ନୂଆଦିଲ୍ଲୀ,୨୮।୩(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ତାଙ୍କର ଗୋଟିଏ ମାସର ଦରାମା ଦାନ କରିଛନ୍ତି। ଦେଶର ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ ଅର୍ଥଦାନ ଦେବା ଏବେ ଅପରିହାର୍ଯ୍ୟ ହୋଇପଡିଛି ଓ ଏଥିପାଇଁ ଗୋଟିଏ ମାସର ଦରମା ପ୍ରଦାନ କରିଛି ବୋଲି ରିଜିଜୁ ତାଙ୍କ ଫେସ୍ବୁକ୍ ପେଜ୍ରେ ଉଲ୍ଲେଖ କରିଛନ୍ତି। କରୋନା ଭାଇରସ ବିପକ୍ଷରେ ଲଢେଇ ପାଇଁ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ଏମ୍ପି ମାନଙ୍କୁ ସେମାନଙ୍କ ଏମ୍ପିଲାଡରୁ ୧ କୋଟି ଟଙ୍କା ଲେଖାଏ ଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦୃଷ୍ଟିରୁ ଦେଖିବାକୁ ଗଲେ ରିଜିଜୁ ତାଙ୍କ ଏମ୍ପିଲାଡରୁ ମଧ୍ୟ ଗୋଟିଏ କୋଟି ଟଙ୍କା ପ୍ରଦାନ କରିବେ। ଏ ନେଇ ସେ ତାଙ୍କ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଛନ୍ତି ବୋଲି ରିଜିଜୁ କହିଛନ୍ତି। ସବୁ ସକ୍ଷମ ଲୋକଙ୍କୁ ଅର୍ଥ ଦାନ କରିବା ପାଇଁ ରିଜିଜୁ ଆହ୍ବାନ୍ନ କରିଛନ୍ତି। ଉଲ୍ଲେଖଥାଉ କି, କୋଭିଡ- ୧୯ ସଂକ୍ରମଣ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକ୍ଡାଉନ ଜାରି ହୋଇଛି। ଏହି ଭାଇରସ୍ କାରଣରୁ ବିଶ୍ୱରେ ୩୦, ୦୦୦ ଓ ଭାରତରେ ୧୯ଜଣ ଲୋକ ପ୍ରାଣ ହରାଇଲେଣି।
Posted inକରୋନା ଭାଇରସ୍, ଖେଳ View All

ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୫୭୮ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ୨ହଜାର ତଳେ ରହୁଛି। ଇତିମଧ୍ୟରେ...

ବିଳମ୍ବ କରିଦେଲେ ରସେଲ
ଅହମ୍ମଦାବାଦ,୨୯।୪ : ବିଳମ୍ବ କରିଦେଲେ ଆନ୍ଧ୍ରେ ରସେଲ। ଶେଷ ଆଡ଼କୁ ଦେଖିବାକୁ ମିଳିଲା ତାଙ୍କ ବ୍ୟାଟରୁ ଚୌକା ଓ ଛକାର ବର୍ଷା। କିନ୍ତୁ ପ୍ରଥମ ୧୮...

କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ
କଟକ ଅଫିସ୍,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ...

ମୋଦି ସରକାରଙ୍କୁ ଘେରିଲେ ଦିଗ୍ବିଜୟ: କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ମନା, କିନ୍ତୁ କୁମ୍ଭ ମେଳା ଆସିବାକୁ ଅନୁମତି
ନୂଆଦିଲ୍ଲୀ,୧୬।୩: ଦେଶରେ ପୁଣିଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା ପୁଣି ଥରେ ବୃଦ୍ଧି କରିଛନ୍ତି। କରୋନା କ୍ରମାଗତ ବୃଦ୍ଧି...

ଏମ୍ପି ପଦ ପାଇବା ପରେ ଏବେ କମେଣ୍ଟ୍ରି କରିବେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୮।୬: କ୍ରିକେଟ ପଡ଼ିଆରୁ ରାଜନୀତିରେ ପାଦ ଦେଇଥିବା କ୍ରିକେଟର ଗୌତମ ଗମ୍ଭୀର ଏବେ କମେଣ୍ଟ୍ରି କରିବେ। ଜୁନ୍ ୯ ରବିବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ସେ ଷ୍ଟାର...

ବ୍ରେନ୍ କ୍ୟାନ୍ସର ସହ ସଂଘର୍ଷ କରୁଛନ୍ତି ଅଷ୍ଟ୍ରେଲିଆନ କ୍ରିକେଟର
ସିଡ୍ନୀ,୨୯।୫(ପିଟି)- ପୂର୍ବତନ ଅଷ୍ଟ୍ରେଲିଆନ ଅଫ୍ ସ୍ପିନର ଗାବିନ ରବର୍ଟସନ ଏବେ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ। ଜୀବନ ପ୍ରତି ବିପଦ ଥିବା ରୋଗରୁ ବର୍ତ୍ତିବା ପାଇଁ...

କରୋନା ଭାକ୍ସିନ୍ର ଦ୍ୱିତୀୟ ବୁଷ୍ଟର ଡୋଜ୍ର ଆବଶ୍ୟକତା ନାହିଁ
ନୂଆଦିଲ୍ଲୀ,୩।୧: ଚାଇନାରେ କରୋନା ତାଣ୍ଡବ ରଚିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ଶହ ଶହ ଲୋକ ଜୀବନ ହାରୁଛନ୍ତି। ଭାରତରେ...

ଇସିଙ୍କ ଜାତୀୟ ଆଇକନ୍ ହେବେ ତେନ୍ଦୁଲକର
ନୂଆଦିଲ୍ଲୀ,୨୩ା୮(ପି.ଟି.): କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିର୍ବାଚନ କମିଶନ(ଇସି)ଙ୍କ ଜାତୀୟ ଆଇକନ୍ ହେବାକୁ ଯାଉଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଭୋଟର ସାମିଲ ହେବା ଲାଗି...