କରୋନା ମୁକାବିଲା: ଗବେଷଣା ଟିମ୍‌ରେ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ବିଶ୍ୱ ମହାମାରୀ କରୋନା ମୁକାବିଲାରେ ସାରା ମାନବ ସମାଜ ଅହରହ ଉଦ୍ୟମ ଜାରି ରଖିଛି। ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶ ନିଜ ନିଜର ସାମର୍ଥ୍ୟ ଅନୁସାରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି କ୍ରମରେ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର) ପକ୍ଷରୁ ଏକ ଜାତୀୟସ୍ତରୀୟ ଟାସ୍କପୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ଏକ କ୍ଲିନିକାଲ ରିସର୍ଚ୍ଚ ଗ୍ରୁପକୁ ମନୋନୀତ କରିଛି। ନୂଆଦିଲ୍ଲୀସ୍ଥିତ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗଲେରିଆ ଏହି ଗବେଷଣା ଦଳର ଅଧ୍ୟକ୍ଷତା କରିବେ। ଏହି ୬ ଜଣିଆ ଟିମ୍‌ରେ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରାଙ୍କୁ ମଧ୍ୟ ସ୍ଥାନ ମିଳିଛି। ଦିଗମ୍ବର ବର୍ତ୍ତମାନ ପିଜିଆଇଏମ୍‌ଇଆରର ପ୍ରଫେସର ଭାବେ କାର୍ଯ୍ୟରତ। ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ଚିକିତ୍ସା, ଗବେଷଣା ଏବଂ ଭେଷଜରେ ଦିଗମ୍ବରଙ୍କ ଗଭୀର ଅଭିଜ୍ଞତା ରହିଛି। ଫୁସ୍‌ଫୁସ୍‌ କର୍କଟ ରୋଗର ଉତ୍ତମ ଚିକିତ୍ସାରେ ତାଙ୍କର ବିଶେଷ ସୁନାମ ରହିଥିବା ଜଣାପଡ଼ିଛି। ସେ ‘ଇଣ୍ଡିଆନ୍‌ ଷ୍ଟଡି ଫର୍‌ ଦ ଷ୍ଟଡି ଅଫ୍‌ ଲଙ୍ଗ୍‌ କ୍ୟାନ୍‌ସର’ ସଂସ୍ଥାର ପ୍ରତିଷ୍ଠାତା। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ଦିଗମ୍ବର ଜଣେ ପ୍ରାକ୍ତନ୍‌ ଛାତ୍ର। ଚିକିତ୍ସା କ୍ଷେତ୍ରରେ ପ୍ରବେଶ ଦିନଠାରୁ ଏଯାବତ୍‌ ସେ ୪୬୨ଟି ରିସର୍ଚ୍ଚ ପେପର ପ୍ରକାଶ କରିସାରିଲେଣି। ଦେଶରେ ଟିବି ରୋଗ ଏବଂ ଫୁସ୍‌ଫୁସ୍‌ ଜନିତ କର୍କଟ ରୋଗ ଚିକିତ୍ସା ପାଇଁ ସେ କାର୍ଯ୍ୟ କରୁଛନ୍ତି। ଏତଦ୍‌ ବ୍ୟତୀତ ଦିଗମ୍ବର ଇଣ୍ଡିଆନ୍‌ କଲେଜ ଅଫ୍‌ ଫିଜିସିଆନ୍‌, ଇଣ୍ଟର ନ୍ୟାଶନାଲ କଲେଜ ଅଫ୍‌ ଆଞ୍ଜିଓଲୋଜି, ଇଣ୍ଡିଆନ୍‌ ଚେଷ୍ଟ ସୋସାଇଟି ଏବଂ ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଅନ୍‌କୋଲୋଜି ସହ ଜଡ଼ିତ।


Enter your email to get our daily news in your inbox.

All Right Reserved By Dharitri.Com

ପରୀ ମୃତଦେହ ସହ ଯୌନ ସମ୍ପର୍କ ରଖିଥିଲେ ଅଭିଯୁକ୍ତ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ନୟାଗଡ଼ ଯଦୁପୁରର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି। ଏ ନେଇ ମଙ୍ଗଳବାର ଏସ୍‌ଆଇଟି...

ଏଭଳି ସମୟ ଆସିବ ବୋଲି ଭାବି ନ ଥିଲି

ଏଭଳି ଯେ ସମୟ ଆସିବ ଅାଉ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ ସେ ନେଇ ଅାଦୋ ଚିନ୍ତା କରିନଥତ୍ଲି ା ସରକାରଙ୍କ ଏକତରଫା ନିଷ୍ପତି...

ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଛନ୍ତି ଜଣେ ଆମ୍ବୁଲାନ୍ସ କର୍ମଚାରୀ। ଜଣେ ଅପରିଚିତ ରୋଗୀକୁ ରକ୍ତ ଦାନକରିଥିବା ମାନବିକତାର ପରିଚୟ ଦେଇଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର...

ଘାଟିରେ ଭୂସ୍ଖଳନ: ୧୧ ଦିନ ହେଲା ଯାତାୟାତ ବନ୍ଦ

ଦାରିଙ୍ଗବାଡି,୧।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ବର୍ଷାରେ ଗତ ୧୧ଦିନ ତଳେ ଭୂସ୍ଖଳନ ହୋଇଥିଲା। ହେଲେ ଏବେ...

୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ିଲା ଦୀର୍ଘତମ ତ୍ରିରଙ୍ଗା

କେନ୍ଦୁଝର, ୨୨।୭ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥର ବରଫାବୃତ୍ତ ପର୍ବତ ଉପରେ ଉଡ଼ିଛି ବିଶ୍ୱର ଦୀର୍ଘତମ ତ୍ରିରଙ୍ଗା ପତାକା। ଏଭଳି ଦୁଃସାହସିକ କାର୍ଯ୍ୟ କରି ୱାଲର୍‌ଡ ୱାଇଡ୍‌...

ଆରମ୍ଭ ହେଲା କଟକ ବୈଶାଖୀ ବାଣିଜ୍ୟ ମେଳା

କଟକ ଅଫିସ, ୭ା୫: କଟକ ଉପର ବାଲିଯାତ୍ରା ପଡିଆରେ ସପ୍ତଦଶ କଟକ ବୈଶାଖୀ ବାଣିଜ୍ୟ ମେଳା ଶୁକ୍ରବାର ଆରମ୍ଭ ହୋଇଛି। ଏହାକୁ ବାରବାଟୀ-କଟକ ବିଧାୟକ ଇଂ....

ନାଗାର୍ଜୁନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର: ଉତ୍ତରାଖଣ୍ଡ ହିମସ୍ଖଳନ

ଭଦ୍ରକ ଅଫିସ, ୧୦ା୨- ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅନ୍ତର୍ଗତ ଯଶିପୁର ପଞ୍ଚାୟତ କୁଦକାନ୍ଥି ଗ୍ରାମର ରବୀନ୍ଦ୍ର ଦାସଙ୍କ...

ଋଣ କରାଇ ଦେବା ନାଁରେ ଠକେଇ, ୨ ଗିରଫ

ରାଇରଙ୍ଗପୁର,୧୨ା୬(ଡି.ଏନ୍‌.ଏ.)- ଋଣ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରି କୋର୍ଟ...

Advertisement
Archives

Model This Week