କରୋନା ସ୍ଥିତିରେ ସୁଧାର ଆସିବା ପରେ ଚାଇନାରେ ପୁଣି ଖୋଲିଲା ଫିଲ୍ମ ହଲ୍‌, ରିଲିଜ୍‌ ହେବ ପୁରୁଣା ହିଟ୍‌ ଫିଲ୍ମ

ବେଜିଂ: କରୋନା ଭାଇରସ୍‌ ଚାଇନାର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥିଲା। ଫଳରେ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଚାଇନାର ପ୍ରାୟ ୬୦୦ରୁ ୭୦୦ ଫିଲ୍ମ ହଲ୍‌ ପୁଣି ଆରମ୍ଭ ହୋଇଛି। ଏମିତିରେ ବି ଚାଇନାକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବକ୍ସ ଅଫିସ୍‌ ଭାବେ ବିବେଚନା କରାଯାଏ। ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଚାଇନାର ପୁରୁଣା ହିଟ୍‌ ଫିଲ୍ମଗୁଡ଼ିକୁ ପୁନଃ ରିଲିଜ୍‌ କରାଯିବ। ଚାଇନା ଫିଲ୍ମ ବ୍ୟୁରୋ ଏଥିରେ ପ୍ରେକ୍ଷାଳୟକୁ ସାହାଯ୍ୟ କରିବ। ଚାଇନା ଫିଲ୍ମ ଗ୍ରୁପ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ପ୍ରେକ୍ଷାଳୟରେ ୫ଟି ପୁରୁଣା ହିଟ୍‌ ଫିଲ୍ମର ପ୍ରିଣ୍ଟ ଦିଆଯିବ। ଏଥିସହିତ, ଚଳଚ୍ଚିତ୍ରର ସରକାରୀ ନିୟାମକଙ୍କ ଅଂଶଧନଧାରୀଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ପ୍ରେକ୍ଷାଳୟଗୁଡ଼ିକ ଫିଲ୍ମ ଟିକେଟ ବିକ୍ରିର ଶତ ପ୍ରତିଶତ ରଖାଯିବ।
ଏହି ଫିଲ୍ମଗୁଡ଼ିକ ମଧ୍ୟରେ ‘ଅବ୍‌ତାର’, ‘ଇଣ୍ଟରଷ୍ଟେଲାର୍‌’ ଏବଂ ‘ଆଭେଞ୍ଜର୍ସ’ ସମସ୍ତ ହଲ୍‌ରେ ମୁକ୍ତିଲାଭ କରିବ। ଏହାବ୍ୟତୀତ ଚାଇନାରେ ନିର୍ମିତ ‘ଓଲଫ୍‌ ଓ୍ବାରିଅର -୨’,‘ଓଲ୍‌ଫ ଟୋଟେମ୍‌’ ‘ଆମେରିକୀୟ ଡ୍ରିମ୍ସ’ ମଧ୍ୟ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ର ବିବାଦୀୟ ଚୁମ୍ବନ, ଥାନାରେ ପହଞ୍ଚିଥିଲା ମାମଲା

ମୁମ୍ବାଇ : ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ କିସ୍‌ ଡେ ବା ଚୁମ୍ବନ ଦିବସ ପାଳନ କରାଯାଏ। ଚୁମ୍ବନ ପ୍ରେମର ଗଭୀରତା ସୂଚାଏ। ଆଜିକାଲି...

ନିଷ୍ପତ୍ତି ବଦଳାଇଲେ ଧୀରଜ

ବମ୍ବେ: କିଛି ଦିନ ପୂର୍ବେ ଅଭିନେତା ଧୀରଜ ଧୁପର ‘କୁଣ୍ଡଲୀ ଭାଗ୍ୟ’ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ଏପରିକି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତାଙ୍କୁ...

ଝାଡ଼ଖଣ୍ଡରେ ଭିଡ଼ହିଂସା ଜଣେ ମୃତ,ଜଣେ ଗୁରୁତର

ରାଞ୍ଚି,୭ା୧୧(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଧାନବାଦରେ ଚୋର ସନ୍ଦେହରେ ଜଣକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ...

କରୋନା ନେଲାଣି ୧୦ ଲକ୍ଷ ଜୀବନ

ୱାଶିଂଟନ,୨୯ ।୯: ସାରା ବିଶ୍ୱରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣରେ ୧୦ ଲକ୍ଷ ଲୋକଙ୍କ...

‘ଏଏପି ଛାଡ଼ି ଭାଜପା ଆସ, ସବୁ ସିବିଆଇ-ଇଡି କେସ୍‌ ହୋଇଯିବ ବନ୍ଦ’

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି(ଏଏପି)ନେତା ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉକୁ ନେଇ ରାଜନୀତି ଜୋର ଧରିଛି। ସୋମବାର ସିସୋଡିଆ ଏକ...

CORONAVIRUS UPDATE: ରାଜ୍ୟରେ ଆଉ ୫ ପଜିଟିଭ୍‌, ଆକ୍ରାନ୍ତ ସଂଖ୍ୟା ୧୮୫ରେ ପହଞ୍ଚିଲା

ଭୁବନେଶ୍ୱର,୬।୫(ବ୍ୟୁରୋ)- ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି। ସେଥିରୁ...

ପୋଲିଓ ପୀଡ଼ିତଙ୍କୁ କାନ୍ଧରେ ବୋହି ୮ କିଲୋମିଟର ନେଲେ ଯବାନ

ଛତିଶଗଡ଼,୭।୬: ଛତିଶଗଡ଼ର ଗୁମୋଦି ଗାଁକୁ ସିଆରପିଏଫ୍‌ର ୨୩୧ ବାଟାଲିୟନ ଗୁରୁବାର ପେଟ୍ରୋଲିଂ ପାଇଁ ଯାଇଥିଲେ। ସେହି ସମୟରେ ଉକ୍ତ ଗାଁର ୧୩ ବର୍ଷର ଜଣେ ନାବାଳକ...

ଚାଇନା ନାଗରିକଙ୍କଠାରୁ ମିଳିଲା ଭାରତୀୟ ଆଧାର କାର୍ଡ: ୨ ଗିରଫ

କୋଲକାତା,୧୭।୩: ପଶ୍ଚିମବଙ୍ଗର ସିଲିଗୁଡିି ଜିଲାରେ ପୋଲିସ ଦୁଇ ଚାଇନା ନାଗରିକଙ୍କୁ ଗିରଫ କରିଛି। ରାଜ୍ୟର ବାଗଡୋଗ୍ରା ବିମାନବନ୍ଦରରେ ଥିବା ସିଲିଗୁଡି ମହାନଗର ପୋଲିସ ଏହି ଚାଇନା...

Advertisement
Archives

Model This Week