କରୋନା ଭାଇରସ: ସିଲ୍‌ ହେଲା ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’

ମୁମ୍ବାଇ,୭।୪: କରୋନା ଭାଇରସ ମହାରାଷ୍ଟ୍ରରେ ଅଧିକ ପରିମାଣରେ ଲୋକଙ୍କ ମଧ୍ୟରେ ଦେଖାଯିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଏକ ଚ୍ୟାଲେଞ୍ଚ ହୋଇ ଠିଆ ହୋଇଛି ବୋଲି କୁହାଯାଉଛି। ଏଠାରେ ପ୍ରତିଦିନ କେହି ନା କେହି କରୋନାରେ ସଂକ୍ରମିତ ହେଉଥିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏବେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ଚା’ ଦୋକାନ କରିଥିବା ଜଣେ ମହିଳା କରୋନାରେ ପୀଡ଼ିତ ହେବା ପରେ ଏବେ ଠାକରେ ପରିବାରର ଚିନ୍ତା ବଢିଯାଇଥିବ ବୋଲି ଆଲୋଚନା ହେଉଛି। କାରଣ ଠାକରେଙ୍କ ଘର ସାମ୍ନାରେ ଯେଉଁ ଚା’ ଦୋକାନ ରହିଛି ସେଠାରେ ମାତୋଶ୍ରୀକୁ ଆସୁଥିବା ଲୋକେ ଓ ସେଠାକାର କେତେଜଣ ସୁରକ୍ଷାକର୍ମୀ ଚା’ ପିଉଥିବାରୁ ହୁଏତ ସେମାନେ କରୋନାରେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଇ ଏବେ ମାତୋଶ୍ରୀକୁ ସିଲ୍‌ କରି ଦିଆଯିବା ସହ ସାନିଟାଇଜ କରାଯାଉଛି। ଏହି ଚା’ ଦୋକାନଟି ଉଦ୍ଧବ ଠାକରେଙ୍କ ଘର ନିକଟରୁ ମାତ୍ର ୫୦ ମିଟର ଦୂରରେ ରହିଥିବାରୁ ଏହା ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୭୦ ଜଣ ପୋଲିସଙ୍କୁ କ୍ୱାରାଣ୍ଟାଇନରେ ରଖାଯିବା ସହ ଠାକରେ ପରିବାରର ସୁରକ୍ଷାରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପୁଣି ୩୩୪ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୩୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ...

ଶ୍ରୀଲଙ୍କା ବିସ୍ଫୋରଣ ପରେ ବେଙ୍ଗାଲୁରରେ ହାଇ ଆଲର୍ଟ ଜାରି

ବେଙ୍ଗାଲୁର,୨୭।୪: ଶ୍ରୀଲଙ୍କାରେ ଗତ ୨୧ ତାରିଖରେ ହୋଇଥିବା ବିସ୍ଫୋରଣ ପରେ ବେଙ୍ଗାଲୁର ଓ ମୈସୂରୁରେ ହାଇ ଆଲର୍ଟ ଜାରି କରାଯାଇଛି। କର୍ନାଟକର ଦକ୍ଷିଣାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା...

ଭାଜପା ନେତାଙ୍କ ବୟାନ୍‌, ଖୁବଶୀଘ୍ର ଭାଜପାରେ ଯୋଗଦେବେ ଧୋନୀ

ନୂଆଦିଲ୍ଲୀ, ୧୨।୭: ଆଇସିସ ବିଶ୍ୱକପରେ ଭାରତ ବିଶ୍ୱକପରୁ ବିଦାୟ ନେବାପରେ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏହି...

ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପୋଷ୍ଟର ଲଗାଉଥିଲେ ସ୍ବାମୀ, ଚାଲିଗଲା ଜୀବନ

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶର ହରଦୋଇ ଜିଲାର ଗ୍ରାମୀଣ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ଦୁଃଖଦ ଘଟଣା ଘଟିଛି। ସରପଞ୍ଚ ପଦବୀରେ ଠିଆ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ...

ମୁମ୍ବାଇ ପୋଲିସକୁ ୟୁଜରଙ୍କ ପ୍ରଶ୍ନ-ମୋ ନାଁ ସନି, ମୁଁ ବାହାରକୁ ଯାଇପାରିବି କି?

ମୁମ୍ବାଇ, ୨୫।୫: ମଜାଳିଆ ପୋଷ୍ଟ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେବାରେ ମୁମ୍ବାଇ ପୋଲିସର କେହି ସମକକ୍ଷ ହୋଇପାରିବେ ନାହିଁ। ନିକଟରେ ଜଣେ ୟୁଜର ଟୁଇଟରରେ ମୁମ୍ବାଇ...

କରୋନାକୁ ମେ’ ୧୫ ସୁଦ୍ଧା ରୋକାଯିବା ଆବଶ୍ୟକ, ନଚେତ ପରିସ୍ଥିତିକୁ ସମ୍ଭାଳିପାରିବେ ନାହିଁ ସରକାର

ଭୁବନେଶ୍ୱର,୨୪।୩(ବ୍ୟୁରୋ): ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ସବୁଠାରୁ ବଡ଼ ବିପଦ ରହିଛି। ଏହା ବ୍ୟତୀତ ଅନ୍ୟ ରୋଗ ଯଥା ଡାଇବେଟିସ, ହୃଦରୋଗ, କ୍ୟାନ୍‌ସର, ଶ୍ୱାସଜନିତ...

ରୋହିଙ୍ଗ୍ୟାଙ୍କ ମନରେ ଭାରତ ବିରୋଧରେ ବିଷ ମଞ୍ଜି ବୁଣୁଛି ଜୈଶ୍‌: ବିଏସ୍‌ଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୭।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ଜାରି ରଖିଛି। ମ୍ୟାନ୍‌ମାର୍‌ରୁ ଭାରତ ଏବଂ ବାଂଲାଦେଶରେ ଶରଣ ନେଇଥିବା ରୋହିଙ୍ଗ୍ୟାଙ୍କ...

ବିବାହ ନିମନ୍ତ୍ରଣ କାର୍ଡରେ ନିଶା ନିବାରଣ ପାଇଁ ସଚେତନତା ବାର୍ତ୍ତା

ଜୟପୁର,୨।୭: ନିଶା ନିବାରଣ ପାଇଁ ସରକାର ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦେଶରେ ନାନା ଅଭିଯାନ ଜାରି ରହିଛି। ତେବେ ରାଜସ୍ଥାନର ଭିୟାଡ୍‌ ଗାଁ ଏହି...

Advertisement


Archives

Model This Week