କରୋନା ମାଡ଼: ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲା ସମସ୍ତଙ୍କ ପ୍ରାଥମିକତା ହୋଇଛି। ସାରା ବିଶ୍ୱରେ ଏହି ସ୍ବାସ୍ଥ୍ୟଗତ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଅର୍ଥନୀତିକୁ ବହୁଳ ଭାବେ ପ୍ରଭାବିତ କରିଛି। ବିଶେଷ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷାଧିକ ରୋଜଗାର ସୁଯୋଗ ଦେଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷତିଗ୍ରସ୍ତ ହୋଇଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଏହାର ସିଂହଭାଗ ଅବଦାନ ରହିଥାଏ। ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ପ୍ରାୟ ୩,୩୦,୦୦୦ ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ ହୋଇଥିବା ଜଗରନ୍ନଟ ଆସୋସିଏଶନ୍‌ ଅଫ୍‌ ଏଣ୍ଟରପ୍ରିନ୍ୟୁର ପକ୍ଷରୁ କୁହାଯାଇଛି। ୨୧ ଦିନ ଲକ୍‌ଡାଉନ ଯୋଗୁ ସ୍ବାସ୍ଥ୍ୟସେବା, ସିକ୍ୟୁରିଟି ସଂସ୍ଥା, ଖାଦ୍ୟ ସମ୍ବନ୍ଧୀୟ ଉଦ୍ୟୋଗ ଚାଲୁ ରହିିଥିବା ବେଳେ ଅନ୍ୟାନ୍ୟ କ୍ଷେତ୍ର ବନ୍ଦ ରହିଛି। ଏହି କ୍ଷତିର ପରିମାଣ ୩୦ ହଜାର କୋଟି ଟଙ୍କା ହେବ ବୋଲି ଆସୋସିଏଶନ୍‌ ପକ୍ଷରୁ କୁହାଯାଇଛି। ତେଣୁ କିପରି ଏହି କ୍ଷେତ୍ରରେ ପୂର୍ବାବସ୍ଥା ଫେରାଇ ଅଣାଯାଇ ପାରିବ, ସେଥିପ୍ରତି ରାଜ୍ୟର ଶୀର୍ଷ ପ୍ରଶାସନ ଦୃଷ୍ଟିଦେଉ ବୋଲି ଆସୋସିଏଶନ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ସାର ଯୋଗାଇବାକୁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୮: ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ଶୁକ୍ରବାର କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି...

ପୁରୀ ବନ୍ୟପ୍ରାଣୀ ଡିଭିଜନରେ ପକ୍ଷୀ ଗଣନା: ୭୦ ପ୍ରଜାତିର ୧ଲକ୍ଷ ୨ ହଜାର ପକ୍ଷୀ

ପୁରୀ ଅଫିସ, ୯ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ବୁଧବାର ପକ୍ଷୀ ଗଣନା କରାଯାଇଛି। ୨୩ଟି ଟିମ୍‌ ଡିଭିଜନ ଅଧୀନ ୫ଟି ରେଞ୍ଜରେ ଏହି ଗଣନା...

ବରମୁଣ୍ଡାରେ ମାତିଲେ ଦୁର୍ବୃତ୍ତ: ମହିଳା ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୯୪ ହଜାର ଟଙ୍କା

ଭୁବନେଶ୍ୱର,୫ା୮(ବ୍ୟୁରୋ)-ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାରେ ବୁଧବାର ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌ ହୋଇଛି। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ମନୋରମା ମହାନ୍ତି।...

ଗାନ୍ଧୀ ଜୟନ୍ତୀରୁ ରେଳଷ୍ଟେଶନରେ ‘ପର୍ଯ୍ୟଟନ ପର୍ବ’

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ରେଳପଥ ପକ୍ଷରୁ ବିଶେଷ ପଦକ୍ଷେପମାନ ନିଆଯାଉଛି। ଏବେ ‘ସ୍ବଚ୍ଛତା ପଖଓ୍ବାଡ଼ା’ ଚାଲିଛି।...

ଜଳିଗଲା ଡିଜେଲ ଟ୍ୟାଙ୍କର: ଡ୍ରାଇଭର, ହେଲ୍‌ପର ଗୁରୁତର

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ପଥରବନ୍ଧ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଏକ ଡିଜେଲ...

ଅଦିନିଆ ବର୍ଷା: ଫସଲ ପରିଚାଳନା ପାଇଁ ଓୟୁଏଟି ପକ୍ଷରୁ କୃଷି ପରାମର୍ଶ

ଭୁବନେଶ୍ୱର,୪।୧(ବ୍ୟୁରୋ): ଦକ୍ଷିଣ କୋଙ୍କଣ ଓ ଗୋଆ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ୩ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମଧରଣର...

୨ ନୂଆ ବ୍ଲକର ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୫ା୪: ଭଦ୍ରକ ଜିଲାରେ ଶୁକ୍ରବାର ଗୋଟିଏ ଦିନରେ ୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାସୁଦେବପୁରରୁ ଗୋଟିଏ, ତିହିଡିର ୨ ଓ ଧାମନଗରରୁ...

ସୁନ୍ଦରଗଡ଼ର ୭୧ ନମୁନାରୁ ୫୬ ନେଗେଟିଭ୍

ସୁନ୍ଦରଗଡ଼, ୫।୪(ଡି.ଏନ.ଏ.) କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାରେ...

Coronavirus Update


Archives

Model This Week

Why Dharitri