Posted inଜାତୀୟ

କଶ୍ମୀରରେ ଶାନ୍ତି ଶୃଙ୍ଖଳାର ସହ ପାଳନ ହେଲା ଇଦ୍‌-ଉଲ୍‌-ଜୁହା

ନୂଆଦିଲ୍ଲୀ,୧୨।୮: ସୋମବାର ସାରା ଦେଶରେ ଇଦ୍‌-ଉଲ୍‌-ଜୁହା(ବକରି ଇଦ୍‌) ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ତେବେ ଜମ୍ମୁ-କଶ୍ମୀରରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାରୁ ଇଦ୍‌-ଉଲ୍‌-ଜୁହାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସୋମବାର ସକାଳୁ ଲୋକେ ଶାନ୍ତି ଶୃଙ୍ଖଳାର ସହ ନମାଜ ପାଠ କରିଥିବା ଜଣାପଡିଛି। ଘର ପାଖରେ ଆବଶ୍ୟକ ସାମଗ୍ରୀ ପଠାଇବାଠାରୁ ଆରମ୍ଭ କରି ବିଶେଷ ଟେଲିଫୋନ୍‌ ବୁଥ୍‌ର ବନ୍ଦୋବସ୍ତ କରିଥିଲେ ସରକାର। ତେଣୁ ସେମିତି କିଛି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ନେବା ପରେ ଏଠାରେ ୧୪୪ ଧାରା ଜାରି କରାଯାଇଥିଲା। ପରିସ୍ଥିତିକୁ ଦେଖି ପ୍ରଥମେ ଜମ୍ମୁରୁ ୧୪୪ ଧାରା ଉଠାଇ ଦିଆଯାଇଥିଲା। ଏବେ ସେଠାରେ ପରିସ୍ଥିିତି ସ୍ବାଭାବିକ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ପାଇଁ ଟଙ୍କା ମାଗିବା ମଧ୍ୟ ଯୌତୁକ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୨।୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଘର ତିଆରି ପାଇଁ ଶାଶୁଘରରୁ ଟଙ୍କା ମାଗିବାକୁ ମଧ୍ୟ ଯୌତୁକ ଭାବେ ବିବେଚନା...

ନିଲମ୍ବିତ ହେଲେ ପରମବୀର ସିଂ

ମୁମ୍ବାଇ,୨।୧୨: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ମହାରାଷ୍ଟ୍ର ସରକାର ଗୁରୁବାର ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅନିୟମିତତା ଓ ତ୍ରୁଟି ପାଇଁ ତାଙ୍କ ବିରୋଧରେ...

ଦିଲ୍ଲୀ ବିମାନ ବନ୍ଦରରେ ଶାହ ଫୈସଲ ଅଟକ

ନୂଆଦିଲ୍ଲୀ,୧୪।୮: ପୂର୍ବତନ ଆଇଏସ୍‌ ଅଧିକାରୀ ତଥା ଜମ୍ମୁ-କଶ୍ମୀର ପିପୁଲ୍ସ୍‌ ମୁଭମେଣ୍ଟର ଅଧ୍ୟକ୍ଷ ଶାହ ଫୈସଲଙ୍କୁ ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ପୋଲିସ ଅଟକ ରଖିଛି। ଶାହ...

ଭାରତରେ ଗୁଗଲ-ଜି ମେଲ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ, ୨୦।୮: ଭାରତରେ ଗୁରୁବାର ସକାଳଠାରୁ ଗୁଗଲ ଏବଂ ଜି-ମେଲ୍‌ ସର୍ଭର ଡାଉନ୍‌ ରହିଛି। ଫଳରେ ୟୁଜରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଜି-ମେଲ୍‌ରେ ଆକ୍ଟିଭ୍‌...

ବଜେଟ୍‌ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିଛନ୍ତି। କରୋନା ମହାମାରୀ ସମୟରେ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି...

ପରିବେଶ ସୁରକ୍ଷା ପାଇଁ ମଣିପୁର ସରକାରଙ୍କୁ ଶହେ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୩।୭: ପରିବେଶ ସୁରକ୍ଷା ପାଇଁ ସୁପ୍ରିମ୍‌କୋର୍ଟ ମଣିପୁର ସରକାରଙ୍କୁ ଶହେ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଂରକ୍ଷଣ ଏବଂ ପୁନର୍ସ୍ଥାପନା...

ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କ ବିରୋଧରେ ଭାଜପାର ଅଭିଯୋଗ, ପାକିସ୍ତାନକୁ ଦେଇଛନ୍ତି ଗୁପ୍ତ ସୂଚନା…

ନୂଆଦିଲ୍ଲୀ, ୧୩।୭ : ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ତଥ୍ୟ ପ୍ରକାଶ ପରେ ଭାଜପା ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ପ୍ରଶ୍ନ କରିଛି। ଭାଜପା ମୁଖପାତ୍ର...

‘ମୁଖ୍ୟମନ୍ତ୍ରୀ ନ ହେବା ଯାଏ ଦାଢ଼ି କାଟିବି ନାହିଁ’

ବେଙ୍ଗାଲୁରୁ,୧୧ା୧: କର୍ନାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ. ଶିବକୁମାର (ଡିକେଏସ୍‌) ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ନ ହେବା ଯାଏ ଦାଢ଼ି କାଟିବେ...

Advertisement
Archives

Model This Week