ଅନୁଗୋଳ ଅଫିସ, ୧୭।୧ – ଜଣେ ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ ଓ ବଳାତ୍କାର ଅଭିଯୋଗରେ ଅନୁଗୋଳସ୍ଥିତ ଫରେଷ୍ଟ ରେଞ୍ଜର କଲେଜର କନିଷ୍ଠ କିରାଣି ବିଶ୍ୱଜିତ ନାଏକଙ୍କୁ ଗତ ୩ ତାରିଖରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ଏ ନେଇ କୌଣସି ସୂଚନା ଏ ଯାଏ ଫରେଷ୍ଟ ରେଞ୍ଜର କଲେଜକୁ ପୋଲିସ ପକ୍ଷରୁ ପଠାଯାଇନାହିଁ। ଫଳରେ ସମ୍ପୃକ୍ତ କିରାଣିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଏଯାଏ କର୍ମଚାରୀ ଜଣକ କୁଆଡ଼େ ଯାଇଛନ୍ତି ସେ ନେଇ କଲେଜ ଅଧ୍ୟକ୍ଷ ଅବଗତ ହୋଇପାରୁନାହାନ୍ତି। ଏପରି କି କନିଷ୍ଠ କିରାଣିଙ୍କ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭିତ୍ତିକରି ସେ ଗତ ୬ ତାରିଖରେ ଅନୁଗୋଳ ଥାନାକୁ ଚିଠି ଲେଖି ଜାଣିବାକୁ ଚାହିଁଥିଲେ। କିନ୍ତୁ ଥାନାକୁ ପଠାଯାଇଥିବା ଚିଠିର ଉତ୍ତର ତାଙ୍କୁ ଅଦ୍ୟାବଧି ମିଳି ନ ଥିବା କଲେଜ ଅଧ୍ୟକ୍ଷ ଭି. କାର୍ତ୍ତିକ ଅଭିଯୋଗ କରିଛନ୍ତି। ଏ ନେଇ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
ସରକାରୀ ନିମୟ ଅନୁଯାୟୀ କୌଣସି ସରକାରୀ କର୍ମଚାରୀଙ୍କୁ ଗିରଫ କରାଗଲେ ତୁରନ୍ତ ଉକ୍ତ ବିଭାଗୀୟ ମୁଖ୍ୟଙ୍କୁ ପୋଲିସ ଅବଗତ କରିବ। କିନ୍ତୁ ଫରେଷ୍ଟ ରେଞ୍ଜର କଲେଜର କନିଷ୍ଠ କିରାଣିଙ୍କୁ ଗତ ୩ ତାରିଖରୁ ପୋଲିସ ଗିରଫ କରିଥିଲେ ମଧ୍ୟ ଅଦ୍ୟାବଧି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇ ନାହିଁ। ଫଳରେ ସମ୍ପୃକ୍ତ କନିଷ୍ଠ କିରାଣିଙ୍କୁ ସସ୍ପେଣ୍ଡ କରିବାରେ ସମସ୍ୟା ଉପୁଜୁଥିବା କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଥାନାରେ ଅଟକ ଥିବାବେଳେ କନିଷ୍ଠ କିରାଣି କଲେଜକୁ କିପରି ଛୁଟି ଦରଖାସ୍ତ ପଠାଇଲେ ତାହାର ଖୋଳତାଡ଼ କରା ନ ଯିବା ବୁଦ୍ଧିଜୀବୀ ମହଲକୁ ଆଶ୍ଚର୍ଯ୍ୟ କରିଛି।
ଏ ନେଇ ଅନୁଗୋଳ ଏସ୍ପି ଜଗମୋହନ ମୀନା କହିଛନ୍ତି, ଫରେଷ୍ଟ ରେଞ୍ଜର କଲେଜ ଅଧ୍ୟକ୍ଷଙ୍କୁ ଥାନା ପକ୍ଷରୁ ଚିଠି ପ୍ରଦାନ କରାଯିବ।
କଲେଜ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଉନି ପୋଲିିସ: ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ, ବଳାତ୍କାର ଅଭିଯୋଗ ଘଟଣା
Posted inଅନୁଗୋଳ, ଆମ ଜିଲା ଖବର View All
ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍
ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…
ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ
ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…
ଚଣ୍ଡାଳମୁଣ୍ଡାର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଗିରଫ
ନନ୍ଦପୁର,୧।୯(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ଓ ନନ୍ଦପୁର ଥାନା ପୋଲିସର ମିଳିତ ଦଳ କୁମାରଗନ୍ଧନା ପଞ୍ଚାୟତ ଚଣ୍ଡାଳମୁଣ୍ଡା ଗ୍ରାମର ନୀଳଗିରି ବାଡ଼ରେ ଚାଲିଥିବା ଜୁଆ ଆଡ୍ଡା…
ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….
ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…
ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା
ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…
ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ
ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…
ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ
ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…
ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ
ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…
Archives

