କରୋନା ରୋଗୀଙ୍କ ସହ ବିବାହ ବାର୍ଷିକୀ

ରାଞ୍ଚି: ଏବେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ନିଜର ସବୁ ସ୍ବପ୍ନ ଓ ସୁଖସୁବିଧାଥିବା ଜୀବନ ଉପଭୋଗ କରିବାରୁ ବଞ୍ଚିତ ହେଉଛନ୍ତି। ଏମିତି କି ଜୀବନର କେଉଁ ମୁହୂର୍ତ୍ତରେ ସେମାନଙ୍କୁ ବିପଦ ଗ୍ରାସ କରିବ ସେନେଇ ବି ଚିନ୍ତାରେ ଅଛନ୍ତି। ଏମିତି ସମୟରେ ଝାଡ଼ଖଣ୍ଡର ରାଞ୍ଚିରେ ଥିବା ରିମ୍ସ (ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌)ର ଏକ ଡାକ୍ତର ଦମ୍ପତି ଡାକ୍ତରଖାନାରେ ବିବାହବାର୍ଷିକୀ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି। ରିମ୍ସର ଡାକ୍ତର ନିଶିକାନ୍ତ ପାଠକ ଏବଂ ତାଙ୍କ ପତ୍ନୀ ରିଥିକା ଉଭୟ କରୋନା ଭାଇରସ୍‌ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ସେଥିପାଇଁ ସେମାନେ ଘର ପରିବାର ଲୋକଙ୍କ ପାଖକୁ ଯାଇପାରୁନାହାନ୍ତି। ତେଣୁ ଡାକ୍ତରଖାନାରେ ହିଁ ଯେଉଁ ସମୟ ମିଳୁଛି ସେହି ସମୟ ମଧ୍ୟରେ ଖୁସି ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି। ଏହି ଉଦ୍ଦେଶ୍ୟରେ ସେମାନେ ନିଜ ବିବାହବାର୍ଷିକୀ ପାଳନ କରିବା ପାଇଁ ଡାକ୍ତରଖାନାରେ ସମସ୍ତ କରୋନା ରୋଗୀଙ୍କୁ ଟ୍ରିଟ୍‌ ଦେଇଛନ୍ତି। ରୋଗୀମାନଙ୍କ ସହ ଡାକ୍ତର ଦମ୍ପତି ଏଭଳି ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରିଥିବାରୁ ଡାକ୍ତରଖାନା ପରିବେଶ ଏକ ଭିନ୍ନ ପ୍ରକାରର ଖୁସିରେ ଭରି ଯାଇଥିଲା। ରୋଗୀଙ୍କ ମନରେ ଏକ ସକାରାତ୍ମକ ଭାବନା ଭରି ଯାଇଥିଲା। ଏଥିପାଇଁ ଏବେ ଏହି ଡାକ୍ତର ଦମ୍ପତିଙ୍କୁ ସବୁ ମହଲରୁ ଶୁଭେଚ୍ଛା ଦିଆଯାଉଛି। ଏମିତି କି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କରୋନା ଯୋଦ୍ଧାଙ୍କୁ ସ୍ବତନ୍ତ୍ରଭାବେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌-୧୯ ଲଢ଼େଇରେ ସିଟିଟିସି

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଭାରତର ମହାକାଶ ଅଭିଯାନ ‘ମଙ୍ଗଳାୟନ’ ଏବଂ ‘ଚନ୍ଦ୍ରାୟନ-୨’ ପ୍ରସ୍ତୁତିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିବାପରେ ଏବେ କୋଭିଡ୍‌-୧୯ ଲଢେଇରେ ଗୁରୁଦାୟିତ୍ୱ ନେଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍‌...

ସଫେଇ କର୍ମଚାରୀଙ୍କୁ ହୃଦୟ ଦେଇ ବସିଲେ ମହିଳା ଡାକ୍ତର

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ପ୍ରେମ ଧନୀ କି ଗରିବ କିଛି ମାନେ ନାହିଁ। ବିଶ୍ୱାସ ସହିତ ସ୍ନେହ ଓ ଉଭୟ ଉଭୟଙ୍କୁ ଦେଇଥିବା ପ୍ରତିଶ୍ରୁତି...

ଆଜି ବି ଜୀବନ ଉପରେ ପ୍ରଭାବ ପକାଉଛି ମହାଭାରତ ଯୁଗର ଏସବୁ ଅଭିଶାପ: ଯୁଧିଷ୍ଠିରଙ୍କ ଯୋଗୁ..

ମହାଭାରତ ଦୁନିଆର ସବୁଠାରୁ ବଡ଼ କାବ୍ୟ। ଏହି ଯୁଦ୍ଧରେ ଅଭିଶାପର ପ୍ରମୁଖ ଭୂମିକା ରହିଛି। ସେଥିରୁ କିଛି ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବା ବିଶ୍ୱାସ ରହିଛି।...

ମହାରାଷ୍ଟ୍ରରେ ୧,୮୦୯ ପୋଲିସ କରୋନା ସଂକ୍ରମିତ

ମୁମ୍ବାଇ,୨୫।୫: ମହାରାଷ୍ଟ୍ରରେ କରୋନା ସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ବିଶେଷ ଭାବେ କରୋନା ଯୋଦ୍ଧା ସାଜି ସାଧାରଣ ଜନତାକୁ କରୋନା କବଳରୁ ରକ୍ଷା...

କରୋନା ବଦଳାଇଲା ନିୟମ: ବ୍ରସେଲ୍ସ ସମ୍ମିଳନୀରେ ହାତ ବଦଳରେ ପରସ୍ପରଙ୍କୁ କହୁଣୀରେ ଜଣାଇଲେ ଅଭିବାଦନ

ବ୍ରସେଲ୍ସ,୧୮।୭: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ସାରା ଦେଶରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା...

ସ୍କୁଲ ବିକ୍ରି ପାଇଁ ପିଲାଙ୍କ ଅନ୍‌ଲାଇନ ବିଜ୍ଞାପନ

ୱାଶିଂଟନ: ଅନେକ ସମୟରେ ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ ହୁଅନ୍ତି। ସେଥିନେଇ ନିଜ ଭିତରେ ଆଲୋଚନା କରିଥାନ୍ତି। ହେଲେ ସେମାନଙ୍କୁ ଜଣା ନ ଥାଏ ଶିକ୍ଷା...

ଗୋଟିଏ ମଣ୍ଡପରେ ସ୍ତ୍ରୀ, ଶାଳୀଙ୍କୁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ଭୋପାଳ,୯।୧୨: ମଧ୍ୟ ପ୍ରଦେଶରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଭିଣ୍ଡ୍‌ ଜିଲାର ଜଣେ ଏକ ବିବାହ ମଣ୍ଡପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଭଉଣୀ...

୧୦୬ ବର୍ଷୀୟା ଟାଟୁ ଆର୍ଟିଷ୍ଟ

ମାନିଲା: ବୟସ ୬୦/୭୦ ହେବା ବେଳକୁ ଲୋକେ ଅଣ୍ଟା ସଳଖି ପାରନ୍ତିନି। ବସା-ଉଠା କରିବାରେ ବହୁ କଷ୍ଟ ଅନୁଭବ କରନ୍ତି। ହେଲେ ଏମିତି ବି ଲୋକ...

Advertisement
Archives

Model This Week