କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସଙ୍କୁ ମିଳିବ ଅଧିକ ଗୋଟିଏ ମାସର ଦରମା

ଚେନ୍ନାଇ,୨୪।୩: କରୋନା ଭାଇରସ ଏବେ ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଭାରତରେ ମଧ୍ୟ ଏହା ଲୋକଙ୍କୁ ଭୟଭୀତ କରାଇଛି। ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ମଙ୍ଗଳବାର ସକାଳ ସୁଦ୍ଧା ୫ଶହ ଅତିକ୍ରମ କଲାଣି। ଏମାନଙ୍କ ମଧ୍ୟରୁ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଗୋଟିଏ ମାସର ଅଧିକ ଦରମା ଦେବାକୁ ତାମିଲନାଡୁ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ସେହିପରି ରାଶନ କାର୍ଡଧାରୀଙ୍କୁ ୧ହଜାର ଟଙ୍କା ସହ ମାଗଣାରେ ଚାଉଳ, ଚିନି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି। ଗହଳି ଏଡାଇବାକୁ ଟୋକନ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଘଣ୍ଟା ବିଳମ୍ବ ପରେ ବିମାନ ରଦ୍ଦ, ଫସି ରହିଲେ ୩୦୦ ଯାତ୍ରୀ

ମୁମ୍ବାଇ, ୧୬।୯: ମୁମ୍ବାଇରୁ ଦୋହା ଯିବାକୁ ଥିବା ଇଣ୍ଡିଗୋ ଏୟାରଲାଇନ୍ସର ୬ଇ ୧୩୦୩ ବିମାନରେ ବୈଷୟିକଜନିତ ତ୍ରୁଟି ଦେଖାଯିବା ଯୋଗୁ ରବିବାର ଏହାର ଉଡ଼ାଣରେ ବାରମ୍ବାର ବିଳମ୍ବ...

ସବୁ ଡାକ୍ତରଙ୍କର ରହିବ ଏକକ ପରିଚୟ

ନୂଆଦିଲ୍ଲୀ,୧୬ା୯(ପି.ଟି.): ସମସ୍ତ ଡାକ୍ତରଙ୍କର ଏକକ ପରିଚୟପତ୍ର ରହିବ। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଭାରତରେ ଚିକିତ୍ସା କରିବାକୁ ଯୋଗ୍ୟ ସମସ୍ତ ଏମ୍‌ବିବିଏସ୍‌ ଡାକ୍ତରଙ୍କର ପଞ୍ଜୀକରଣ ପ୍ରକ୍ରିୟା...

ମୁଖ୍ୟମନ୍ତ୍ରୀ ହେବାକୁ ଟଣାଓଟରା

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୬ା୯: ହରିୟାଣାସ୍ଥିତ ଅମ୍ବାଲା କ୍ୟାଣ୍ଟେନମେଣ୍ଟ ଆସନର ଭାଜପା ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଅନିଲ ଭିଜ୍‌ ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି,...

ମନ୍ତ୍ରୀଙ୍କ ଘରେ ବିସ୍ଫୋରଣ

ଗୁଆହାଟୀ,୧୫ା୯: ମଣିପୁର ମନ୍ତ୍ରୀ ଖାସିମ୍‌ ବାଶୁମ୍‌ଙ୍କ ଉଖ୍ରୁଲ ଜିଲାର ହାମଲେଇଖୋଙ୍ଗ ଅଞ୍ଚଳରେ ଥିବା ଆବାସିକ କମ୍ପ୍ଲେକ୍ସରେ ବିସ୍ଫୋରଣ ଘଟିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ପ୍ରାଣୀସମ୍ପଦ...

ପୁଣି କୋଲକାତା ହସ୍ପିଟାଲରେ ରୋଗୀ ସମ୍ପର୍କୀୟାଙ୍କୁ…

କୋଲକାତା,୧୫ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଉତ୍ତେଜନା ଥମି ନ ଥିବାବେଳେ ସେଠାର ଅନ୍ୟ ଏକ...

ମହିଳାଙ୍କୁ ଡରାଇ ସହମତିରେ ଯୌନ ସମ୍ପର୍କ ବଳାତ୍କାର: ହାଇକୋର୍ଟ

ପ୍ରୟାଗରାଜ,୧୫ା୯: ମହିଳାଙ୍କୁ ଭୟଭୀତ କରାଇ କିମ୍ବା ତାଙ୍କଠାରେ ଭୁଲ୍‌ ଧାରଣା ଜନ୍ମାଇ ତାଙ୍କ ସହମତିରେ ଯୌନ ସମ୍ପର୍କ ରଖିବା ବଳାତ୍କାର ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ...

ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’

ନୂଆଦିଲ୍ଲୀ,୧୫ା୯: ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ସଂସ୍କାରମୂଳକ...

ଲାଲୁ-ରାବ୍ରିଙ୍କ ମଡେଲ ସାଜିଛନ୍ତି କେଜ୍‌ରିଓ୍ବାଲ, ସ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି କହିଲେ ଏହି ଭାଜପା ନେତା

ନୂଆଦିଲ୍ଲୀ,୧୫ା୯: ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଜେଲ୍‌ରୁ ବାହାରିବା ମାତ୍ରେ ଦେଶର ରାଜନୀତି ତୀବ୍ର ହୋଇଛି। ଦଳୀୟ ମୁଖ୍ୟାଳୟରେ କର୍ମୀମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri