Posted inଜାତୀୟ

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରତିବାଦ, ଅର୍ଦ୍ଧଦଗ୍ଧ ମୃତଦେହ ନେଇ ପଳାଇଲେ ପରିବାର ଲୋକେ

ଶ୍ରୀନଗର,୩।୬: କରୋନା ସଂକ୍ରମଣକୁ ନେଇ ଲୋକେ ଏତେ ମାତ୍ରାରେ ଭୟଭୀତ ଅଛନ୍ତି ଯେ, ପୀଡିତ ଲୋକଙ୍କଠାରୁ ଦୂରେଇ ରହିବା ସହ ସାର୍ବଜନୀନ ଶ୍ମଶାନରେ ମୃତ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ମଧ୍ୟ ବିରୋଧ କରୁଛନ୍ତି। ଜମ୍ମୁକଶ୍ମୀରର ଡୋଡାରେ ଏଭଳି ଏକ ଘଟଣା ଘଟିଛି। ଏଠାରେ କରୋନା ଯୋଗୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବାରୁ ତାଙ୍କ ଅନ୍ତିମ ସଂସ୍କରକୁ ନେଇ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ପରିସ୍ଥିତି ଏପରି ହୋଇଥିଲା ଯେ, ମୃତକଙ୍କ ପରିବାର ଲୋକେ ଅର୍ଦ୍ଧଦଗ୍ଧ ମୃତଦେହ ଶ୍ମଶାନରୁ ନେଇ ପଳାଇଥିଲେ। ସୂଚନାଯୋଗ୍ୟ, କରୋନାରେ ୭୨ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଡୋଡାର ଦାମାନରେ ପହଞ୍ଚିଥିଲେ। ପ୍ରଶାସନ ଅଧିକାରୀ ମଧ୍ୟ ସେମାନଙ୍କ ସହ ଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହାର ବିରୋଧ କରିଥିଲେ। ବିରୋଧ ଏତେ ମାତ୍ରାରେ ବଢି ଯାଇଥିଲା ଯେ,ବାଧ୍ୟ ହୋଇ ପରିବାର ଲୋକେ ଅର୍ଦ୍ଧଦଗ୍ଧ ମୃତଦେହକୁ ଧରି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉକୁ ବିରୋଧ: ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୭ା୫: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଥିରୁଭାନନ୍ତନପୁରମ୍‌ସ୍ଥିତ ବାସଭବନ ବାହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇଏମ) କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଗାଡ଼ି…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri