କରୋନା ଲଢ଼େଇରେ ବିଜୟୀ ହେଉଛନ୍ତି ଯୋଦ୍ଧା: ଯବାନଙ୍କ ସୁସ୍ଥ ହାର ୭୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ, ୯।୬: କରୋନା ମହାମାରୀ ଯୋଗୁ ଭାରତୀୟ ସେନାରେ ମଧ୍ୟ ସଙ୍କଟ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଯବାନମାନେ ବିଜୟୀ ହେବାରେ ଲାଗିଛନ୍ତି। ଆକ୍ରାନ୍ତ ଯବାନଙ୍କ ସୁସ୍ଥ ହେବାର ହାରାହାରି ହାର ୭୦ ପ୍ରତିଶତରୁ ଅଧିକ ରହିଥିବା କୁହାଯାଉଛି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଏପିଏଫ୍‌)ରେ ୧୬୦୦ରୁ ଅଧିକ ଯବାନ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ସୁସ୍ଥ ହୋଇ ସାରିଛନ୍ତି। ସେହିପରି ଜୁନ୍‌ ୬ ସୁଦ୍ଧା ଆଇଟିବିପିର ଯବାନଙ୍କ ସୁସ୍ଥ ହେବା ହାର ୮୭.୮୯ ପ୍ରତିଶତ ରହିଛି। ଆଇଟିବିପିର ୯୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ଭାରତ-ତିବ୍ବତ ସୀମାରେ ମୁତୟନ ରହିଛନ୍ତି। ବିଏସ୍‌ଏଫ୍‌ ଯବାନଙ୍କ ମଧ୍ୟରେ ସୁସ୍ଥ ହେବା ହାର ୮୨.୯୪ ପ୍ରତିଶତ ରହିଛି। ଅଢ଼େଇ ଲକ୍ଷ ବିଏସ୍‌ଏଫ୍‌ ଯବାନ ଦେଶ ସୁରକ୍ଷା ଲାଗି ସୀମାରେ ମୁତୟନ ରହିଛନ୍ତି। ଏନ୍‌ଏସସି ଏବଂ ଏନଡ଼ିଆର୍‌ଏଫ୍‌ର ୧୬୬୮ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ସୁସ୍ଥ ହେବା ହାର ମଧ୍ୟ ୭୦ ପ୍ରତିଶତ ରହିଛି। ଅପରପକ୍ଷରେ ସିଆର୍‌ପିଏଫ୍‌ ଏବଂ ସିଆଇଏସ୍‌ଏଫ୍‌ ଯବାନଙ୍କ ସୁସ୍ଥ ହେବା ହାର ଯଥାକ୍ରମେ ୬୮.୮୬ ଏବଂ ୫୮.୯୨ ପ୍ରତିଶତ ରହିଛି। କରୋନ ଆକ୍ରାନ୍ତ ଯବାନଙ୍କ ମୃତ୍ୟୁ ହାର ୦.୫୯ ପ୍ରତିଶତ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୮ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ବଳରେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କେତେଜଣ...

ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ୨୨୩ ଢାବା ଖୋଲିବାକୁ ଅନୁମତି

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ସକାଶେ ଲକ୍‌ଡାଉନ ଜାରି ଥିବା ସତ୍ତ୍ୱେ ଜରୁରିକାଳୀନ ସେବାରେ ଏବଂ ମାଲ ପରିବହନରେ ନିୟୋଜିତ ଟ୍ରକ୍‌ଗୁଡିକ ଚଳାଚଳ କରୁଛନ୍ତି।...

ବିହାର ନିର୍ବାଚନ: ୬ ମେଣ୍ଟ ମଧ୍ୟରେ ଲଢ଼େଇ !

ପାଟନା, ୩୦।୯: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ରାଜ୍ୟରେ ନିର୍ବାଚନରେ ୬ଟି ମେଣ୍ଟ ମଧ୍ୟରେ ଲଢ଼େଇ ହେବ। ଏନ୍‌ଡିଏ ଏବଂ ଆର୍‌ଜେଡ଼ି ମେଣ୍ଟ ମୁଖ୍ୟ...

ରାଜ୍ୟରେ ୨୧ ଜିଲାକୁ ବ୍ୟାପିସାରିଲାଣି କରୋନା, ଜାଣନ୍ତୁ କେଉଁ ଜିଲାରେ କେତେ ଆକ୍ରାନ୍ତ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗୁରୁବାର ଆଉ ୭୩ ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌...

କ୍ଷମତାକୁ ଆସିଲେ ବଢିବ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା: ତେଜସ୍ୱୀ

ପାଟନା,୧ ।୧୧: ବିହାର ରାଜନୀତି ଏବେ ହୋଇଛି ସରଗରମ । ବିଜୟ ହାସଲ ପାଇଁ ଗୋଟିଏ ପଟେ ଏନ୍‌ଡିଏ ବଳ କଷୁଥିବା ବେଳେ ଅନ୍ୟପଟେ ମହାମେଣ୍ଟ...

ଖାରଜ ହୋଇନି ଡେଥ୍‌ ଓ୍ବାରେଣ୍ଟ: ନିର୍ଭୟା ଦୋଷୀଙ୍କୁ ହୋଇପାରେ ଫାଶୀ!

ନୂଆଦିଲ୍ଲୀ,୨।୩: ନିର୍ଭାୟା ଗଣବଳାତ୍କାର ମାମଲାର ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ଏବେ ସେ ରାଷ୍ଟ୍ରପତିଙ୍କ ନିକଟରେ...

କପିଲଙ୍କୁ ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଲେ ଅଠଓ୍ବାଲେ

ନୂଆଦିଲ୍ଲୀ,୨।୯: କଂଗ୍ରେସରେ ଚିଠିକୁ ନେଇ ବିବାହ ସୃଷ୍ଟି ହୋଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସେ କଂଗ୍ରେସର ବରିଷ୍ଠ...

କରୋନା ମୁକାବିଲା: ଗାଁ ଗାଁ ବୁଲି ସଚେତନତା, ଘରେ ରହିବାକୁ ପରାମର୍ଶ

ରାଇକିଆ, ୨୪।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକରେ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରତେକ ଦିନ ବାହାର ରାଜ୍ୟ ଫେରନ୍ତାମାନେ...


Coronavirus Update

Archives

Model This Week

Why Dharitri