Posted inଖେଳ

କାଉଣ୍ଟି ଖେଳିବେ ହନୁମା

ନୂଆଦିଲ୍ଲୀ, ୧୮।୩ (ପି.ଟି.): ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍‌ ଲାଗି ପ୍ରାୟ ସମସ୍ତ ଖେଳ ବାତିଲ ହୋଇସାରିଛି। ଏହି ଅବସରରେ ଖେଳାଳିମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଭାରତୀୟ କ୍ରିକେଟର୍‌ ହନୁମା ବିହାରୀ ଆଗାମୀ ଗ୍ରୀଷ୍ମ ସିଜନରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳି ସଦୂପଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଧିରେ ଧିରେ ଭାରତୀୟ ଟେଷ୍ଟ ଦଳର ଜଣେ ପ୍ରମୁଖ ସଦସ୍ୟ ବନିବାକୁ ଯାଉଥିବା ୨୬ ବର୍ଷୀୟ ହନୁମା ଏକ ପ୍ରମୁଖ କାଉଣ୍ଟି ଦଳ ସହ ତାଙ୍କ ଦକ୍ଷତା ପରଖିବାକୁ ଚାହୁଁଛନ୍ତି। ତେବେ ତାଙ୍କର ଏହି ଲକ୍ଷ୍ୟପଥରେ କରୋନା ଭାଇରସ୍‌ ବାଧା ସୃଷ୍ଟି କରିଛି। ଆଗାମୀ ଦିନରେ ଯେତେବେଳେ ଏହି ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ଏବଂ ଗସ୍ତରେ ଲାଗିଥିବା ପ୍ରତିବନ୍ଧକ କୋହଳ ହୋଇଯିବ ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ହନୁମା ଏକ ସାକ୍ଷାତକାରରେ କହିଛନ୍ତି। ‘ଚଳିତ ସିଜନରେ ମୋତେ ୪ଟି କାଉଣ୍ଟି ମ୍ୟାଚ୍‌ ଖେଳିବାର ଥିଲା। ଯେତେବେଳେ ସମସ୍ତ କାଗଜପତ୍ର କାମ ଶେଷ ହୋଇଯିବ ସେତେବେଳେ କାଉଣ୍ଟି ଟିମ୍‌ର ନାମ ପ୍ରକାଶ କରିବି। କରୋନା ଭାଇରସ୍‌ ଲାଗି ବର୍ତ୍ତମାନ ଏହାକୁ ରୋକାଯାଇଛି। କିନ୍ତୁ ଆଶାବାଦୀ ରହିଛି ଯେତେବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିବ ଏହି ସବୁ ମ୍ୟାଚ୍‌ ଖେଳିପାରିବି। ଏଥିରେ ମୋତେ ବହୁତ କିଛି ଶିଖିବାକୁ ମିଳିବ’ ବୋଲି ଆନ୍ଧ୍ରପ୍ରଦେଶର ଏହି ଅଲ୍‌ରାଉଣ୍ଡର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକିଛି ବର୍ଷ ହେବ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ଟପ୍‌ କ୍ରିକେଟର୍‌ ଯେଉଁମାନେ କି ଆଇପିଏଲ୍‌ ଖେଳୁ ନ ଥିବେ ସେମାନଙ୍କୁ ସମର ସିଜନରେ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଅନୁମତି ପ୍ରଦାନ କରୁଛି। ପୂର୍ବରୁ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟା ରାହାନେଙ୍କ ପରି ଟେଷ୍ଟ ସ୍ପେଶାଲିଷ୍ଟଙ୍କୁ କାଉଣ୍ଟି ଖେଳିବାକୁ ଅନୁମତି ଦେଇଥିଲା। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦkାର୍ପଣ କରିଥିବା ହନୁମା ୯ ଟେଷ୍ଟ ମ୍ୟାଚ୍‌ରୁ ୫୫୨ ରନ୍‌ ସଂଗ୍ରହ କରିଛନ୍ତି। ସଂଯୋଗକ୍ରମେ ଏହି ସମସ୍ତ ମ୍ୟାଚ୍‌ ସେ ବିଦେଶରେ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖଳନାୟକ ହେବାକୁ ସମୟ ଲାଗେ ନାହିଁ, କାହିଁକି ଏମିତି କହିଲେ କ୍ରିକେଟର

କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକର ବିଜୟ ଆଣିଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋନିସ କହିଛନ୍ତି ଯେ ବିଗ ବାଶ୍‌ ଲିଗ(ବିବିଏଲ୍‌) ଯୋଗୁ...

ମହାନ କ୍ରିକେଟର ହେବାକୁ ଚାହାଁନ୍ତି ଥୋମାସ୍‌

କିଙ୍ଗଷ୍ଟନ, ୮ା୬ (ପି.ଟି.)-ଓ୍ବେଷ୍ଟଇଣ୍ଡିଜର ସ୍ବଳ୍ପ ବୟସ୍କ ପେସ୍‌ ବୋଲର ଓଶାନେ ଥୋମାସ୍‌ ଉଚ୍ଚ ଅଭିଳାଷ ରଖିଛନ୍ତି। ସେ ଜଣେ ମହାନ କ୍ରିକେଟର ହେବାକୁ ଚାହାଁନ୍ତି। ଇଂଲଣ୍ଡ...

ଓଏଫ୍‌ସିର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ

ଭୁବନେଶ୍ୱର,୭୨ (ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର ଲିଗ୍‌ର ଏକ ମ୍ୟାଚ୍‌ରେ ଏଫ୍‌ସି ଗୋଆ ସହିତ ପଏଣ୍ଟ ବାଣ୍ଟିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)।...

ଚର୍ଚ୍ଚାରେ ଡ୍ରାଭିଡ୍‌ଙ୍କ ପୁଅ ସମିତ

ନୂଆଦିଲ୍ଲୀ, ୧୯।୨- ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍‌ଙ୍କ ପୁଅ ସମିତ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଦୁଇମାସ ବ୍ୟବଧାନରେ ୨ଟି ଦ୍ୱିଶତକ ହାସଲ କରି...

ଇଟାଲିଆନ ଓପନ୍‌ ଟେନିସ୍‌: ଜୋକୋଭିଚ୍‌- ନାଡାଲ ଫାଇନାଲ

ରୋମ,୧୯।୫(ଏଏଫ୍‌ପି)-ଏଠାରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲ ମ୍ୟାଚ୍‌ରେ ସର୍ବିଆର ନୋଭାକ ଜୋକୋଭିଚ୍‌...

ଜାପାନ ଓପନ୍‌: ସାଇ ପ୍ରଣୀଥ୍‌ଙ୍କ ବିଜୟ ଅଭିଯାନ

ଟୋକିଓ, ୨୩।୭ (ପି.ଟି.)- ଭାରତୀୟ ଶଟ୍‌ଲର ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ...

ଇଂଲଣ୍ଡ ସାମ୍ନାରେ ୨୭୭ ରନର ଟାର୍ଗେଟ୍‌ ରଖିଲା ପାକିସ୍ତାନ

ମାଞ୍ଚେଷ୍ଟର, ୮।୮- ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ପାକିସ୍ତାନ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଭ୍ରମଣକାରୀ...

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ଚାଇନିଜ ଟିମ୍‌ ସହିତ ମ୍ୟାଚ ବିଳମ୍ବରେ

କୁଆଲାଲମ୍ପୁର, ୫ା୨ (ଏଏଫ୍‌ପି)-ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ ଯୋଗୁ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ କାର୍ଯ୍ୟସୂଚୀରେ ଚାଇନିଜ କ୍ଲବଗୁଡ଼ିକ ବିପକ୍ଷ ମ୍ୟାଚଗୁଡ଼ିକ ଏପ୍ରିଲ ଓ ମେ’କୁ...

Advertisement
Archives

Model This Week