କରୋନା ଯୋଗୁ ଚାଇନାରେ ବଢୁଛି ଛାଡ଼ପତ୍ର ମାମଲା

ବେଜିଂ,୧୪।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକେ ଘରେ ବନ୍ଦୀ ଭଳି ଜୀବନ ବିତାଉଛନ୍ତି। ଏହାଦ୍ୱାରା ସ୍ତ୍ରୀ-ସ୍ବାମୀ ଅଧିକ ସମୟ ଧରି ଏକାଠି ରହୁଥିବାରୁ ପରସ୍ପର ମଧ୍ୟରେ ମତଭେଦ ଏବଂ ବିବାଦ ସୃଷ୍ଟି ହେଉଛି। ଫଳରେ ଦମ୍ପତି ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହେବାରେ ଲାଗିଛନ୍ତି। ଗୋଟିଏ ପଟେ କରୋନା ଯୋଗୁ ଲୋକଙ୍କର ମୃତ୍ୟୁ ଘଟୁଥିବାବେଳେ ପାରିବାରିକ ଜୀବନରେ କଳହ ଯୋଗୁ କେତେକ ଦମ୍ପତି ଛାଡ଼ପତ୍ର ଦେବାକୁ ଶ୍ରେୟ ମଣୁଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟରେ ଦର୍ଶାଯାଇଛି। ୨୪ ଫେବୃୟାରୀ ସୁଦ୍ଧା ୩୦୦ରୁ ଅଧିକ ଦମ୍ପତି ଛାଡ଼ପତ୍ର ଲାଗି କୋର୍ଟରେ ଆବେଦନ କରିଛନ୍ତି। ବ୍ୟସ୍ତ ବହୁଳ ଜୀବନରେ କରୋନା ଯୋଗୁ ବାଧ୍ୟ ହୋଇ ଦମ୍ପତି ଅଧିକ ସମୟ ଧରି ଏକାଠି ରହିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପେସ୍‌ ହୋମ ଦେବ ସୁଖଦ ଅନୁଭୂତି

ନ୍ୟୁୟର୍କ: ବିଶ୍ୱବ୍ରହ୍ମାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ମହାକାଶ। ଅର୍ଥାତ୍‌ ଜଣେ ଚାହିଁଲେ ମହକାଶକୁ ଯାଇପାରିବ। ସେଠାରୁ ଉପଭୋଗ କରିପାରିବ ପୃଥିବୀର ମନୋରମ ଦୃଶ୍ୟ। ହଁ...

ସୈନ୍ୟଙ୍କ କଟା ମୁଣ୍ଡ ଧରି ନାଚିଲେ

କାବୁଲ, ୧୩।୯: ଆଫଗାନିସ୍ତାନରେ ସରକାରକୁ ଫେରିବା ପରେ ତାଲିବାନ୍‌ ପୁଣି ଥରେ ତା’ର ବର୍ବର ଚେହେରା ଦେଖାଇଛି। ଆଫଗାନ୍‌ ସୈନ୍ୟଙ୍କ କଟା ମୁଣ୍ଡ ଧରି ତାଲିବାନ୍‌...

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୪ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି ।...

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି କରୋନା ସଂକ୍ରମିତ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କେପଟାଉନ,୧୩ ।୧୨: ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।...

୮୯ ଦେଶରେ ଓମିକ୍ରନ୍ ସଂକ୍ରମଣ: ବ୍ରିଟେନରେ ଲାଗିପାରେ ୨ ସପ୍ତାହର ଲକଡାଉନ

ଲଣ୍ଡନ,୧୯ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେସୁଦ୍ଧା ୮୯ ଦେଶରେ ପହଞ୍ଚି ସାରିଲାଣି । ହେଲେ ବ୍ରିଟେନରେ ଏହା ବେଳକୁ ବେଳ ସାଂଘାତିକ ରୂପ...

କରୋନା ସଂକ୍ରମଣ ହେବା ପରେ ସମ୍ପୂର୍ଣ୍ଣ ଠିକ୍‌ ହେବାକୁ କେତେ ସମୟ ଲାଗିଥାଏ

ଓ୍ବାଶିଂଟନ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପି ସାରିଛି। ହେଲେ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ମିଳି ନ ଥିବାରୁ ଏଥିରେ ପୀଡିତ...

ଅବତରଣ ବେଳେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ମୃତ

ନୂଆଦିଲ୍ଲୀ,୧୩।୩: କାଜାଖସ୍ତାନର ଆଲ୍‌ମାଟି ବିମାନବନ୍ଦରରେ ଶନିବାର ସେନାବାହିନୀର ଏକ ଯୁଦ୍ଧ ବିମାନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଆଖିବୁଜା ଗୁଳି ମାଡ଼: ୧୦୦ରୁ ଅଧିକ ମୃତ, ଭୟରେ ଗାଁ ଛାଡୁଛନ୍ତି ଗ୍ରାମବାସୀ

ଆଦିସ୍‌ ଅବା,୨୪।୧୨: ଆଫ୍ରିକାର ଇଥୋପିଆରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ମାଡ଼ରେ ୧୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ବୁଲେନ କାଉଣ୍ଟିର ବେକୋଜି ଗାଁରେ ଏଭଳି ଅଭାବନୀୟ...

Advertisement


Archives

Model This Week