କରୋନା ମୁକାବିଲା: ଘରକୁ ଯାଇ ୩୨.୩୬ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲାଣି ଗଞ୍ଜାମ ଜିଲା ପ୍ରଶାସନ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲା ପ୍ରଶାସନ ପକ୍ଷରୁ ଗଠିତ ଟିମ୍‌ ବର୍ତ୍ତମାନ ସୁଦ୍ଧା ଜିଲାର ୭ ଲକ୍ଷ ୬୫ ହଜାର ୮୪୨ ଘରକୁ ଯାଇ ସର୍ଭେକରି ୩୨ ଲକ୍ଷ ୩୬ ହଜାର ୪୦୩ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛି। ଯେଉଁମାନଙ୍କଠାରେ ଜ୍ୱର, କାଶ ଆଦି ଫ୍ଲୁ ଦେଖାଦେଉଛି ଡାକ୍ତରଙ୍କୁ ନେଇ ଗଠିତ ରାପିଡ଼ ରେସପନ୍ସ ଟିମ ଉକ୍ତ ଘରକୁ ଯାଇ ଚିକିତ୍ସା କରୁଛନ୍ତି। ଡିଆର୍‌ଡିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବର୍ତ୍ତମାନ ଜ଼ିଲାରେ ୬୦୨୯ଜଣ ଅନ୍ୟ ରାଜ୍ୟ ଫେରନ୍ତା ଓ ୧୦ ବିଦେଶ ଫେରନ୍ତା ହୋମ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ସୋମବାର ୫୧ଟି ଗାଡି ଜବତ କରାଯାଇଥିବାବେଳେ ମାସ୍କ ପିନ୍ଧି ନ ଥିବା ନେଇ ୧୦୮ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାର୍ଟର୍ସରେ ଆତ୍ମହତ୍ୟା କଲେ କନଷ୍ଟେବଳ

ତିହିଡ଼ି,୨୭ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନାର କାର୍ଯ୍ୟରତ ଜଣେ କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। ଥାନା ପରିସରରେ ସେ ରହୁଥିବା ସରକାରୀ କ୍ୱାର୍ଟର୍ସରେ ଶନିବାର ରାତିରେ...

ଭାଙ୍ଗିଲା କ୍ରୀଦାଶପୁର କେନାଲ ବନ୍ଧ

ନୟାଗଡ଼,୨୮।୬(ଲୋକନାଥ ମିଶ୍ର): ଜଳସମ୍ପଦ ବିଭାଗର ଖାମଖିଆଲି ନୀତି କାରଣରୁ ନୟାଗଡ଼ ବ୍ଲକ ଡାହୁକାନଦୀର କ୍ରୀଦାଶପୁର କେନାଲର ବନ୍ଧ ଭାଙ୍ଗି ଯାଇଛି । କେନାଲ ବନ୍ଧ ଭାଙ୍ଗିବା...

କଟକରେ କ୍ରିକେଟ୍‌ କ୍ରେଜ୍‌: ସୀମା ଟପିଲା ଟିକେଟ କଳାବଜାର

କଟକ ଅଫିସ, ୨୨।୧୨: କଟକ ବାରବାଟୀ ଷ୍ଟାଡ଼ିୟମରେ ରବିବାର ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନ୍ତିମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌। ଏ ନେଇ ସହରରେ...

ପଞ୍ଜୀକରଣ ଅପେକ୍ଷାରେ ୩୨୮ ଚାଷୀ

ଜୟପୁର,୪।୧(ଡି.ଏନ୍‌.ଏ.) ଧାର୍ଯ୍ୟ ତାରିଖ ଭିତରେ କୋରାପୁଟ ଜିଲାର ଅଧିକାଂଶ ଚାଷୀ ନାମ ପଞ୍ଜିକରଣ କରିପାରି ନାହାନ୍ତି। ଜିଲାପାଳ, ଯୋଗାଣ ଅଧିକାରୀଙ୍କ ଦୃଷ୍ଟିକୁ ଏହା ଅଣାଯିବା ପରେ...

ବିଜ୍ଞାନ ଜ୍ଞାନ ବଢ଼ାଉଛି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର

ଢେଙ୍କାନାଳ ଅଫିସ,୨୮ା୨ (ରତନ ନାୟାର): ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ପକ୍ଷରୁ ଗୋଟିଏ ଲେଖାଏ ଆଞ୍ଚଳିକ ବିଜ୍ଞାନ...

ପୁରୀ ପେଣ୍ଠକଟାରେ ବୋମା ବିସ୍ଫୋରଣ

ପୁରୀ,୨।୯(ଅଜିତ୍‌ ମହାନ୍ତି): ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପ ନିକଟ ଡଙ୍ଗା ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଏକ ମାଛ ଧରା ଡଙ୍ଗାରେ ବୋମା ବିସ୍ଫୋରଣ । ଶନିବାର...

ପର୍ଯ୍ୟଟନସ୍ଥଳୀର ବିକାଶ ନାହିଁ

କେନ୍ଦୁଝର, ୮।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବାବେଳେ ପ୍ରଶାସନ ପକ୍ଷରୁ ସବୁବେଳେ ଅଣଦେଖା କରାଯାଉଛି। ଜିଲାର ପ୍ରାକୃତିକ ଦୃଶ୍ୟରାଜି ଦେଖିବାକୁ ଜିଲାକୁ ପ୍ରତ୍ୟେକ...

ସମସ୍ୟାରେ ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୨୮ା୧୧(ସ୍ବ.ପ୍ର.): ଯୁବତୀ ଓ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ଆଇନ ଲାଗୁ କରୁଛନ୍ତି। କିନ୍ତୁ ରାଜ୍ୟରେ ଏମିତି...

Advertisement
Archives

Model This Week