୫ (ଜୟଗୋପାଳ ଷଡ଼ଙ୍ଗୀ):  ବେରୋଜଗାର ସ୍ବାମୀ ରୋଗଗ୍ରସ୍ତ ହେବା ପରେ ଦୋହଲିଯାଇଥିଲା ନୀଳିମାଙ୍କ ମାନସିକ ସ୍ଥିତି। ସେବେଠୁ ବାହାରେ ବୁଲାବୁଲି କରୁଥିବା ନୀଳିମା ଶେଷରେ ପହଞ୍ଚି ଯାଇଥିଲେ...

ବୁଧବାରରୁ କନ୍ଧମାଳ ଲକ୍‌ଡାଉନ

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଯୋଗୁ ଜିଲା ପ୍ରଶାସନ ବୁଧବାର ସନ୍ଧ୍ୟା ୫ଟାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ...

ସୁସଜ୍ଜିତ ପୂଜା ମଣ୍ଡପରେ ତୋରଣ ଶୋଭା: ୧୭୮ ମଣ୍ଡପରେ ବିଜେ ମା’ ଜଗଜ୍ଜନନୀ

ବାରିପଦା ଅଫିସ,୬।୧୦- ମୟୂରଭଞ୍ଜ ଜିଲାରେ ଏଥର ୧୭୮ ମଣ୍ଡପରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି। କେବଳ ବାରିପଦା ସହରରେ ୨୬ ଟି...

ପ୍ରଶାସନକୁ ନ ଜଣାଇ କରୋନା ରୋଗୀଙ୍କୁ ପୋଡ଼ିିଦେଲେ

ନୟାଗଡ ଅଫିସ,୭ା୯: ନୟାଗଡ ସହର ନୀଳାଦ୍ରିବିହାରରେ ଜଣେ କରୋନା ପଜିଟିଭ୍‌ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକ ପ୍ରଶାସନକୁ ନଜଣାଇ ପୋଡ଼ି ଦେଇଛନ୍ତି। ଖବର ଜଣାପଡ଼ିବା...

ସାନିଟାଇଜ୍‌ ହେଲା ଝାରସୁଗୁଡା ସହର

ଝାରସୁଗୁଡା ଅଫିସ,୨ା୪- ଝାରସୁଗୁଡା ସହରରେ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଗୁରୁବାର ପଦକ୍ଷେପ ସଦୃଶ ସହରର...

‘ପରିବେଶ ଓ ପ୍ରକୃତି ଦିଏ ପ୍ରେରଣା’

ସିମୁଳିଆ, ୧ା୫(ଡି.ଏନ.ଏ.)-ଆମ ଚାରିପାଖରେ  ନିୟମିତ ଅନେକ ଘଟଣା, ଦୁର୍ଘଟଣା ଘଟୁଛି। ଯାହା ଜୀବନ ଯେତେ ଘଟଣାବହୁଳ ତାହା ଲେଖାଲେଖି କରିବାକୁ ଖୋରାକ ଯୋଗାଇଥାଏ ବୋଲି ସାରସ୍ବତ...

ଘର ଭାଂଗବାର ୫ ବଛର ବିତଲା:ତାରପଲିନ୍‌ ତଲେ ବୁଢ଼ାବୁଢ଼ି, ପରହର ଘରେ ପୁଓବହ

ଅତାବିରା, ୨୮।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାର କୃଷ୍ଣ ବନଛୁର(୬୪)। ସେ ଝନେ ନିହାତି ଗରିବ୍‌ ହେଇଥିଲାବେଲେ ୫...

Coronavirus Update


Archives

Model This Week

Why Dharitri