କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଏଭଳି ସ୍ଥଳେ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ତେବେ ପେଟେଇ ଶୋଇଲେ ଏହି ସମସ୍ୟା କେତେକାଶଂରେ ଦୂର ହୋଇଥାଏ ବୋଲି ଚାଇନାର କେତେକ ଗବେଷକ କହିଛନ୍ତି। ଚାଇନାର ଏହି ଗବେଷଣା ରିପୋର୍ଟ ଏବେ ଆମେରିକାର ରେସୋପାଟୋରୀ ଆଣ୍ଡ୍‌ କ୍ରିଟିକାଲ କେୟାର ମେଡିସିନ୍‌ ପତ୍ରିକାରେ ପ୍ରକାଶ ପାଇଛି। ଚାଇନାର ଉହାନରେ ଗୁରୁତର କରୋନା ସଂକ୍ରମିତଙ୍କ ଉପରେ ଏହା ପରୀକ୍ଷା କରାଯାଇଥିବା ରିପୋର୍ଟ ଦର୍ଶାଯାଇଛି। ପେଟେଇ ଶୋଇବା ସମୟରେ ସଂକ୍ରମିତଙ୍କ ମୁଣ୍ଡକୁ ତକିଆରେ ରଖିବା ଆବଶ୍ୟକ। ଚାଇନାର ସାଉଥଓ୍ବେଷ୍ଟ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ପକ୍ଷରୁ ଏନେଇ ୧୦ ଗୁରୁତର କରୋନା ସଂକ୍ରମିତଙ୍କ ଉପରେ ଗବେଷଣା କରାଯାଇଥିଲା। ଗବେଷକ ପ୍ରଫେସର ହେବୋ କ୍ୟୁଙ୍କ ଅନୁସାରେ ଏଭଳି ଶୋଇବା ଦ୍ୱାରା ଫୁସଫୁସ୍‌ ଉପରେ ସକରାତ୍ମକ ଚାପ ପଡ଼ିଥାଏ। ଫଳରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥାଏ। ଗବେଷଣାରେ ୭ ଜଣ ରୋଗୀଙ୍କୁ ପେଟେଇ ଶୋଇବା ଦ୍ୱାରା ସୁଫଳ ମିଳିଥିଲା। ତେବେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏକ ସପ୍ତାହ ଧରି ଏହି ଗବେଷଣା ଜାରି ରହିଥିଲା। କରୋନା ଚିକିତ୍ସା କ୍ଷେତ୍ରରେ ସଂକ୍ରମିତଙ୍କ ଶୋଇବା ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀ ଭୂକମ୍ପ: ୧୮ ଆହତ

ଅଙ୍କାରା,୧୫।୬: ତୁର୍କୀର ବିଙ୍ଗୋଲ ଅଞ୍ଚଳରେ ରବିବାର ହୋଇଥିବା ଭୁକମ୍ପରେ ୧୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଏବେ ସୁସ୍ଥ ରହିଛନ୍ତି।...

ମହାରାଷ୍ଟ୍ରରେ କରୋନାକୁ ହରାଇଛନ୍ତି ୮୭ ପ୍ରତିଶତ ପୋଲିସ କର୍ମଚାରୀ

ମୁମ୍ବାଇ, ୪।୧୦: ମହାମାରୀ କରୋନା ଭାଇରସ୍‌ ଦ୍ୱାରା ଭାରତରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ମହାରାଷ୍ଟ୍ର ପୋଲିସ ଲାଗି କରୋନା...

ସିନୋଫାର୍ମ କରୋନା ଟିକାକୁ ଚାଇନାରେ ମଞ୍ଜୁରୀ

ବେଜିଂ,୩୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକାକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏବେ ଏହାକୁ ଜରୁରୀକାଳୀନ...

ପାକିସ୍ତାନରେ ଦେବାଳିଆ ସ୍ଥିତି

ଇସଲାମାବାଦ,୨୧ା୫: ପାକିସ୍ତାନରେ ମୁଦ୍ରାସ୍ଫୀତି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗତ ୧୦ ମାସ ମଧ୍ୟରେ ପାକିସ୍ତାନର ମୁଦ୍ରାସ୍ଫୀତି ହାର ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି। ଏହି...

ଇସ୍ତଫା ଦେବିନି, ଶେଷ ବଲ୍‌ ଯାଏ ଲଢ଼ିବି: ଇମ୍ରାନ୍‌

ଇସ୍‌ଲାମାବାଦ, ୩୧ା୩: ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ସ୍ଥଗିତ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଗୁରୁବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧନ କରିଛନ୍ତି। ଏହି...

ଭୟଭୀତ ନହୋଇ ସତର୍କ ରହିବା ଜରୁରୀ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ...

ଏଭଳି ପରିସ୍ଥିତିରେ ଜଣଙ୍କୁ ଅନ୍ୟ ଜଣଙ୍କ ପାଇଁ ଭୋଗିବାକୁ ପଡ଼େ କଷ୍ଟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ ଏବଂ ସୁଖୀ କରିବା ପାଇଁ ଅନେକ ଶ୍ଳୋଳ ବର୍ଣ୍ଣନା କରିଛନ୍ତି। ଯାହାକୁ ଅନୁସରଣ କରି ଜୀବନକୁ ସଫଳ...

ଲକ୍ଷଣ ବଦଳାଉଛି କରୋନା

କରୋନା ମହାମାରୀ ବ୍ୟାପିବାର ଦୁଇବର୍ଷ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କୋଟି କୋଟି ଲୋକ ସଂକ୍ରମିତ ବି ହୋଇସାରିଛନ୍ତି। ଏହି ସମୟରେ କିଙ୍ଗ୍‌ସ କଲେଜ...

Advertisement
Archives

Model This Week