କରୋନା ଭୂତାଣୁଠାରୁ କିପରି ଦୂରେଇ ରଖେ ସାନିଟାଇଜର

ଓ୍ବାଶିଂଟନ,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ବହୁ ଲୋକ ସାନିଟାଇଜର ବ୍ୟବହାର କରିବାକୁ ଏବେ ପସନ୍ଦ କରୁଛନ୍ତି। ବଜାରରେ ସାଧାରଣତଃ ୨ ପ୍ରକାର ସାନିଟାଇଜର ମିଳିଥାଏ। ଗୋଟିଏ ଆଲକୋହଲ ଯୁକ୍ତ ସାନିଟାଇଜର ହୋଇଥିବାବେଳେ ଅନ୍ୟଟି ବିନା ଆଲକୋହଲ ଯୁକ୍ତ ସାନିଟାଇଜର। ବିନା ଆଲକୋହଲ ଯୁକ୍ତ ସାନିଟାଇଜରରେ କ୍ୱାଟେନାରୀ ଆମୋନିୟମ୍‌ ଯୌଗିକ ରହିଥାଏ। ସାଧାରଣତଃ ଏଥିରେ ବେଞ୍ଜାଲକୋନିୟମ୍‌ କ୍ଲୋରାଇଡ୍‌ର ବ୍ୟବହାର କରାଯାଇଥାଏ। ଏହା କିଛି ଅଣୁଜୀବ ନଷ୍ଟ କରିବାକୁ ସକ୍ଷମ ହୋଇଥାଏ। ଅପରପକ୍ଷରେ ଆଲକୋହଲ ଯୁକ୍ତ ସାନିଟାଇଜରରେ ୬୦ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ଆଲକୋହଲ(ଆଇସୋପ୍ରୋପାଇଲ୍‌ ଆଲକୋହଲ, ଇଥାନଲ୍‌) ରହିଥାଏ। ଆଲକୋହଲ ଯୁକ୍ତ ସାନିଟାଇଜରବ୍ୟବହାର ଦ୍ୱାରା ହାତରେ ଲାଗି ରହିଥିବା ବହୁ ଅଣୁଜୀବ, ତଥା ରୋଗ ସୃଷ୍ଟି କରୁଥିବା ଭୂତାଣୁ ସହଜରେ ନଷ୍ଟ ହୋଇଯାଇଥାନ୍ତି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ୬୦ ପ୍ରତିଶତରୁ ଅଧିକ ଆଲକୋହଲ ଥିବା ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି। ଆଲକୋହଲ କରୋନା ଭୂତାଣୁ ଉପରେ ଥିବା ପ୍ରୋଟିନ୍‌ସ୍ତରକୁ ନଷ୍ଟ କରିଥାଏ। ଏହି ପ୍ରୋଟିନ୍‌ସ୍ତର କରୋନା ଭୂତାଣୁର ସୁରକ୍ଷା କବଚ ଭାବେ କାର୍ଯ୍ୟ କରିଥାଏ। ମାତ୍ର ଆଲକୋହଲ ଏହି ବାହ୍ୟ ଆବରଣକୁ ଦ୍ରବିଭୁତ କରି ଦିଏ। ଫଳରେ କରୋନା ଭୂତାଣୁ ବିନା ଆବରଣରେ ନିଷ୍କ୍ରିୟ ହୋଇଯାଇଥାଏ। କିନ୍ତୁ ସାନିଟାଇଜର ଅପେକ୍ଷା ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୋଇଲେ କରୋନା ଭୂତାଣୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ, ଏନ୍‌ଆର୍‌ସି ଲାଗୁ ହେବ: ନଡ୍ଡା

ନୂଆଦିଲ୍ଲୀ, ୨୦।୧୨(ପି.ଟି.):ନାଗରିକତ୍ୱ ଆଇନକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଥିବାବେଳେ ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ସେଥିରେ ଘିଅ ଢାଳିଛନ୍ତି। ନୂଆ ନାଗରିକତ୍ୱ ଆଇନ...

ଇଫତାରରୁ ମହରମ୍‌, ନୀତୀଶଙ୍କ ଧର୍ମନିରପେକ୍ଷ ରାଜନୀତି…

ପାଟନା, ୯।୮: କୁହାଯାଏ ଯେ ରାଜନୀତିରେ କେବେ ବିନା କାରଣରେ କିଛି ହୋଇ ନଥାଏ। ପ୍ରତି ପଦକ୍ଷେପର କିଛି ବିଶେଷ ରାଜନୈତିକ କାରଣ ରହିଥାଏ। ଯାହାଦ୍ୱାରା...

ଶାହିନବାଗ ପରେ ଆଉ ୨ ସ୍ଥାନରେ ଚାଲିଲା ବୁଲଡୋଜର

ନୂଆଦିଲ୍ଲୀ,୧୦ ।୫: ଏମସିଡିର ବୁଲଡୋଜର ସୋମବାର ଦକ୍ଷିଣ ଦିଲ୍ଲୀର ଶାହିନବାଗ ପହଞ୍ଚିଥିଲା । ହେଲେ ସ୍ଥାନୀୟ ଲୋକ ଓ ବିଧାୟକଙ୍କ କାର୍ଯ୍ୟର ବିରୋଧ କରିବାରୁ ଏହାକୁ...

ପିଲାଙ୍କ ମଧ୍ୟରେ ବଢୁଥିବା ନିଶାଭ୍ୟାସ ଅତ୍ୟନ୍ତ ସଙ୍କଟ ଜନକ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ଦେଶରେ ପିଲାମାନଙ୍କ ମଧ୍ୟରେ ବଢୁଥିବା ମଦ୍ୟପାନ ଏବଂ ନିଶା ସେବନ ଆଦି ନିଶାଭ୍ୟାସ ଉପରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ...

ଚାକିରି-ଉନ୍ନତ ଜୀବନ-ଟଙ୍କା ପାଇଁ ୩.୭ ଲକ୍ଷ ଭାରତୀୟ ୨୦୨୨ରେ ଛାଡ଼ିଛନ୍ତି ଦେଶ: ରିପୋର୍ଟ..

ନୂଆଦିଲ୍ଲୀ,୧୫।୩ : ଆମ ଦେଶରେ ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସୁଥିଲେ। ହ୍ୟୁଏନ ଶାଙ୍ଗ ସପ୍ତମ ଶତାବ୍ଦୀରେ...

ତୃତୀୟ ଲହର ଆଶଙ୍କା, ୭ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି…

ନୂଆଦିଲ୍ଲୀ,୨୪।୧୦: କରୋନା ସଂକ୍ରମଣ ଘଟଣା ହଠାତ୍‌ ବୃଦ୍ଧି ପାଇବାରେ ଲାଗିଛି। ଏହାର ସର୍ବାଧିକ ପ୍ରଭାବ ପଶ୍ଚିମବଙ୍ଗ ସମେତ ୭ଟି ରାଜ୍ୟରେ ଦେଖିବାକୁ ମିଳୁଛି। ଏହାର କାରଣ...

ତେଲକୁ ଜିଏସ୍‌ଟି ଅଧୀନକୁ ଆଣିବା ପାଇଁ କେନ୍ଦ୍ର ପ୍ରସ୍ତୁତ

ଶ୍ରୀନଗର,୧୫ା୧୧(ପି.ଟି.):ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ତେବେ ଏଥିପାଇଁ ରାଜଗ୍ୟଗୁଡ଼ିକ ସହମତ ହେବା ଆବଶ୍ୟକ ବୋଲି ପେଟ୍ରୋଲିୟମ ଓ...

କୋଭିଡ୍‌ ପରିସ୍ଥିତିର ସମୀକ୍ଷା କଲେ ଆର୍‌ଡିସି

ପୁରୀ ଅଫିସ, ୮।୮: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଅନିଲ କୁମାର ସାମଲ ପୁରୀ ଜିଲା କୋଭିଡ୍‌ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସ୍‌ ପରିସରରେ...

Advertisement
Archives

Model This Week