କରୋନା ସଙ୍କଟରେ ସହାୟତା ପାଇଁ ଅଣ୍ଟା ଭିଡ଼ିଛି ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୩୧।୩: ସାରା ଭାରତରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି।  ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଅପରିହାର୍ଯ୍ୟ। ତେଣୁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରି ସଙ୍କଟଜନକ ସ୍ଥିତିରେ ଭାରତୀୟ ରେଲଓ୍ବେ ଲୋକଙ୍କୁ ସହାୟତା କରିବା ଲାଗି ଅଣ୍ଟା ଭିଡ଼ିଛି। ରେଲଓ୍ବେ ପକ୍ଷରୁ କିଛି ବଗିକୁ ଆଇସୋଲେଶନ ଓ୍ବାର୍ଡରେ ପରିଣତ କରାଯାଇଛି। ଏହା ସହିତ ମାସ୍କ୍‌, ସାନିଟାଇଜର ଆଦି ତିଆରି କରାଯାଇ ଲୋକଙ୍କୁ ବଣ୍ଟନ କରାଯାଉଛି। ଳୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ମଧ୍ୟ ପ୍ରସାର କରାଯାଉଛି। ଦକ୍ଷିଣ ରେଲଓ୍ବେର ତାମିଲନାଡୁର ପେରାମ୍ବୁର, ଇରୋଡ୍‌ ଏବଂ ଆର୍କୋନାମ୍‌ଠାରେ ଥିବା ରେଲଓ୍ବେର ନିର୍ମାଣ ତଥା ପ୍ରଡକଶନ୍‌ ୟୁନିଟ୍‌ରେ କରୋନା ସଂକ୍ରମିତଙ୍କ ପାଇଁ ଶଯ୍ୟା ନିର୍ମାଣ ଜାରି ରହିଛି। ସେହିପରି ଲକ୍‌ଡାଉନ୍‌ ସମୟରେ ରେଲଓ୍ବେ ପକ୍ଷରୁ ସ୍ବତନ୍ତ୍ର ପାର୍ସଲ ଭ୍ୟାନ୍‌ ଟ୍ରେନ୍‌ ଚଳାଚଳା ଜାରି ରହିଛି। ଏହାଦ୍ୱାରା ଖାଦ୍ୟ ଶସ୍ୟ, ଦୁଗ୍ଧ ଏବଂ କୋଇଲା ପରିବହନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ହରାଇବା ବ୍ୟକ୍ତି ଜନ୍ମ ହୋଇନାହାନ୍ତି, ଭଗବାନଙ୍କ ଲେଖାକୁ ବି ହଟେଇଦେବି’

ନୂଆଦିଲ୍ଲୀ, ୧୫।୫: ଭୋଜପୁରୀ ଅଭିନେତା ତଥା ଆଜମଗଡ ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଦିନେଶ ଲାଲ ଯାଦବ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି।...

କରୋନାକୁ ଏବେ ଭୟ ନାହିଁ: ବଜାରକୁ ଆସିବ ସେଫ୍ଟି ଗଗଲ୍ସ

ଚଣ୍ଡିଗଡ଼, ୨୮।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏବେ ଆଉ କରୋନାକୁ ଭୟ ନାହିଁ। ବଜାରରେ ଖୁବ୍‌ ଶୀଘ୍ର...

୧୩ରୁ ସିଆଇଆଇ ଏଣ୍ଟରପ୍ରାଇଜ ଓଡ଼ିଶା

ଭୁବନେଶ୍ୱର,୯-୧୧: କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ଏଣ୍ଟରପ୍ରାଇଜ ଓଡ଼ିଶା ଚଳିତ ମାସ ୧୩ରୁ ୧୬ ଯାଏ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବ। ଏହାର...

ପୁସ୍ତକ ମେଳାରେ ହନୁମାନ ଚାଳିଶା ବାଣ୍ଟିବାରୁ ଭିଏଚ୍‌ପିକୁ ରୋକିଲା ପୋଲିସ

କୋଲକାତା,୧୯।୨: ପଶ୍ଚିମବଙ୍ଗରେ ରବିବାର ୪୪ତମ ଅନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳାର ଶେଷ ଦିନ ଥିଲା। ପୁସ୍ତକ ମେଳାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଲୋକମାନଙ୍କୁ ହନୁମାନ...

ମିଶନ ମୋଡ୍‌ରେ ପିଲାଙ୍କୁ ଟିକାକରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୧: ଡେଲ୍ଟା ଏବଂ ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାମାରୀ ସ୍ଥିତିର ସମୀକ୍ଷା...

ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’: ଚିଠି ଦେଉଛି ପ୍ରେରଣା କହିଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜ ମନର କଥା ରବିବାର ଖୋଲି କହିଛନ୍ତି। ଅଲ୍‌...

ଲଦାଖରେ ଚାଇନାର ନୂଆ ଏୟାରବେସ୍‌

ନୂଆଦିଲ୍ଲୀ, ୧୯।୭: ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଗତବର୍ଷଠାରୁ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ବେଜିଂ ଏବେ ସୀମାରେ ଭିତ୍ତିଭୂମି ବଢ଼ାଇବା...

ଖର୍ଚ୍ଚ ୩୯.୩ କୋଟି, ହେଲାନି ବିବାଦର ସମାଧାନ

ନୂଆଦିଲ୍ଲୀ,୧୫।୪: ବଂଶଧାରା ନଦୀଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ...

Advertisement
Archives

Model This Week