Posted inଜାତୀୟ

କରୋନା ଭୟ: ଦିଲ୍ଲୀରେ ବନ୍ଦ ହେଲା ସମସ୍ତ ମଲ୍‌ ଖୋଲାରହିବ ଔଷଧ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ

ନୂଆଦିଲ୍ଲୀ,୨୦।୩: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଶୁକ୍ରବାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀରେ ସମସ୍ତ ଶପିଂ ମଲ୍‌କୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ କରି ସମସ୍ତଙ୍କୁ ଜଣାଇଛନ୍ତି। ସେ କହିଛନ୍ତି, ଏହି ବନ୍ଦ ସମୟରେ ମଲ୍‌ରେ କେବଳ ପନିପରିବା ଉପଲବ୍ଧ ହୋଇପାରିବ। ଏଥିସହ ମେଡିକାଲ ଷ୍ଟୋର ଓ ଖାଦ୍ୟସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ। ଏଭଳି ସ୍ଥିତିରେ ଲୋକଙ୍କୁ ଭୟ ନ କରିବାକୁ ଏବଂ ଘରେ ଖାଦ୍ୟସାମଗ୍ରୀ ସଂରକ୍ଷିତ ରଖିବା କୌଣସି ଆବଶ୍ୟକତା ନାହିଁ ବୋଲି କେଜରିଓ୍ବାଲ ପରାମର୍ଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ଦିଲ୍ଲୀ ସରକାର ଅଧିନରେ ଥିବା ସମସ୍ତ ଅନାବଶ୍ୟକ ସରକାରୀ କାର୍ଯ୍ୟାଳୟ ଓ ସେବାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। କେବଳ ଜନସାଧାରଣଙ୍କ ସହ ଜଡିତ ଥିବା ମନ୍ତ୍ରଣାଳୟ ଖୋଲା ରହିବ। ଯେଉଁ କର୍ମଚାରୀଙ୍କ ବୟସ ୫୫ରୁ ଊର୍ଦ୍ଧ୍ୱ ରହିଛି ସେମାନେ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାର୍ଯ୍ୟାଳୟରେ ଯଦି କୌଣସି କର୍ମଚାରୀଙ୍କ ଆବଶ୍ୟକତା ନାହିଁ ସେମାନେ ମଧ୍ୟ ଘରେ ବସି କାର୍ଯ୍ୟ କରିପାରିବେ। ଏହି ସମୟରେ ସ୍ଥାୟୀ ଓ ଠିକା କର୍ମଚାରୀଙ୍କୁ ଦରମା ମଧ୍ୟ ପ୍ରଦାନ କରାଯିବ ବୋଲି କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ ଗତ ୪୮ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ଭାରତରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ସ୍ବତନ୍ତ୍ର ନମାଜ ପଢିଲେ ମଦୁଲାଇ ମୁସଲମାନ

ମଦୁରାଇ,୨୪।୬: ତାମିଲନାଡୁରେ ଲୋକେ ଏବେ ଉତ୍କଟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ଦେଶର କେତେକ ସ୍ଥାନରେ ମୌସୁମୀ ପ୍ରବେଶ କରିଥିବା ବେଳେ ତାମିଲନାଡୁରେ କିନ୍ତୁ...

ଏସ୍‌ଆଇ ସମେତ ୩ ପୋଲିସଙ୍କୁ ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

ଗୁନା,୧୪।୫: ମଧ୍ୟପ୍ରଦେଶର ଗୁନାରେ ପୋଲିସ ଓ କୃଷ୍ଣସାର ମୃଗ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି...

ସାନିଟାଇଜର-କୀଟାଣୁନାଶକ ସ୍ପ୍ରେ ବି ନୁହେଁ ସୁରକ୍ଷିତ; ତ୍ୱଚାକୁ ପହଞ୍ଚାଏ କ୍ଷତି: ଏଏମ୍‌ଏଆଇ

ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ସାବୁନରେ ହାତ ଧୋଇବା ଅବା ପାଣିର...

ୟୁକ୍ରେନ-ରୁଷିଆ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ରାଜନାଥ ସିଂହ

ନୂଆଦିଲ୍ଲୀ,୨୪।୨: ୟୁକ୍ରେନ-ରୁଷ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ୟୁକ୍ରେନରେ ଫସି ରହିଥିବା ଛାତ୍ରଙ୍କୁ ନେଇ ସେ ନିଜର ବୟାନ...

ପୁଣି ଏୟାରଫୋର୍ସ ଷ୍ଟେଶନ ନିକଟରେ ୨ ଡ୍ରୋନ୍‌…

ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀରର କାଲୁଚକ ଏବଂ କୁଞ୍ଜଓ୍ବାନି ଅଞ୍ଚଳରେ ଏୟାରଫୋର୍ସ ଷ୍ଟେଶନର ୧୦ କିିଲୋମିଟର ପରିଧି ମଧ୍ୟରେ ବୁଧବାର ଭୋର୍‌ ସମୟରେ ପୁଣି ୨ଟି ଡ୍ରୋନ୍‌ ଉଡ଼ିବୁଲୁଥିବାର...

ହରିୟାଣା ଉପ ମୁଖ୍ୟମନ୍ତ୍ରୀଙ୍କ କକାଙ୍କ ଫାର୍ମ ହାଉସ୍‌ରେ ଇଡିର ଚଢ଼ାଉ

ଚଣ୍ଡିଗଡ,୪।୧୨: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କକା ତଥା ଇଣ୍ଡିଆନ ନ୍ୟାସନାଲ ଲୋକଦଳ(ଆଇଏନ୍‌ଏଲ୍‌ଡି) ନେତା ଅଭୟ ଚୌଟାଲାଙ୍କ ଫାର୍ମ ହାଉସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉ।...

କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ହଟିବ ନିଲମ୍ବନ ଆଦେଶ: ବାଚସ୍ପତି

ନୂଆଦିଲ୍ଲୀ,୧୧।୩: କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ନିଲମ୍ବନ ଆଦେଶ ହଟିବ। ଏନେଇ ବାଚସ୍ପତି ଏମ୍‌ ବିରଳା ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଗୃହ...

ପିଆଜ ଦର ବୃଦ୍ଧି କେନ୍ଦ୍ର କୃଷି ନିୟମର ପ୍ରଥମ ପ୍ରଭାବ: କେରଳ ସରକାର

ଥିରୁଭାନନ୍ତପୁରମ,୨୪ ।୧୦: ସାରା ଦେଶରେ ପିଆଜର ଦର ଏବେ ଅହେତୁକ ଭାବେ ବଢି ଚାଲିଛି । ଏହାକୁ ନେଇ କେରଳର କୃଷି ମନ୍ତ୍ରୀ ଭିଏସ୍ ସୁନିଲ...

Advertisement
Archives

Model This Week