କରୋନା ଯୋଗୁ ଆମେରିକାରେ ଅଚଳାବସ୍ଥା: ଖାଦ୍ୟ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଲୋକେ

ଓ୍ବାଶିଂଟନ,୧୯।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଠାରେ ଲଖ୍‌ ଡାଉନ୍‌ ଯୋଗୁ ୨ କୋଟି ୨୦ ଲକ୍ଷ ଲୋକ ବେକାର ହୋଇଛନ୍ତି। ଲୋକଙ୍କ ପାଖରେ ଖାଇବା ପାଇଁ ଖାଦ୍ୟର ଅଭାବ ଦେଖାଦେଇଛି। ବହୁ ଲୋକ ଖାଦ୍ୟ ବ୍ୟାଙ୍କ୍‌ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଥିବାରୁ ଦେଖିବାକୁ ମିଳୁଛି। ଲୋକେ ଦୂରରେ କାର ରଖି ଖାଦ୍ୟ ବ୍ୟାଙ୍କ ଆଗରେ ଧାଡ଼ିବାନ୍ଧି ଅପେକ୍ଷା କରୁଛନ୍ତି। କେତେକ ମହିଳା ନିଜ ନିଜ ଛୋଟ ଛୁଆଙ୍କୁ ଧରି ଖାଦ୍ୟ ପାଇଁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି ବୋଲି ପେନସିଲ୍‌ଭାନିଆର କମ୍ୟୁନିଟି ଫୁଡ୍‌ ବ୍ୟାଙ୍କ୍‌ର ଉପାଧ୍ୟକ୍ଷ ବ୍ରାଉନ୍‌ ଗୁଲିଶ୍‌ ସୂଚନା ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୫ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ରୋମ, ୩୦।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ଦେଶରେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପଡିଲା ମହଙ୍ଗା, ଯୁବକଙ୍କୁ ମିଳିଲା ଏମିତି ଦଣ୍ଡ

କ୍ୱାରାଣ୍ଟାଇନରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କରୋନା ନିୟମ ଭାଙ୍ଗିଥିବାରୁ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି।...

ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ...

ଆଜି ଭୁବନେଶ୍ୱରରୁ ୭ ଆକ୍ରାନ୍ତ ଚିହ୍ନଟ: ୫ ସୁସ୍ଥ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩ ଲୋକାଲ କେସ...

ଆଜି ରାଜ୍ୟରୁ ୪୦୭ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୪ ଶିଶୁ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୪୦୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୮,୩୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଏକଛତ୍ରବାଦୀ ଶାସକଙ୍କଠାରୁ ଅଧିକ ବିପଜ୍ଜନକ ତାଙ୍କ ଭଉଣୀ, ହ୍ବାସୋଙ୍ଗ -୧୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ପରେ ଆମେରିକାକୁ ଚେତାବନୀ…

ପ୍ୟୋଙ୍ଗୟାଙ୍ଗ,୧୯।୨ : ଉତ୍ତର କୋରିଆ ରବିବାର ହ୍ବାସୋଙ୍ଗ -୧୫ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ର ପରୀକ୍ଷଣକୁ ନିଶ୍ଚିତ କରିଛି। ଉତ୍ତର କୋରିଆ ଅନୁଯାୟୀ ହଠାତ...

୨୪ ଘଣ୍ଟାରେ ଭାରତ ପଠାଇଲା ୭୬ ହଜାର ଟନ୍‌ ତେଲ

ନୂଆଦିଲ୍ଲୀ,୬।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ କଲମ୍ବୋକୁ ସହାୟତାର ହାତ ବଢ଼ାଇଛି ନୂଆଦିଲ୍ଲୀ। ଯଦ୍ଦ୍ବାରା ଶ୍ରୀଲଙ୍କା ତା’ର ଜରୁରୀ ସାମଗ୍ରୀ ଆମଦାନୀ କରିପାରିବ ଏବଂ...

ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଡ୍ରୋନ୍‌ ଆକ୍ରମଣ: ଲାଗିଲା ନିଆଁ

ରିୟାଦ,୧୪।୯: ସୌଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଶନିବାର ଡ୍ରୋନ୍‌ ଆକ୍ରମଣ ଫଳରେ ନିଆଁ ଲାଗି ଯାଇଛି। ସୌଦି...

Advertisement
Archives

Model This Week