କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ ପର୍ଯ୍ୟନ୍ତ ଦେଶସାରା ଲକ୍‌ଡାଉନ ଲାଗୁ କରିଛନ୍ତି। ଏହି ସମୟରେ ଜରୁରୀ କାମ ନ ଥିଲେ କେହି ବାହାରକୁ ବାହାରିବା ଉଚିତ୍‌ ନୁହେଁ ବୋଲି ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଏହାକୁ ଅନେକ ଅମାନିଆ ମାନୁ ନାହାନ୍ତି। ଏ ନେଇ କଟକ ଜିଲା ଓଲଟପୁର ପୋଲିସ ପକ୍ଷରୁ ଉକ୍ତ ଥାନା ଅଞ୍ଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଶୁକ୍ରବାର ସକାଳୁ କଣ୍ଟାପଡ଼ା, ବାଗଲପୁର ଓ ଅଡ଼ଶପୁର ପଞ୍ଚାୟତରେ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ଓଲଟପୁର ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ନେତୃତ୍ୱରେ କଟକ ସଦର ଉପଖଣ୍ଡ ପୋଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ଏସ୍‌ଆଇ କୈଳାସ ସାହୁ, ଏଏସ୍‌ଆଇ ଦୂର୍ଯ୍ୟୋଧନ ସେଠୀଙ୍କ ସମେତ ଏହି ଥାନାର ସମସ୍ତ କର୍ମଚାରୀ ସାଇକେଲ ରାଲି କରିବା ସହ ସାମାଜିକ ଦୂରତ୍ୱ, ସାବୁନରେ ହାତ ଧୋଇବା, ବାହାରକୁ ଗଲେ ମାକ୍ସ ପିନ୍ଧିବା ଓ ଜରୁରୀ କାମ ନ ଥିଲେ ବହାରକୁ ନ ବାହାରିବା ପାଇଁ ଜନସାଧରଣଙ୍କୁ ପରାମର୍ଶ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଣ୍ଡିପଦାରେ ସଶସ୍ତ୍ର ଡକାୟତି: ଆଜବେଷ୍ଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଛେଣ୍ଡିପଦା,୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୬ଜଣ ଦୁର୍ବୃତ୍ତ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ...

ଶିମିଳିପାଳରେ ରୋପ୍‌ୱେ ନିର୍ମାଣ ପ୍ରସ୍ତାବ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରୋଜିନୀ

ବାରିପଦା ଅଫିସ,୧୫ା୧୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ପରିଚିତ। ଶୀତଦିନରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ...

ଦୁବାଇରୁ ଭାୟା କୋଲକାତା ଦେଇ ଭଦ୍ରକ ଆସିଥିଲେ ୪ର୍ଥ କରୋନା ଆକ୍ରାନ୍ତ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ର୍ଥ କରୋନା ସଂକ୍ରମିତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ...

ଓଡ଼ିଶା ସମେତ ୬ ହାଇକୋର୍ଟର ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ/କଟକ ଅଫିସ,୨୭।୫: ୬ ହାଇକୋର୍ଟର ବିଚାରପତିଙ୍କ ବଦଳି କରାଯାଇଛି। ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିଷ୍ପତି କ୍ରମେ ଶୁକ୍ରବାର ଏହି ଅଦଳବଦଳ ହୋଇଛି। ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ...

ଶୌଚ ପାଇଁ ଯାଇ ଆଉ ଘରକୁ ଫେରିଲେନି ଯୁବକ

ସୁନ୍ଦରଗଡ଼,୨୧।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଉଜ୍ବଳପୁର ରେଞ୍ଜ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ରଷ୍ଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ରଷ୍ଚି ଗ୍ରାମର ଜଣେ ଯୁବକ ଶୌଚ ପାଇଁ...

ବୋଲେରୋ ଧକ୍କାରେ ସ୍କୁଟି ଆରୋହୀ ମୃତ: ରାଜପଥ ଅବରୋଧ

ପାଟଣା,୧୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ- କୋଲକାତା ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ବୁଧବାର ସକାଳେ...

ମନ୍ଦିର ପରିସରରେ ଚିକେନ କରି ଖାଇବା ପଡ଼ିଲା ମହଙ୍ଗା: ୩ ପୂଜକ କୋର୍ଟ ଚାଲାଣ

ତାଳଚେର,୩୦।୩(ନି.ପ୍ର.): ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩...

ପତ୍ର ହଲିଲେ ବିଜୁଳି ଛୁ

ଅନୁଗୋଳ ଅଫିସ, ୧୨।୬- ତତଲା କଡେଇରେ ପରିଣତ ହୋଇଥିବା ଅନୁଗୋଳ ଜିଲାରେ ଘୋର ବିଦ୍ୟୁତ୍‌ ବିଭ୍ରାଟ ଜନଜୀବନକୁ କଲବଲ କରୁଛି। ସହରରେ ଦିନକୁ ୧୦ରୁ ଊର୍ଦ୍ଧ୍ୱ...

Advertisement
Archives

Model This Week