Posted inଜାତୀୟ

କରୋନା ଭୟ: ଜେଲରେ ବନ୍ଦୀ ଥିବା ୫୮୦୦ କଏଦୀଙ୍କୁ ମୁକ୍ତ କରିପାରନ୍ତି ପଞ୍ଜାବ ସରକାର

ଚଣ୍ଡିଗଡ଼,୧୮।୩: ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୫୨ ଛୁଇଁଥିବା ବେଳେ ପଞ୍ଜାବରେ ଗୋଟିଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କରୋନାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ ଚଳାଇଥିବା ବେଳେ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଉଛି। ଏବେ ସରକାରଙ୍କ ନଜର ରାଜ୍ୟର ଜେଲ୍‌ଗୁଡ଼ିକ ଉପରେ ରହିଛି। କରୋନାରୁ ବର୍ତ୍ତିବା ପାଇଁ ଜେଲ୍‌ ଗୁଡ଼ିକୁ ଜୀବଣୁ ଶୂନ୍ୟ କରାଯାଉଥିବା ବେଳେ ଏବେ ପଞ୍ଜାବ ସରକାର ଜେଲରେ ବନ୍ଦୀ ଥିବା କଏଦୀଙ୍କୁ ମୁକ୍ତ କରିବାକୁ ବିଚାର କରୁଛନ୍ତି। ଜେଲରେ ବନ୍ଦୀ ଥିବା ୫୮୦୦ କଏଦୀଙ୍କୁ ମୁକ୍ତ କରିବା ପାଇଁ ପଞ୍ଜାବର ଜେଲ ମନ୍ତ୍ରୀ ଏସ୍‌.ଏସ୍‌. ରନ୍ଧଓ୍ବା ବୁଧବାର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ଯେଉଁମାନେ ଏକାଧିକ ଅପରାଧରେ ଜଡିତ ନାହାନ୍ତି ସେମାନଙ୍କୁ କେବଳ ମୁକ୍ତ କରାଯିବ। ଯେପରିକି ୨୮୦୦ କଏଦୀ କେବଳ ଛୋଟମୋଟ ଲୁଟ୍‌ରେ ସଂଶ୍ଳିଷ୍ଟ ଥାଇ ଜେଲ୍‌ରେ ରହିଛନ୍ତି ଏବଂ ୩୦୦୦ କଏଦୀ କମ୍‌ ମାତ୍ରାରେ ଡ୍ରଗ୍ସ ଚୋରାଚାଲାଣ କରି ଧରାପଡ଼ିଛନ୍ତି। ଏଭଳି ଅପରାଧୀମାନଙ୍କୁ ମୁକ୍ତ କରିବାକୁ ବିଚାର କରାଯାଉଛି। ଏନେଇ ରାଜ୍ୟର ଡିଜିପି, ଏଡିଜିପି ଓ ଏସ୍‌ପିଙ୍କ ସହ ବିଚାର ବିମର୍ଶ କରାଯାଉଛି। ତେବେ ସମସ୍ତଙ୍କ ସହମତିକ୍ରମେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ରନ୍ଧଓ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ

ଅମୃତସର, ୯।୫: ପଞ୍ଜାବ ସ୍ବର୍ଣ୍ଣ ମନ୍ଦିର ନିକଟରେ ସୋମବାର ସକାଳେ ପୁଣି ବିସ୍ଫୋରଣ ଘଟି ଜଣେ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି...

ବିଧାନସଭା ପାଚେରିରେ ଉଡିଲା ଖଲିସ୍ତାନୀ ପତାକା

ଧର୍ମଶାଳା,୮।୫: ହିମାଚଳ ପ୍ରଦେଶ ଧର୍ମଶାଳା ସ୍ଥିତ ବିଧାନସଭାର ପାଚେରିରେ ରବିବାର ଖଲିସ୍ତାନୀ ପତାକା ଉଡୁଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ପାଚେରିରେ ଖଲିସ୍ତାନ ସମର୍ଥରେ...

ନିର୍ମଳା ସୀତାରାମନଙ୍କୁ ‘ନିର୍ବଳା’ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨।୧୧: ସଂସଦରେ ଶୀତକାଳିନ ଅଧିବେଶନ ଚାଲୁଥିବା ବେଳେ ସୋମବାର ଲୋକ ସଭାରେ ବହୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିଛନ୍ତି। ପ୍ରଥମେ ବିରୋଧୀ ପ୍ରଧାନମନ୍ତ୍ରୀ...

ମନ୍ତ୍ରୀଙ୍କୁ ଚପଲ ମାଡ

ଜୟପୁର,୧୩।୯: ରାଜସ୍ଥାନର ମନ୍ଦିର ସହର ପୁଷ୍କରରେ ଗୁର୍ଜର ସଂରକ୍ଷଣ କମିଟିର ସୁପ୍ରିମୋ ସ୍ବର୍ଗତ କର୍ଣ୍ଣେଲ କିରୋରି ସିଂ ବଂଶଲାଙ୍କ ଅସ୍ଥି ବିସର୍ଜନ ପୂର୍ବରୁ ଆୟୋଜିତ ଗୁର୍ଜର...

ପ୍ରଥମ ଥର ଭାରତୀୟ ଭାବେ ଭୋଟ ଦେବେ ୧,୦୩୨ ପାକିସ୍ତାନୀ ହିନ୍ଦୁ

ଅହମଦାବାଦ,୬।୧୧: ଭାରତୀୟ ନାଗରିକତ୍ୱ ହାସଲ କରିଥିବା ପାକିସ୍ତାନର ୧,୦୩୨ ହିନ୍ଦୁ ଶରଣାର୍ଥୀ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବେ। ଗତ...

ଜେଲ୍‌ରୁ ୧୩ କଏଦୀ ମାରିଲେ ଚମ୍ପଟ୍‌: ସମସ୍ତେ ଥିଲେ କରୋନା ଆକ୍ରାନ୍ତ

ରେୱାରୀ,୯।୫: ହରିୟାଣାର ରେୱାରୀ ଜିଲାରେ ଏକ ଜେଲ୍‌ରୁ ୧୩ କଏଦୀ ଚମ୍ପଟ ମାରିଛନ୍ତି। ଏହି ସମସ୍ତ କଏଦୀ କରୋନା ଆକ୍ରାନ୍ତ ଥିଲେ। ଏବେ ସମସ୍ତଙ୍କ ଖୋଜା...

ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ…

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ଅପରପକ୍ଷରେ ନୂଆ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ...

ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି

ମୁମ୍ବାଇ,୨୯।୧୦: ମୁସଲମାନ ବିରୋଧୀ ନୀତି ‘ଲଭ୍‌ ଜିହାଦ’ର ପ୍ରସାର କରାଉଥିବା ରେଖା ଶର୍ମାଙ୍କୁ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ପଦରୁ ହଟାଇବା ପାଇଁ ମହିଳା...

Advertisement
Archives

Model This Week