କରୋନା ମୁକାବିଲା: ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ନବୀନ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): କରୋନା ମୁକାବିଲା ନେଇ ଆଗକୁ କିପରି ରଣନୀତି କରାଯିବ, ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା ହେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଭାଗ ନେବେ। ରାଜ୍ୟ ପକ୍ଷରୁ ଏକାଧିକ ଦାବି ତଥା ପ୍ରସ୍ତାବ ମଧ୍ୟ ରଖିବେ। ପୂର୍ବ ଆଲୋଚନା ମୁତାବକ ରାଜ୍ୟରେ ଟେଷ୍ଟିଂ କିଟ୍‌ ସଂଖ୍ୟାରେ ବୃଦ୍ଧି ଆସିଛି। ପ୍ରାରମ୍ଭରୁ ହାତଗଣତି ନମୂନା ପରୀକ୍ଷା ହେଉଥିବା ବେଳେ ଦୈନିକ ୪୦୦ରୁ ଅଧିକ ରିପୋର୍ଟ ଆସିପାରୁଛି।
କେନ୍ଦ୍ର ସରକାର ନିଜ ଆଡୁ ଲକ୍‌ଡାଉନ ବୃଦ୍ଧି ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାର ଗୁରୁବାର ଏପ୍ରିଲ ୩୦ ଯାଏ ବୃଦ୍ଧି ନେଇ ଆଗୁଆ ଘୋଷଣା କରିସାରିଛନ୍ତି। ଏକାଧିକ ରାଜ୍ୟ ମଧ୍ୟ ସାରା ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି ସପକ୍ଷରେ ମତ ରଖିଛନ୍ତି। ତେଣୁ ଶନିବାର ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ପରବର୍ତ୍ତୀ ଆଭିମୁଖ୍ୟ ନେଇ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ସେହିଭଳି ସାଧାରଣ ଖାଉଟିଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ବିଭିନ୍ନ ଭତ୍ତା ବାବଦକୁ କେନ୍ଦ୍ରୀୟ ଅନୁଦାନ ଅଂଶ ରାଜ୍ୟକୁ ଦେବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁର ସହରରେ ଅନେକ ଯୁବକ ବ୍ରାଉନସୁଗାର ସେବନ କରୁଛନ୍ତି। ଏହି ସହରର ବିଭିନ୍ନ ମଠ, ମନ୍ଦିର ଓ ନଦୀପଠା ଆଦି ନିଛାଟିଆ ସ୍ଥାନରୁ...

ଗୋଷ୍ଠୀ ସଂଘର୍ଷରେ ୨ଜଣଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ/ଦେଓଗାଁ, ୨୩।୧: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଜରାସିଂହା ଗ୍ରାମରେ ଶନିବାର ଅପରାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା...

ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର

ଛତ୍ରପୁର, ୧୬।୮(ଡି.ଏନ୍‌.ଏ.): ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର ସାପ । ଏଭଳି ଦୃଶ୍ୟ ଦେଖି ବାକୁ ମିଳିଛଇ ଗଞ୍ଜାମ...

ଶ୍ରୀଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଆବଣ୍ଟନ: ବିଭାଗୀୟ ଅଧିକାରୀଙ୍କ କାରସାଦି ପଦାରେ ପଡ଼ିଲା

ପୁରୁଣା ଭୁବନେଶ୍ୱର, ୨୭ା୧୦ (ଡି.ଏନ.ଏ.): ଦେବୋତ୍ତର ବିଭାଗ ଓ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କିମ୍ବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୌଣସି କ୍ଷେତ୍ରରେ ବିଶ୍ୱାସକୁ ନ...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଗାଡ଼ି ଧକ୍କାରେ ୬ଜଣଙ୍କୁ କଲେ ଆହତ

ବାଲିକୁଦା,୨୨ା୧୨(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ବୋରିକିନା ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଉକ୍ତ ଯୁବକ କାହାକୁ ଟଙ୍କା ମାଗି ଧମକ ଦେଇଛନ୍ତି...

କଟକଣା ସହ ଖୋଲିବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ଏଥିଯୋଗୁ ଉଚ୍ଚଶିକ୍ଷା କ୍ଷେତ୍ର ଓ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି। ତେଣୁ...

ବିଶ୍ୱରେ ୯୦ ହଜାରରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ !

ଓ୍ବାଶିଂଟନ,୭।୫: ଗତ ସପ୍ତାହରେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମନ୍ୟ କମ୍‌ ହୋଇଥିବା ବେଳେ ଏବେ ପୁଣିଥରେ ଏହି ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି।...

୮ ଟନ୍‌ ଚୋରି ହାର୍ଡ-କୋକ୍‌ ଜବତ

ଚୌଦ୍ୱାର,୧୮ା୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳରୁ ଚୋରି ହୋଇଥିବା ଏକ ହାର୍ଡ-କୋକ୍‌ ଟ୍ରକ୍‌କୁ ଚୌଦ୍ୱାର ପୋଲିସ ୫୫ନମ୍ବର ଜାତୀୟ ରାଜପଥର କଜଳଖଣା...

Play 250+ Trending Games
Archives

Model This Week

Why Dharitri