ବ୍ରହ୍ମପୁର ଅଫିସ,୧୨ା୧-ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି। ତେବେ ପାଳନ କରା ନ ଯାଇ ସରକାର ପ୍ରତାରଣା କରୁଥିବା ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲା ଶାଖା ଅଭିଯୋଗ କରିଛି। ପ୍ରତିବାଦରେ ମଞ୍ଚ ପୁଣି ଆନ୍ଦୋଳନକୁ ଓହ୍ଲାଇବା ଚେତାବନୀ ଦେଇଛି। ମଞ୍ଚ ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଓ ଜିଲା ଶାଖା ସମ୍ପାଦକ ରାଜେନ୍ଦ୍ର ପଣ୍ଡା ଶନିବାର ଏଠାରେ ଏହି ସୂଚନା ଦେଇଛନ୍ତି। ଫେବୃୟାରୀ ୧୨ରେ ମଞ୍ଚ କନଭେନଶନ୍ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଆନ୍ଦୋଳନ ତାରିଖ ଘୋଷଣା କରାଯିବାର କୁହାଯାଇଛି।
ରାଜ୍ୟ ସମ୍ପାଦକ କହିଛନ୍ତି, କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ କେନ୍ଦ୍ର ସରକାର ସମସ୍ତ ସୁବିଧା ଯୋଗାଇଛନ୍ତି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରୀୟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବା ପ୍ରତିଶ୍ରୁତି ଦେଇ ଏଯାବତ୍ କାର୍ଯ୍ୟକାରୀ କରିନାହାନ୍ତି। ତେଣୁ ପେନସନଭୋଗୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷର ନିଅଁା ଜଳୁଛି। ବିଭିନ୍ନ ସମୟରେ ୫ମ, ଷଷ୍ଠ ଓ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ସମସ୍ତ ସୁବିଧା ଦିଆଯିବାର ମଞ୍ଚ ଏବଂ ସରକାରୀ ପଦାଧିକାରୀଙ୍କ ମଧ୍ୟରେ ଲୋକସେବା ଭବନରେ ଆଲୋଚନା ହୋଇଛି। ସମାଧାନର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। ଅସଙ୍ଗତି ଦୂର କରାଯାଉ ନ ଥିବାରୁ ସମସ୍ୟା ଉପୁଜିଛି।
ଅବିଳମ୍ବେ ଅସଙ୍ଗତି ଦୂର କରାଯିବା, ଜୁଲାଇରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୫% ଡିଏ ବଢ଼ାଇ ପ୍ରାପ୍ୟ ଦେଇ ସାରିଛନ୍ତି। ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ବର୍ଦ୍ଧିତ ଡିଏ ନେଇ ଘୋଷଣା କରି ନ ଥିବାରୁ ମଞ୍ଚ ଗଞ୍ଜାମ ଶାଖା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ସମସ୍ତ ଦାବି ତୁରନ୍ତ ପୂରଣ ପାଇଁ ଦାବି ହୋଇଛି।

ରାଶନ ବୋଝେଇ ପିକ୍ଅପ ଓଲଟିଲା
ପାଟପୁର,୩୦ା୪- ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ. ରାଜପଥ ପୋଡାମାରୀ ନିକଟସ୍ଥ କଂସାମାରୀ ଗ୍ରାମ ପାଖରେ ଗୁରୁବାର ଅପରାହ୍ନରେ ଏକ ରାଶନ ବୋଝେଇ ପିକ୍ଅପ (ନଂ.ଓଆର୍୦୭ୟୁ-୭୨୬୭) ଭ୍ୟାନ୍ର ଓଲଟି...

ପୀଠକୁ ବଢ଼ିଲା ବସ୍ ଭଡ଼ା, ଭୋଜି କଲେ ଫି ଆଦାୟ
ଛତ୍ରପୁର,୮ା୨(ଡି.ଏନ.ଏ)-ଗଞ୍ଜାମ ଜିଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି...

ବ୍ରହ୍ମପୁରରେ ସଙ୍ଗିନ ହେଉଛି କରୋନା ସ୍ଥିତି
ବ୍ରହ୍ମପୁର ଅଫିସ,୨୫ା୬-ବ୍ରହ୍ମପୁରରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହରର ଭିଡ ନିୟନ୍ତ୍ରଣ କରିବା ନେଇ ବୁଧବାର ବିଳମ୍ବିତ...

ଏଜେଣ୍ଟ, ଗ୍ରାହକଙ୍କୁ ମିଳୁନି ମାଚୁରିଟି ଟଙ୍କା
ବ୍ରହ୍ମପୁର ଅଫିସ,୧୦ା୭-ସାହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଏଜେଣ୍ଟ(କ୍ଷେତ୍ର କର୍ମଚାରୀ) ଓ ଜମାକାରୀଙ୍କୁ ଦୀର୍ଘ ମାସ ଧରି ମିଳିନି ମାଚୁରିଟି, ଏମ୍ଆଇଏସ (ମାସିକ...
ଜମି କରାଇଦେବା ନା’ରେ ଠକେଇ; ଆସନ୍ତା ୪ରେ କୋର୍ଟରେ ହାଜର ପାଇଁ ୬ ଜଣଙ୍କୁ ନୋଟିସ
ବ୍ରହ୍ମପୁର ଅଫିସ,୨୩ା୯-ଜମି କରାଇଦେବାକୁ କହି ଟଙ୍କା ଠକେଇ ହୋଇଥିବା ନେଇ ଏସ୍ଡ଼ିଜେଏମ କୋର୍ଟରେ ଖଲି ଦାସ ଆବେଦନ କରିଥିଲେ। କୋର୍ଟ ପକ୍ଷରୁ ନଂ.୨୨୭/୧୯ରେ ଏକ ୱାନ...

ଲକ୍ଡାଉନ୍ ନିୟମ ଉଲ୍ଲଘଂନ, ୬ହଜାର ଜରିମାନା ଆଦାୟ
ବୁଗୁଡ଼ା,୨୧ା୫(ଡି.ଏନ.ଏ.)- ବୁଗୁଡ଼ା ସହରରେ ସାବିତ୍ରୀ ବ୍ରତ ପାଇଁ କିଣାକିଣି କରିବାକୁ ଗୁରୁବାର ଲୋକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ...
ରେଡ୍ ଜୋନ୍ରେ ସଂକ୍ରମିତଙ୍କ ଉପରେ ନଜର ରଖ-ଜିଲାପାଳ : ସମସ୍ତଙ୍କ ହେବ ସ୍ବାସ୍ଥ୍ୟ ଯାଞ୍ଚ
ଛତ୍ରପୁର,୧୫ା୭(ଡି.ଏନ୍.ଏ.)- ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ଅଧିକାରୀଙ୍କ ସହ କୋଭିଡ୍-୧୯ ପରିଚାଳନାଗତ ବିଭିନ୍ନ ବିଷୟ ନେଇ ଭିଡିଓ କନଫରେନ୍ସିଂ ଜରିଆରେ...

ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର
ଖଲ୍ଲିକୋଟ,୨୦ା୫(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଢ଼ିମିରିଆ ଛକ ନିକଟରେ ବୁଧବାର ସକାଳେ ତାମିଲନାଡୁରୁ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଟ୍ରକ ପଛରେ ପିଟି ଦେଇଥିଲା।...