Posted inରାଜ୍ୟ

କରୋନା ସନ୍ଦିଗ୍ଧଙ୍କୁ ମାଗଣାରେ ମିଳିବ ମାସ୍କ, ସାନିଟାଇଜର

ଭୁବନେଶ୍ୱର,୬।୩(ବ୍ୟୁରୋ): କରୋନା ମୁକାବିଲା ନେଇ ଲୋକସେବା ଭବନରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି। ବୈଠକ ଶେଷ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇ କହିଛନ୍ତି, କରୋନା ପାଇଁ ଭୟଭୀତ ନ ହେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସୁସ୍ଥ ଲୋକମାନେ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଯେଉଁମାନେ କେବଳ ଥଣ୍ଡା, ଛିଙ୍କ ଆଦିରେ ଆକ୍ରାନ୍ତ ସେମାନେ ମାସ୍କ ବ୍ୟବହାର କରନ୍ତୁ। ଭୁବନେଶ୍ୱର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)ରେ ଖୁବ୍‌ଶୀଘ୍ର କରୋନା ଟେଷ୍ଟିଂ ସୁବିଧା ମିଳିବ। କରୋନା ସନ୍ଦିଗ୍ଧଙ୍କୁ ମାଗଣାରେ ମାସ୍କ, ସାନିଟାଇଜର ମିଳିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଚାଇନାରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଇତିମଧ୍ୟରେ ୮୨ ଦେଶକୁ ବ୍ୟାପି ସାରିଲାଣି। ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସରକାରୀ ତଥା ବେସରକାରୀସ୍ତରରେ ଏହାକୁ ନେଇ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌରଶକ୍ତିଚାଳିତ ବ୍ୟାଟେରି ସାଇକେଲ ନିର୍ମାଣ

ଜଟଣୀ,୩।୩(ଡି.ଏନ.ଏ.): ଇଚ୍ଛାଶକ୍ତି ଥିଲେ ନିଶ୍ଚିତ କାର୍ଯ୍ୟ ସଫଳତା ହୋଇଥାଏ। ଏହି ଉକ୍ତିକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଛାତ୍ରମାନେ।...

ଆତ୍ମହତ୍ୟା ଧମକ ଦେଲେ ଭାଜପା ବିଧାୟକ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ। ଗୁରୁବାର ଗୃହରେ ମଣ୍ଡି ସମସ୍ୟାକୁ ନେଇ ଭାଜପା ବିଧାୟକମାନେ ହୋହଲ୍ଲା କରିଥିଲେ।...

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୭ ତାରିଖ ବେଳକୁ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ...

ନୂଆ ମୋଟର ଯାନ ଆଇନ : ଘାରିଲା ଭୟ, ବଢ଼ିଲା ଭିଡ଼

ଭୁବନେଶ୍ୱର, ୬।୯(ବ୍ୟୁରୋ) : ନୂଆ ମୋଟର ଆଇନ-୨୦୧୯ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି। ଓଡ଼ିଶାରେ ଚେକିଂ, ବ୍ଲକିଂ ଓ ଗାଡ଼ି ଧରାପଗଡ଼କୁ ଜୋର୍‌ଦାର...

‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ’କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜଧାନୀରେ ଟିକାକରଣକୁ ସୁଗମ କରିବା ପାଇଁ ଗତ ୮ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ‘ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ୍‌’ ବା...

ଅଜା, ନାତିଙ୍କ ଉପରେ ଚଢିଗଲା ଚାଉଳ ବୋଝେଇ ଟ୍ରକ

ଆନନ୍ଦପୁର,୩୦।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ ନମ୍ବର ବରପଦା ବଜାର ନିକଟରେ ଶୁକ୍ରବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଚାଉଳ ବୋଝେଇ...

ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ ଟିମ୍‌

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଆଜିକୁ ପ୍ରାୟ ୩ଦିନ ହେଲାଣି ଏହି ଘଟଣା ଦିନକୁ...

ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା...

Advertisement
Archives

Model This Week