Posted inଜାତୀୟ

କରୋନା ଭୟ: ସଂକ୍ରମଣ ପୂର୍ବରୁ ନିଜକୁ ଅଲଗା କରି ରଖିଲେ ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: କରୋନା ଭାଇରସ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଚାଇନା ପରେ ଏବେ ଇଟାଲି, ଇରାନରେ ସବୁଠାରୁ ଅଧିକ ପରିମାଣରେ ଲୋକ କରୋନାରେ ସଂକ୍ରମିତ ହେବା ସହ ସେମାନଙ୍କର ମୃତ୍ୟୁ ମଧ୍ୟ ହେଉଛି। ଭାରତରେ ବି କରୋନା ସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ମହାରାଷ୍ଟ୍ର କେରଳରେ ପ୍ରତିଦିନ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖାଯାଇଛି। ଏହାକୁ ଦେଖି କେନ୍ଦ୍ରମନ୍ତ୍ରୀ ଭି.ମୁରଲିଧରନ କେରଳର ତ୍ରିଭାନ୍ଦ୍ରମରେ ନିଜକୁ କ୍ୱାରାଣ୍ଟାଇନରେ ରଖିଥିବା ଜଣାପଡିଛି। ସେ କେରଳର ବାସିନ୍ଦା ହୋଇଥିବାରୁ ସେହିଠାରେ ହିଁ ସେ ନିଜକୁ ବନ୍ଦ କରି ରଖିଥିବା ଜଣାପଡିଛି। ତାଙ୍କ ନିକଟରେ ଏପର୍ଯ୍ୟନ୍ତ କରୋନା ଭାଇରସ ଚିହ୍ନଟ କରାଯାଇ ନ ଥିବା ବେଳେ ସେ କିନ୍ତୁ ନିଜକୁ କ୍ୱାରାଣ୍ଟାଇନରେ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୪ରେ ମୁରଲିଧରନ ତ୍ରିଭାନ୍ଦ୍ରମର ଏକ ହସ୍ପିଟାଲରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ। ସେଠାରେ ସ୍ପେନରୁ ଫେରିଥିବା ଜଣେ ଡାକ୍ତର ଉପସ୍ଥିତ ଥିବା ବେଳେ ଉକ୍ତ ଡାକ୍ତର ଜଣକ କୋଭିଡ-୧୯ରେ ପୀଡ଼ିତ ବୋଲି ମାର୍ଚ୍ଚ ୧୫ରେ ଜଣାପଡିଥିଲା। ସେଥିପାଇଁ ମୁରଲିଧରନ ନିଜକୁ କ୍ୱାରାଣ୍ଟାଇନରେ ରଖିଥିବା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୁରଲିଧରନଙ୍କ ରିପୋର୍ଟ ନେଗେଟିଭ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଗସ୍ତ ପ୍ରଭାବହୀନ: ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୨୯।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଭାରତ ବିରୋଧରେ ସମର୍ଥନ ଯୋଗାଡ ପାଇଁ ଲାଗିପଡିଛନ୍ତି।...

ଯାଯାବର ଜୀବନ ବିତେ ଶଗଡ଼ ଉପରେ…

ବୁନ୍ଦେଲଖଣ୍ଡରେ ଲୁହରଗଡ଼ିଆ ନାମକ ଏକ ସମ୍ପ୍ରଦାୟ ବାସ କରନ୍ତି। ଏହି ସମ୍ପ୍ରଦାୟ କୌଣସି ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଜୀବନସାରା ତାଙ୍କର ଯାଯାବର ଭାବେ...

ଏନ୍‌ଏଚ୍‌ରେ ୫ ହଜାରରୁ ଅଧିକ ମୃତ୍ୟୁଯନ୍ତା: ତାମିଲନାଡୁରେ ସର୍ବାଧିକ

ନୂଆଦିଲ୍ଲୀ, ୨୯।୯: ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ୫ ହଜାର ୪୮୯ ମୃତ୍ୟୁଯନ୍ତା ରହିଛି। ୨୦୧୫ରୁ ୨୦୧୯ ମଧ୍ୟରେ ଏସବୁ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରାଯାଇଛି। ଜାତୀୟ ରାଜପଥର ପ୍ରତି...

ଚାଷୀଙ୍କ ଉପରେ ଲାଠିମାଡ଼

ଚଣ୍ଡିଗଡ଼, ୧୭।୫: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ରବିବାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ...

ପ୍ରଣବ, ନାନାଜୀ, ଭୂପେନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ,୯।୮(ପି.ଟି.):ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସ୍ବର୍ଗତ ଭାରତୀୟ ଜନସଂଘ ନେତା ନାନାଜୀ ଦେଶମୁଖ ଏବଂ ସ୍ବର୍ଗତ ଗାୟକ ଭୂପେନ ହଜାରିକାଙ୍କୁ ଗୁରୁବାର ଦେଶର ସର୍ବୋଚ୍ଚ ବେସାମରିକ...

ଇ-ରିକ୍ସା ଚାଳକଙ୍କୁ ମିଳିବ ୫୦୦୦ ଟଙ୍କା କରୋନା ସହାୟତା

ନୂଆଦିଲ୍ଲୀ,୪।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ବହୁ ଲୋକ...

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା

ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍‌ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ...

ଭାରତକୁ ସହାୟତା ମାଗିଲେ ୧୦ ଦେଶ

ନୂଆଦିଲ୍ଲୀ,୧୧।୧: କରୋନା ମହାମାରୀ ଲଢ଼େଇରେ ପୃଥିବୀରେ ଭାରତ ଆଗୁଆ ରହିଛି। ସାର୍ବଜନୀକ ଭାବେ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକା ଦେବାଲାଗି ପ୍ରସ୍ତୁତି ଚୂଡ଼ାନ୍ତ...

Advertisement


Archives

Model This Week

Why Dharitri