Posted inଖେଳ

କରୋନା ଭାଇରସ ମୁକାବିଲାରେ ସାହାଯ୍ୟ କରିବାକୁ ଆଇଓଏର ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୩୦।୩ (ପି.ଟି.): ଦେଶ ତଥା ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଚାଲୁ ରହିଥିବା ବେଳେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଏହାର ମୁକାବିଲାରେ ସହାୟତା କରିବା ପାଇଁ ଆଗକୁ ଆସିଛି। ଦେଶରେ ସ୍ବାସ୍ଥ୍ୟ ସଙ୍କଟ ଦେଖା ଦେଇଥିବା ବେଳେ ଆଇଓଏ ସମର୍ଥନ ଓ ସହାୟାତ କରିବାକୁ ପ୍ରତିଶ୍ରୁତି ଦେଇଛି। କେବଳ ସେତିକି ନୁହେଁ ସବୁ ଜାତୀୟ ସ୍ପୋଟର୍‌ସ ଫେଡେରେଶନ ଓ ରାଜ୍ୟ ଅନୁବନ୍ଧିତ ସଂଗଠନଗୁଡିକ ମଧ୍ୟ ସହାଯ୍ୟ କରିବେ ବୋଲି ଆଇଓଏ କହିଛି।
ଆଇଓଏର ଟୁଇଟର ହ୍ୟାଣ୍ଡଲ୍‌ରେ ଆସୋସିଏଶନ ସମ୍ପାଦକ ରାଜୀବ ମେହେଟା କରୋନା ଭାଇରସ ଲଢେଇରେ ଆଗରେ ରହି କାର୍ଯ୍ୟକରୁଥିବା ସବୁ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜୀବନକୁ ବାଜି ଲଗାଇ ଏମାନେ କାର୍ଯ୍ୟକରୁଛନ୍ତି। ତେଣୁ ଏମାନେ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି। ସାଇକ୍ଲିଂ ଫେଡେରେଶନ ଓ ଭାରତୀୟ ଗଲ୍ଫ ୟୁନିୟନ (ଆଇଜିୟୁ) ମଧ୍ୟ ଆର୍ଥତ୍କ ସହାୟତା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆଇଓଏ ଆଉ ଏକ ଟୁଇଟ କରି ସୂଚନା ଦେଇଛି। କେନ୍ଦ୍ର ସରକାର ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଆଇଜିୟୁ ଅଧ୍ୟକ୍ଷ ତଥା ଅବରସପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ଡି. ଅନ୍‌ବୁ ୧୦ ଲକ୍ଷ ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଇଓଏ ଓ ତା’ର ସବୁ ସଭ୍ୟ ଜାତୀୟ ଫେଡେରେଶନ ଓ ରାଜ୍ୟ ଅଲିମ୍ପିକ୍‌ ଆସୋସିଏଶନ ଏହି ଗୁରୁତ୍ୱପୂର୍ଣ୍ଣ ଲଢେଇରେ ସାମଲ ହେବେ ବୋଲି ମେହେଟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଆଉ ୩…

ଝରିଗାଁ,୧୧ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ନୂତନ କୋର୍ଟ ନିକଟରେ ବାଇକ୍‌ ଦୁର୍ଘଟଣା ଯୋଗୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା…

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri