କରୋନା ଲଢ଼େଇ: ଥାଇଲାଣ୍ଡ୍‌ ସହିତ ହାତ ମିଳାଇଲା ଭାରତ

ନୂଆଦିଲ୍ଲୀ,୨।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସହିତ ଲଢ଼େଇ ପାଇଁ ଥାଇଲାଣ୍ଡ ସହିତ ଭାରତ ହାତ ମିଳାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲାଣ୍ଡର ତାଙ୍କ ପ୍ରତିପକ୍ଷ ପ୍ରାୟୁତ ଚାନ୍‌-ଓ-ଚାଙ୍କ ସହିତ କରୋନା ମହାମାରୀର ମୁକାବିଲା ଲାଗି ଆଲୋଚନା କରିଛନ୍ତି। ମିଳିତଭାବେ ଲଢ଼େଇ କଲେ କରୋନାର ମୁକାବିଲା ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ସମୟସୀମାକୁ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ ୨୪ ଘଣ୍ଟାମଧ୍ୟରେ ଦେଶରେ ୨୨୯୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୭୩୩୬ ଥିବାବେଳେ ମୃତ୍ୟୁ ସଂଖ୍ୟା ୧୨୧୮ରେ ପହଞ୍ଚିଛି। ଅପରପକ୍ଷରେ ଥାଇଲାଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ୨୯୬୬ ଥିବାବେଳେ ମୃତକଙ୍କ ସଂଖ୍ୟା ୫୪ ରହିଛି। ଥାଇଲାଣ୍ଡରେ କରୋନା ମୁକାବିଲା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଭାରତରେ ପ୍ରୟୋଗ କରାଯିବାର ଯୋଜନା ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ନେଇ ଫଡନାଭିସ-ବୋମ୍ମାଇ ମୁହାଁମୁହିଁ…

ମୁମ୍ବାଇ/ବେଙ୍ଗାଲୁରୁ,୨୪।୧୧ : କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସୀମା ବିବାଦ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଥିବାରୁ ଭାଜପା ଅସୁବିଧାରେ...

ବେଲଜିୟମ୍‌ ରାଜକୁମାର କରୋନା ପଜିଟିଭ୍‌

ବ୍ରସେଲ୍ସ୍‌,୩୧।୫: ବେଲଜିୟମ୍‌ର ରାଜକୁମାର ଜୋଆକିମ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ମେ ୨୬ରେ ଇଟର୍ନଶିପ୍‌ ପାଇଁ ଫ୍ରାନ୍ସ୍‌ ଯାତ୍ରା କରିଥିଲେ। ଏହାର...

କରୋନାରେ ଅଧିକ ମରୁଛନ୍ତି ଅଣଶ୍ୱେତାଙ୍ଗ ଆମେରିକୀୟ

ଓ୍ବାଶିଂଟନ,୧୧ା୪: ମହାମାରୀ କରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪,୬୮,୮୯୫ରେ ପହଞ୍ଚତ୍ଥିବାବେଳେ ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ...

୪୦ ପଇସା ପାଇଁ ୪ ହଜାର ତଣ୍ଡ

ବେଙ୍ଗାଲୁରୁ,୧୫।୩:ଦୋକାନରୁ କୌଣସି ଜିନିଷ କିଣିଲେ ଆମେ ସାଧାରଣତଃ ସମ୍ପୂର୍ଣ୍ଣ ମୂଲ୍ୟ ପୈଠ କରିଥାଉ। ଉଦାହରଣ ସ୍ବରୂପ ଯଦି ଗୋଟିଏ ଜିନିଷର ଦାମ୍‌ ୨୪ଟଙ୍କା ୫୫ ପଇସା...

ହାଇକୋର୍ଟରୁ ନୀତୀଶ ସରକାରଙ୍କୁ ବଡ ଝଟକା!

ପାଟନା,୪।୫: ଜାତୀୟ ଜନଗଣନା ଉପରେ ରୋକ ଲଗାଇବାକୁ ନେଇ ଦାୟର କରାଯାଇଥିବା ଆବେଦନ ଉପରେ ଗୁରୁବାର ପାଟନା ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ବିହାର ସରକାରଙ୍କ ନିଷ୍ପତ୍ତିକୁ...

କୋଭିଡ-୧୯ ପାଇଁ ଚଳିତ ବର୍ଷ ହେବନାହିଁ ଜନଗଣନା

ନୂଆଦିଲ୍ଲୀ,୮।୬: ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବରରେ ହେବାକୁ ଥିବା ଜନଗଣନା, ହାଉସ ଲିଷ୍ଟିଂ ଓ ଏନ୍‌ପିଆର୍‌କୁ ଏବେ ସ୍ଥଗିତ ରଖାଯାଇଛି। ତେବେ ଜୁନ୍‌ ମାସ ପରେ ସମସ୍ତ...

ଯାତ୍ରୀବାହୀ ବସରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

ଗୌହାଟୀ,୧୭।୩: ଆତଙ୍କବାଦୀମାନେ ଆସାମରେ ଏକ ବଡ଼ଧରଣର ଆକ୍ରମଣ ଯୋଜନା କରିଥିଲେ। ପୋଲିସ ନଜରରୁ ବର୍ତ୍ତିବା ପାଇଁ ଏକ ଯାତ୍ରୀବାହୀ ବସରେ ଅସ୍ତ୍ରଶସ୍ତ୍ର ପଠାଉଥିଲେ। ତେବେ ଆସାମ...

ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ

ପୁଣେ, ୨୧।୧: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ...

Advertisement
Archives

Model This Week