Posted inଜାତୀୟ

କରୋନା ସନ୍ଦିଗ୍ଧଙ୍କୁ ଦେଖିବାକୁ ମନା କରିଥିବା ମେଡିକାଲ ଅଫିସର ନିଲମ୍ବିତ

ଜମ୍ମୁ,୧୫ା୩(ପି.ଟି.): ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ଲାଗି ମନା କରିଦେଇଥିବା ମେଡିକାଲ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଞ୍ଚ୍‌ର ଡେପୁଟି କମିଶନର ରାହୁଲ ଯାଦବ ଡାକ୍ତର ସଲିମ ଭଟ୍ଟିଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି। ପର୍ଯ୍ୟବେକ୍ଷଣ ଟିମ୍‌ରେ ସାମିଲ ହୋଇଥିବା ଡାକ୍ତର ଭଟ୍ଟି ଡ୍ୟୁଟି କରିବାକୁ ମନା କରିଦେଇଥିଲେ। କରୋନା ସଂକ୍ରମଣ ରୋକିବା ଲାଗି ସରକାର ଉଦ୍ୟମ ଜାରି ରଖିଥିବାବେଳେ ମେଡିକାଲ କର୍ମଚାରୀ ସେମାନଙ୍କ ଦାୟିତ୍ୱ ନିର୍ବାହ କରିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଜମ୍ମୁ-କଶ୍ମୀରରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ଲାଗି ସେନା ଆଗେଇ ଆସିଛି। ଯବାନମାନେ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କୁ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରିବା ସହ ଏହାର ମୁକାବିଲା ଦିଗରେ ସହଯୋଗ କରିବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୩୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥଙ୍କ କବାଟ

ଡେରାଡୁନ,୨୯।୧: ଉତ୍ତରାଖଣ୍ଡର ହିମାଳୟରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥଙ୍କ ମନ୍ଦିର କିଛି ମାସ ହେଲା ବନ୍ଦ ରହିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିରର ଦ୍ୱାର...

ବିଏମ୍‌ସି ନିର୍ବାଚନ ଏକାଠି ଲଢ଼ିବେ ଭାଜପା-ଶିନ୍ଦେ ଗୋଷ୍ଠୀ, ଫଡନାଭିସ କଲେ ଘୋଷଣା…

ମୁମ୍ବାଇ, ୬।୯ : ଭାରତୀୟ ଜନତା ପାର୍ଟି (ଭାଜପା) ବମ୍ବେ ମ୍ୟୁନିସପାଲ କର୍ପୋରେଶନ(ବିଏମ୍‌ସି) ନିର୍ବାଚନ ୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ସମ୍ପର୍କରେ ଭାଜପାର...

ପତଞ୍ଜଳି ଲଞ୍ଚ କଲା କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ କରୋନିଲ‌: ୭ଦିନରେ ସମ୍ପୂର୍ଣ୍ଣ ସୁସ୍ଥ

ହରିଦ୍ୱାର,୨୩।୬: ସାରା ବିଶ୍ୱରେ କରୋନା ମହାମାରୀ ବେଲଗାମ ହୋଇପଡ଼ିଛି। ସାରା ଦେଶର ବିଶେଷଜ୍ଞ ଏହାର ମୁକାବିଲା ପାଇଁ ଭ୍ୟାକସିନ୍‌ ଖୋଜିବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଯୋଗ ଗୁରୁ...

ଏଏପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାଡ ଘଟଣା: ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୨।୨ : ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ନରେଶ ଯାଦବଙ୍କ ବିଜୟ ଶୋଭାଯାତ୍ରା ବେଳେ ଗୁଳିମାଡ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଦେଶରେ ୩୪ ଦିନରେ ୧ କୋଟିରୁ ଅଧିକ ଟିକାକରଣ!

ନୂଆଦିଲ୍ଲୀ,୨୦ ।୨: କରୋନା ମହାମାରୀକୁ ଦୂରେଇ ଦେବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏହି କ୍ରମରେ ଭାରତରେ ବି ଟିକାକରଣ...

କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ପରିବାରର ୩ ମୃତ

ଚେନ୍ନାଇ,୨୮।୬: କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର ଇରୋଡରେ...

କୃଷି ଆଇନ: ରିପୋର୍ଟ ଦାଖଲ କଲା ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧।୪(ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ୩ ଜଣିଆ ବିଶେଷଜ୍ଞ କମିଟି କେନ୍ଦ୍ରର ବିବାଦୀୟ କୃଷି ଆଇନ ଉପରେ ବୁଧବାର ସର୍ବୋଚ୍ଚ ଅଦାଲତରେ ରିପୋର୍ଟ ଦାଖଲ କରିଛି।...

‘ଶିଗେଲା’ ଭୟରେ କେରଳ

କୋଝିକୋଡ୍‌, ୨୨ା୧୨: ଭାରତର ପ୍ରଥମ ରାଜ୍ୟ ଭାବେ କରୋନା ପାଦ ଥାପିଥିଲା କେରଳରେ। ଏଥିରୁ ରାଜ୍ୟବାସୀ ମୁକ୍ତି ପାଇ ନ ଥିବାବେଳେ ଏବେ ସେମାନଙ୍କ ଚିନ୍ତା...

Advertisement
Archives

Model This Week