କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ୧୯ ଜଣଙ୍କ ରିପୋର୍ଟ ପଜିଟିଭ

ହାଇଦ୍ରାବାଦ,୧୪।୬: ତେଲେଙ୍ଗାନାର ରଙ୍ଗାରେଡ୍ଡୀରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୨୫ଜଣ ପରିଜନ ଯୋଗ ଦେଇଥିଲେ। ଏବେ ଏମାନଙ୍କ ମଧ୍ୟରୁ ୧୯ ଜଣ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ଜୁନ୍‌ ୧୦ରେ ମହିଳାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପରେ ଅନ୍ୟମାନଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ସେମାନଙ୍କର ନମୁନା ପରୀକ୍ଷା କରାଯିବାରୁ ୧୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସୂଚନାଯୋଗ୍ୟ, ମହିଳା ଜଣକ ଅନ୍ୟ କିଛି ରୋଗ ପାଇଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଜୁନ ୯ରେ ତାଙ୍କର କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିବା ବେଳେ ହଠାତ୍‌ ଜୁନ୍‌ ୧୦ରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ରିପୋର୍ଟ ଆସିବା ପୂର୍ବରୁ ତାଙ୍କ ମୃତ ଶରୀରକୁ ପରିଜନଙ୍କୁ ହସ୍ତାନ୍ତର କରାଯାଇଥିଲା। ସେମାନେ ନୀତିନିୟମ ଅନୁଯାୟୀ ମହିଳାଙ୍କର ଅନ୍ତିମ ସଂସ୍କାର କରିଥିଲେ। ଏହାପରେ ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଅନ୍ୟପଟେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ୧୯ ଜଣ କିଛି ନ ଜାଣିପାରି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରଟିଆଇ ସୂଚନା: ୟୁପିଏ ସରକାରଙ୍କ ସମୟରେ ୪ ହଜାରରୁ ଅଧିକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ମୋଦିଙ୍କ ଶାସନରେ ଭାଙ୍ଗିଛି ଆତଙ୍କବାଦ ମେରୁଦଣ୍ଡ…

ପୁଣେ,୧୮।୧୦ : ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇ ବର୍ତ୍ତମାନର କେନ୍ଦ୍ର ସରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିଛନ୍ତି। ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଜୀବନ ଭୟରେ ଜଙ୍ଗଲ ଛାଡୁଛନ୍ତି ଆତଙ୍କବାଦୀ, ସର୍ଚ୍ଚ ଅପରେଶନ୍‌ ଜାରି …

ଶ୍ରୀନଗର,୩୧।୧୦: ଦୁଇ ସପ୍ତାହ ପରେ ରବିବାର ସକାଳେ ଜମ୍ମୁ-ରାଜୌରୀ ଜାତୀୟ ରାଜପଥକୁ ଯାତାୟତ ପାଇଁ ଖୋଲି ଦିଆଯାଇଛି। ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ଗତ ୨୧ ଦିନ...

ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ରହିଛି: ଅମର୍ତ୍ତ୍ୟ ସେନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲେ ଦିଦି

କୋଲକତା,୧୭।୧: ନିକଟରେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ରହିଛି ବୋଲି କହିଛନ୍ତି।...

ନୀତୀଶଙ୍କ ହେଲିକପ୍ଟର ପଙ୍ଖା ପବନରେ ଉଡ଼ିଗଲା ସଭାମଞ୍ଚ, ଅଳ୍ପକେ ବର୍ତ୍ତିଲେ ଲୋକେ

ପାଟନା,୧୫ା୧୦: ମୁଙ୍ଗର ଜିଲାରେ ଜେଡିୟୁ ପ୍ରାର୍ଥୀଙ୍କ ସମର୍ଥନରେ ସାଧାରଣ ସଭାକୁ ଆସିଥିବା ସିଏମ୍‌ ନୀତୀଶ କୁମାରଙ୍କ ହେଲିକପ୍ଟର ଅବତରଣ ସମୟରେ ହଠାତ୍‌ ଏକ ଅଘଟଣ ଘଟିଛି।...

ଭାରତ-ରୁଷିଆ ଭାଗିଦାରୀ ଉପରେ କୌଣସି ଚାପର ପ୍ରଭାବ ପଡ଼ିବ ନାହିଁ: ଲାଭ୍ରୋଭ୍‌

ନୂଆଦିଲ୍ଲୀ, ୧।୪: ୟୁକ୍ରେନ୍‌ ସହ ରୁଷିଆର ଯୁଦ୍ଧକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଆସୁଛନ୍ତି। ଏପରିକି ଦେଶ ଉପରେ ଚାପ ବଢ଼ାଇବା ଲାଗି...

ଆଗକୁ ମାତ୍ର ୧୦ ଘଣ୍ଟାରେ ପହଞ୍ଚିହେବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ,୨୦।୬: ଆଗାମୀ ୪ ବର୍ଷ ମଧ୍ୟରେ ଭାରତୀୟ ରେଲଓ୍ବେ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ଯାତ୍ରାକୁ ୫ ଘଣ୍ଟା କମ୍‌ କରିଦେବାକୁ ଚିନ୍ତା କରିଛି। ତେବେ ଦିଲ୍ଲୀରୁ...

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନ ଅଭିଯୋଗ ଆଣିଲେ ପାୟଲ

ମୁମ୍ବାଇ,୨୦ ।୯: ବଲିଉଡ୍‌ରେ ବିବାଦ ଯେମିତି ଥମିବାର ନାଁ ନେଉନି । ଶନିବାର ନବାଗତା ନାୟିକା ପାୟଲ ଘୋଷ ଚର୍ଚ୍ଚିତ ସେଲିବ୍ରିଟି ଅନୁରାଗ କଶ୍ୟପଙ୍କ ଉପରେ...

୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ/ମୁମ୍ବାଇ,୩୦ା୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ରବିବାର ପ୍ରଥମ ପର୍ଯ୍ୟାୟରେ ୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କୁ...

Advertisement
Archives

Model This Week