କରୋନା ସଂକ୍ରମଣ: କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗପ୍ରତିରୋଧକ ଶକ୍ତି

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ନେଇ ଭିନ୍ନ ଭିନ୍ନ ଗୁଜବ ମଧ୍ୟ ଉଠୁଛି। କେହି କେହି ଭିଟାମିନ୍‌-ସି, ଭିଟାମିନ୍‌-ଇ ଖାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଶରୀରରେ କୌଣସି ଭିଟାମିନ୍‌ର ଅଭାବ ଦେଖାଦେଲେ ହିଁ ଏହାର ସପ୍ଲିମେଣ୍ଟ୍‌ ଗ୍ରହଣ କରିବା ଆବଶ୍ୟକ ବୋଲି ଆମେରିକା ୟେଲ୍‌ ବିଶ୍ୱବିଦ୍ୟାଳୟର ଇମ୍ୟୁନୋଲୋଜିଷ୍ଟ୍‌ ଅକିକୋ ଇବାସାକି କହିଛନ୍ତି। ଅନ୍ୟଥା ବିଭିନ୍ନ ଭିଟାମିନ୍‌ ଗ୍ରହଣ ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସାଧାରଣତଃ ଭିଟାମିନ୍‌-ଡିର ସପ୍ଲିମେଣ୍ଟ୍‌ ଗ୍ରହଣ ସବୁବେଳେ କରାଯାଇଥାଏ। ପୃଥିବୀର ଗରିବ ରାଷ୍ଟ୍ରଠାରୁ ଆରମ୍ଭ କରି ବିକଶିତ ରାଷ୍ଟ୍ରରେ ବି ଭିଟାମିନ୍‌-ଡି ଅଭାବ ଦେଖାଦେଇଥାଏ। ଭିଟାମିନ୍‌-ଡି ଦ୍ୱାରା ଶରୀରର ବହୁବିଧ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ତେଣୁ ଏହାର ସପ୍ଲିମେଣ୍ଟ ଗ୍ରହଣ କଲେ ପ୍ରାୟତଃ କ୍ଷତି ହୋଇ ନ ଥାଏ। କେହିକେହି ଗ୍ରୀନ୍‌-ଟି ପିଇବା, ସବୁଜ ପନିପରିବା ଖାଇବା, ଲାଲ୍‌ ଲଙ୍କା ଖାଇବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ କରୋନା ଭୂତାଣୁ ସଂକ୍ରମଣ ହେଉ ନ ଥିବା କହୁଛନ୍ତି। ତେବେ ପ୍ରକୃତପକ୍ଷେ ଦୈନଦିନ ଭୋଜନରେ ସନ୍ତୁଳିତ ଆହାରକୁ ପ୍ରାଥମିକତା ଦେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ଇବାସାକି କୁହନ୍ତି। ଯେତେବେଳେ ପୃଥିବୀରେ ଏଭଳି ମହାମାରୀ ଦେଖାଦେଇଛି ସେତେବେଳେ ଏଭଳି ବହୁ ଗୁଜବ ଉଠିଥାଏ। ତେବେ ଏହା କେତେ ଦୂର ବିଜ୍ଞାନ ଦ୍ୱାରା ପ୍ରମାଣିତ ତାହା ଦେଖିବାର ଆବଶ୍ୟକ ମଧ୍ୟ ରହିଛି। ଶରୀରର ରୋଗ ପ୍ରତିରୋଧକ କ୍ଷମତା ୩ଟି ଅଂଶରେ ଥାଏ। ପ୍ରଥମଟି ତ୍ୱଚା ହୋଇଥିବାବେଳେ ଦ୍ୱିତୀୟଟି ନାଶାପଥ ଏବଂ ତୃତୀୟଟି ମ୍ୟୁକସ ଝିଲ୍ଲି( ଲସିକା)। ଏଗୁଡ଼ିକ ମଧ୍ୟ ଦେଇ ଭୂତାଣୁ ଶରୀରରେ ପ୍ରବେଶ କରିଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ପାଇଁ ଦାୟୀ ଥିବା ଆଣ୍ଟିବଡ଼ି ଜିନ୍‌ ଯଦି ଆଣ୍ଟିଜେନ୍‌ଠାରୁ ଶକ୍ତିଶାଳୀ ହେଲା ତେବେ ଶରୀରରେ ସଂକ୍ରମଣ ହେବା ସମ୍ଭବ ନୁହେଁ। ଆଣ୍ଟିବଡ଼ିକୁ ଶକ୍ତିଶାଳୀ କରିବା ଲାଗି ସନ୍ତୁଳିତ ଆହାର ହିଁ ଜରୁରୀ। ଏପରିସ୍ଥଳେ ଗୁଜବର ବଶବର୍ତ୍ତୀ ହୋଇ ବିଭିନ୍ନ ଭିଟାମିନ୍‌ ଏବଂ ମନଇଛା ଖାଦ୍ୟ ଗ୍ରହଣ କେବେ ମଧ୍ୟ ଉପଯୋଗୀ ନୁହେଁ ବୋଲି ଇବାସାକି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ ହୋଇପାରେ ମେଦବହୁଳତା ଔଷଧ: ଡବ୍ଲୁଏଚଓରେ ଆବେଦନ…

ଜେନେଭା,୩୦।୩ : ମେଦବହୁଳତାର ମୁକାବିଲା କରିବା ପାଇଁ ଅତ୍ୟାବଶ୍ୟକ ଔଷଧ ତାଲିକାରେ ପ୍ରଥମ ଥର ପାଇଁ ମେଦବହୁଳତା ଔଷଧ ସାମିଲ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ...

ଭାରତରେ କରୋନା ସଂକ୍ରମଣ ହାର ଅଧିକ ନ ଥିଲେ ବି ରହିଛି ବିପଦ ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା/ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସରକାର କରୋନା ବିରୋଧରେ ଲଢ଼େଇ ଜୋର୍‌ଦାର କରିଛନ୍ତି। ସରକାରଙ୍କ ଏହି ଉଦ୍ୟମକୁୁ ବିଶ୍ୱ...

ଉପକାରୀ ଯୋଗ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବା ହେଉଛି ବଡ଼ କଥା। କାରଣ ଅନେକେ କାର୍ଯ୍ୟବ୍ୟସ୍ତତା ଭିତରେ ନିଜ ଶରୀର ପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି...

ଆପଣ ପତଳା ହୋଇଥିଲେ…

ବ୍ଲାକ୍‌ ଟି’ ଶଟର୍‌ସ ସହିତ ରାପିଂ ସ୍କର୍ଟ ଆପଣଙ୍କୁ ଭଲ ମାନିବ। ଏହା ଆପଣଙ୍କ ପର୍ସନାଲିଟିକୁ ବହୁତ ବୋଲ୍ଡ ଦେଖାଯିବାରେ ସାହାଯ୍ୟ କରିବ। ଆପଣ ଏହି...

ରାଷ୍ଟ୍ରପତି ଥିଲେ ଦିନକରେ ଶେଷ ହୋଇଥାନ୍ତା ରୁଷିଆ-ୟୁକ୍ରେନ ଯୁଦ୍ଧ: ଟ୍ରମ୍ପ…

ଓ୍ବାଶିଂଟନ,୧୩।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ...

ସଟ ଡାଉନ ସଫଳ ହେଇଛି:ଡିଜିପି

ଭୁବନେଶ୍ୱର: ସଟ୍‌ଡାଉନ ସମ୍ପର୍କରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଦ୍ରକ, କଟକ, ଭୁବନେଶ୍ବରରେ ସଟ୍‌ଡାଉନ ସଫଳ ହୋଇଛି । ଅଞ୍ଚଳବାସୀ ଓ...

କରୋନା ଭୟ: ମୁଖ୍ୟରାସ୍ତା ବନ୍ଦ କଲେ ଯୁବଗୋଷ୍ଠୀ

କେଗାଁ, ୨୯ା୩(ଡି.ଏନ.ଏ.)-କରୋନା ଭୟରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଗ୍ରାମର ଯୁବଗୋଷ୍ଠୀ ରବିବାରଠାରୁ ଗାଁକୁ ଥିବା ତିନି ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା...

ୟୁକ୍ରେନୀୟ ମାନବାଧିକାର କର୍ମୀଙ୍କୁ ଅଲ୍ଟରନେଟିଭ୍‌ ନୋବେଲ

ଷ୍ଟକ୍‌ହୋମ୍‌, ୩୦ା୯:ୟୁକ୍ରେନୀୟ ମାନବାଧିକାର କର୍ମୀ ଓଲେସ୍କାଣ୍ଡ୍ରା ମେଟ୍‌ଭିଚୁକ୍‌ଙ୍କୁ ଚଳିତ ବର୍ଷର ରାଇଟ୍‌ ଲାଇଭ୍‌ଲିହୁଡ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଅଲ୍ଟରନେଟିଭ୍‌ ନୋବେଲ ପ୍ରାଇଜ୍‌ ନାମରେ ପରିଚିତ ଏହି...

Advertisement
Archives

Model This Week