କରୋନା ସଂକ୍ରମଣରୁୁ ନିଜ ଶିଶୁକୁ ବଞ୍ଚାଇବାକୁ ଯଶୋଦା ପାଲଟିଲେ ୨ମା’

ଗାଙ୍ଗଟକ୍‌,୧୫।୬: ଭଗବାନ କୃଷ୍ଣଙ୍କୁ ମା’ ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କୁ ମାତୃତ୍ୱର ସ୍ନେହ ଯଶୋଦାଙ୍କଠାରୁ ମିଳିଥିଲା। ତେବେ ବିଶ୍ୱ ମହାମାରୀରେ କିଛି ଏଭଳି କାହାଣୀ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା ସଂକ୍ରମଣରୁ ନିଜ ଶିଶୁକୁ ବଞ୍ଚାଇବା ପାଇଁ ୨ ମା’ ଯଶୋଦା ପାଲଟିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସିକ୍କିମରେ। ଏହି ରାଜ୍ୟରେ କରୋନା ପ୍ରକୋପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଏଠାରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ରାଜ୍ୟରେ ଜଣେ ମହିଳାଙ୍କ ୨୭ମାସର ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ମହିଳାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଉକ୍ତ ଶିଶୁ ସଂକ୍ରମିତ ହେବା  ରାଜ୍ୟରେ ପ୍ରଥମ। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଉକ୍ତ ଶିଶୁକୁ ମା’ଠାରୁ ଅଲଗା ରଖାଯାଇଛି। ହେଲେ ଏତେ ଛୋଟ ପିଲାକୁ ଏକୁଟିଆ ରଖିବା ଅସମ୍ଭବ ହେବା ସହ କଷ୍ଟକର ହୋଇପଡ଼ିଥିଲା। ଠିକ୍‌ ସେହି ସମୟରେ ଆଉ ଜଣେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। କିନ୍ତୁ ତାଙ୍କର ୬ବର୍ଷର ଶିଶୁ ପୁରା ସୁସ୍ଥ ଥିଲେ। ତେବେ ସଂକ୍ରମଣରୁ ନିଜ ଶିଶୁକୁ ବଞ୍ଚାଇବା ପାଇଁ ୨ମା’ ନିଆରା ଉପାୟ ଆପଣାଇବା ସହ ପରସ୍ପର ମଧ୍ୟରେ ନିଜ ଶିଶୁକୁ ବଦଳାଇ ଦେଇଥିଲେ। ଅର୍ଥାତ୍‌ ସଂକ୍ରମିତ ଶିଶୁର ଦେଖାଶୁଣା ପାଇଁ ତାଙ୍କ ପାଖରେ ସଂକ୍ରମିତ ମହିଳା ରହିଥିବା ବେଳେ ସୁସ୍ଥ ଶିଶୁର ଯତ୍ନ ନେବା ପାଇଁ ସୁସ୍ଥ ମହିଳା ରହିଥିଲେ। ଦୁହିଁଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଅପରପକ୍ଷେ ସଂକ୍ରମିତ ମହିଳା ଓ ଶିଶୁ ଏବେ ସୁସ୍ଥ ହେଉଥିବା ଜଣାପଡ଼ଛି। ଏହି ଘଟଣା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ସାଜିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଟ୍ରମ୍ପ୍‌ଙ୍କ ଚେତାବନୀ: ଭୋଗିବାକୁ ପଡ଼ିବ କୁକର୍ମର ଫଳ

ଓ୍ବାଶିଂଟନ, ୮।୧୦:କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଚାଇନାକୁ କୁକର୍ମର...

ଆଇସୋଲେଶନରେ ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ,୧୨।୭: ମହାରାଷ୍ଟ୍ରରେ ଦେଶର ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ବି ସେଠାରେ କରୋନା ଥମିବାର ନାଁ ନେଉନି। ରବିବାରଠାରୁ ମହାରାଷ୍ଟ୍ରର ରାଜ୍ୟପାଳ...

କରୋନା ସଙ୍କଟ: କାମରେ ଯୋଗ ଦେଉନାହାନ୍ତି ୨୩୪ ଡାକ୍ତର!

ପାଟନା,୧୨।୪: କରୋନା ଭାଇରସକୁ ମୁକାବିଲା କରିବାକୁ ଡାକ୍ତର, ନର୍ସଙ୍କର ବିଶେଷ ଭୂମିକା ଥିବା ବେଳେ ବିହାରରେ କିନ୍ତୁ ଏଥିରେ କିଛି ମାତ୍ରାରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷ...

ଆଶ୍ଚର୍ଯ୍ୟଜନକ ମତଦାତା ସୂଚୀ, ୧୦୦ ଭୋଟର ଆଇଡିରେ ଜଣେ ମହିଳାଙ୍କ ଫଟୋ, ସାତ ବର୍ଷ ହେଲା ଠିକ କରିବାକୁ ଚାଲିଛି ପ୍ରୟାସ

ଅମ୍ବାଲା,୧୪ ।୧୦: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅମ୍ବାଲାର ଢକୌଲା ଗାଁରେ ୱାର୍ଡ ନମ୍ବର ୬ର ମତଦାତା ସୂଚୀରେ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଏଠାରେ...

କାଉଡିଆଙ୍କୁ ନଜର ରଖିବ ଡ୍ରୋନ୍‌

ଡେରାଡୁନ୍‌,୧୬।୭: କାଉଡିଆ ଯାତ୍ରାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଡଭାଇଜରି ଜାରି କରିବା ପରେ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ...

ସିଜେଆଇ ଥିବାବେଳେ ୪୦ ପିଅନ ରଖିଥିଲେ

ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ତାଙ୍କର ୭୪ ଦିନିଆ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ସରକାରୀ ବାସଭବନରେ ସର୍ବାଧିକ ୪୦ ଜଣ...

ଟ୍ରମ୍ପଙ୍କ ଆଗ୍ରା ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଟ୍ରମ୍ପ ଓ ତାଙ୍କ ପରିବାରଙ୍କ ସୁରକ୍ଷା ଦାୟିତ୍ୱ...

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭୁଷୁଡିଲା କୋଠା: ୧୦ ମୃତ

ମାଉ,୧୪।୧୦: ଉତ୍ତର ପ୍ରଦେଶର ମହମ୍ମଦାବାଦରେ ସୋମବାର ସକାଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଛି। ଏଥିରେ ଅତିକମ୍‌ରେ ୧୦ ଜଣଙ୍କ...

Advertisement
Archives

Model This Week