କରୋନା ସହାୟତା: ୧ ଲକ୍ଷ ଟଙ୍କା ଦେଲେ ମନୁ ଭାକର

ନୂଆଦିଲ୍ଲୀ,୩୦।୩(ପି.ଟି.): ଶୁଟିଂ ସେନସେଶନ ମନୁ ଭାକର କାରୋନା ଭାଇରସ ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ହରିୟାଣା ସରକାରଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ହରିୟାଣାର ଝାଜ୍ଜର ଜିଲରେ ଜନ୍ମ ଗ୍ରହଣ କରିଥିବା ୧୮ ବର୍ଷୀୟ ଏହି ମହିଳା ଶୁଟର ଭାକର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୟୁଥ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। କରୋନା ଭାଇରସକୁ ସଫଳତାର ସହ ମୁକାବିଲା କରିବା ଆମର କର୍ତ୍ତବ୍ୟ। ତେଣୁ ଏଥିପାଇଁ ସରକାରଙ୍କ କରୋନ କେସେସ୍‌ ଫଣ୍ଡକୁ ଲକ୍ଷେ ଟଙ୍କା ଦାନ କରୁଛି ବୋଲି ସେ ହିନ୍ଦିରେ ଟୁଇଟ୍‌ କରିଛନ୍ତି। ଦେଶ ତଥା ବିଶ୍ୱରେ ଦେଖା ଦେଇଥିବା ଏହି ସ୍ବାସ୍ଥ୍ୟ ସଙ୍କଟରେ ସମସ୍ତେ ସାମର୍ଥ୍ୟ ଅନୁଯାୟୀ କିଛି ଦାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
କରୋନା ଭାଇରସ୍‌ରେ ସାରା ବିଶ୍ୱରେ ୭,୦୦,୦୦୦ ଲୋକେ ସଂକ୍ରମିତ ହୋଇଛନ୍ତି ଓ ଏପର୍ଯ୍ୟନ୍ତ ୩୪,୦୦୦ ଲୋକ ଏହି ଭାଇରସ ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଭାରତରେ ଏଥିରେ ୧,୦୦୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଭାକର ସଦ୍ୟତମ କ୍ରୀଡ଼ାବିତ୍‌ ଭାବେ ଏହି ଭାଇରସ୍‌ ମୁକାବିଲା ପାଇଁ ଅର୍ଥଦାନ କରିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର ୫୦ ଲକ୍ଷ, ସୁରେଶ ରାଇନା ୫୨ ଲକ୍ଷ ଟଙ୍କା ଦାନ କରିଥିଲେ। ସେହିପରି ମହିଳା ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ, ସ୍ପ୍ରିଣ୍ଟର ହିମା ଦାସ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ଭାଇରସ ମୁକାବିଲା ପାଇଁ ଅର୍ଥ ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କୁ ପଚାରିଲେ ଥରୁର୍‌: ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ତ ନେଲ; ପ୍ରତିଷେଧକ ଟୀକା ପ୍ରଥମେ ଆମକୁ ଦେବ ତ !

ନୂଆଦିଲ୍ଲୀ,୮।୪: କରୋନା ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁରୋଧ ରକ୍ଷାକରି ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ ପଠାଇଛି। ଏନେଇ କଂଗ୍ରେସ ପକ୍ଷରୁ ଶଶି ଥରୁର୍‌...

ଡେରାବିଶରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ

ଡେରାବିଶ, ୨୬।୫(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାରେ ସୋମବାର ୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ଡେରାବିଶ ବ୍ଲକର ବୋଲି ଜଣାପଡିଛି। ଡେରାବିଶ ବ୍ଲକ୍‌ରେ...

କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ଗ୍ରାମବାସୀଙ୍କ ବିରୋଧ

ଧାନବାଦ, ୧୯।୭- ଭାରତରେ ଗମ୍ଭୀର ରୂପ ଧାରଣ କରିଛି କରୋନା ମହାମାରୀ। କରୋନା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ...

ସାହାଣୀ କପ୍‌ ଫୁଟ୍‌ବଲ : ରାଉରକେଲା, ଦେବଗଡ଼, ଭୁବନେଶ୍ୱର, ବାଲେଶ୍ୱର ବିଜୟୀ

କଟକ ଅଫିସ, ୭ା୧୨- ବରଗଡ଼ ଓ ଢେଙ୍କାନାଳରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ଚାଲିଥିବା ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ...

୩୬ ହଜାର କୋଟି ଆୟ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୩ରୁ ୨୦୨୭ ମଧ୍ୟରେ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ପ୍ରସାରଣ ଅଧିକାର ବାବଦରୁ ୫ ବିଲିୟନ...

ଓ୍ବେଷ୍ଟଇଣ୍ଡିଜ-ଏ’କୁ ୨୨୮ରେ ଅଟକାଇଲା ଭାରତ-ଏ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୨୫।୭ (ପି.ଟି.)- ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟର ପ୍ରଥମ...

ଲକ୍‌ଡାଉନ୍‌ରେ ବୁଡ଼ିଯାଇଛି ଅର୍ଥନୀତି: ରାହୁଲଙ୍କୁ କହିଲେ ରାଜୀବ ବଜାଜ

ନୂଆଦିଲ୍ଲୀ, ୪।୬: ଲକ୍‌ଡାଉନ୍‌ ନେଇ ଏନ୍‌ଡିଏ ସରକାରଙ୍କୁ ବିରୋଧୀ କଂଗ୍ରେସ ଲଗାତାର ଘେରିବା ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମ୍ପର୍କିତ...

ସ୍ତ୍ରୀ ସାକ୍ଷୀଙ୍କ ସହ କେମିତି ଖୁସିରେ ଅଛନ୍ତି, ରାଜ୍‌ ଖୋଲିଲେ ଧୋନୀ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଗତ ପାଞ୍ଚମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏଭଳି ସ୍ଥିତିରେ ଧୋନୀ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ...

Advertisement
Ten Cric Info


Archives

Model This Week