କରୋନା ସଚେତନତା: ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ସ୍ବାସ୍ଥ୍ୟ ଏବଂ କୋଭିଡ-୧୯ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ। ମାତ୍ର ଅନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ମହାମାରୀ ରୋଗ ଆଇନ ୧୯୯୭ ଏବଂ ଓଡ଼ିଶା କୋଭିଡ-୧୯ ରେଗୁଲେଶନ ୨୦୨୦ କରୋନା ଭୂତାଣୁ ପ୍ରତିରୋଧ ବ୍ୟବସ୍ଥା ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି ଏ ନେଇ କୌଣସି ସନ୍ଦେହ ରହିବ ତେବେ ରାଜ୍ୟ ସରକାର ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ

ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍‌.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ...

ନିଷେଧ ପଲିଥିନ ବନ୍ଦ ପାଇଁ ଚଢ଼ାଉ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବଢ଼ି ଚାଲିଛି ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା। ପରିବେଶ ଓ ଜୀବଜଗତ ପ୍ରତି ବିପଦ ସୃଷ୍ଟି...

ଏଡିଆର୍‌ଆଇରେ ହେବ କରୋନା ପରୀକ୍ଷା

କଟକ ଅଫିସ୍‌,୧।୫: କଟକ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ(ଏଡିଆର୍‌ଆଇ)ରେ କରୋନା ଭୂତାଣୁ ପରୀକ୍ଷା କରାଯିବ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ...

ଭଦ୍ରକରେ ୧୮୬ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୨୦।୬: ଭଦ୍ରକ ଜିଲାରେ ଶନିବାର ପୁଣି ୫ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୬ରେ...

ସୁସ୍ଥ ହେଲେ ଆଉ ୩୪୦୪ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ପଢନ୍ତୁ

ଭୁବନେଶ୍ୱର,୯।୧୦(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୦୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୭୪, ପୁରୀରୁ ୨୮୯,...

ସାଉଥ୍‌କୋ, ଓ୍ବେସକୋ ହାତେଇଲା ଟିପିସିଏଲ୍‌

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀକୁ ଘରୋଇ ସଂସ୍ଥା ହାତକୁ ଟେକି ଦେଉଛନ୍ତି। ନିକଟରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)...

ବିଏମ୍‌ସିର ଅବହେଳା ପୁଣି ନେଲା ଜୀବନ:ମୁକୁଳା ଡ୍ରେନ୍‌ରେ ଭାସି ବୃଦ୍ଧା ମୃତ

ଭୁବନେଶ୍ୱର, ୨୬।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରର ଡ୍ରେନ୍‌ ଏବେ ସହରବାସୀଙ୍କ ପାଇଁ କାଳ ସାଜିଛି। ମୁକୁଳା ଡ୍ରେନ୍‌ ବାରମ୍ବାର ଜୀବନ ନେବା ପରେ ବି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର...

ଗଞ୍ଜାମର ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିବ ମାସ୍କ: ମୂଲ୍ୟ ୨୫ ଟଙ୍କା

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ମାସ୍କର ସମ୍ପୂର୍ଣ୍ଣ ଅଭାବ ଦେଖାଦେଇଛି। ଫଳରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। କେତେକ ସ୍ଥାନରେ କଳାବଜାର ହେଉଥିବା ମଧ୍ୟ...

Advertisement


Archives

Model This Week