Posted inଜାତୀୟ

କରୋନା ଭାଇରସ ରୋଗୀ ଚିହ୍ନଟ ପରେ ଗେହଲଟ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଜୟପୁର,୩।୩: ଚାଇନାରେ କାୟା ବିସ୍ତାର କରି ଚାଲିଥିବା କରୋନା ଭାଇରସ ଭାରତରେ ମଧ୍ୟ ତା’ର ଉପସ୍ଥିତି ଜାହିର କରି ସାରିଛି। ସୋମବାର ଭାରତରେ ୩ କରୋନା ଭାଇରସ ପଜିଟିଭ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ମନରେ ଛନକା ପସିଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ଦିଲ୍ଲୀର, ଜଣେ ତେଲେଙ୍ଗାନାର ଓ ଅନ୍ୟଜଣେ ରାଜସ୍ଥାନ ଜୟପୁରର ବୋଲି ଜଣାପଡିଛି। ଏମାନଙ୍କୁ ଆଇସୋଲେଶନ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏପଟେ ଜୟପୁରରେ ଜଣେ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ। ଏହି ବୈଠକରେ ଗେହଲଟ କହିଛନ୍ତି କେନ୍ଦ୍ର ସରକାର କରୋନା ଭାଇରସକୁ ନେଇ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ପାଳନ କରାଯିବା ଉଚିତ। ଏହାସହ ରାଜ୍ୟରେ ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। କେହି ବିଦେଶ ଗସ୍ତ କରିବାର ଥିଲେ ସମସ୍ତ ନିୟମ ପାଳିବାକୁ ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆମେରିକାରେ ମଧ୍ୟ ଏଥିରେ ସଂକ୍ରମିତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପଟେ ଚାଇନାରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୩ ହଜାର ପାର କରିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋଚନା ମୋତେ ପସନ୍ଦ, କେବେ କେବେ ଆଲୋଚନା କରୁଥିବା ଲୋକଙ୍କୁ ମୁଁ ମିସ୍ କରିଥାଏ: ମୋଦି

ନୂଆଦିଲ୍ଲୀ,୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ମାଗାଜିନକୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି, ମୋତେ ଆଲୋଚନା ପସନ୍ଦ । ହେଲେ ଦୁର୍ଭାଗ୍ୟ ଯେ ଆଲୋଚନା...

ଲାଲ୍‌ କିଲ୍ଲାରେ ପ୍ରଥମ ଥର ପାଇଁ ସଲାମୀ ଦେବ ସ୍ବଦେଶୀ ତୋପ…

ନୂଆଦିଲ୍ଲୀ, ୧୧।୮ : ଅଗଷ୍ଟ ୧୫ରେ ୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ ୨୧ ଥର ତୋପ...

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା, ଏନଆଇଏ କରିବ ଯାଞ୍ଚ, ପାକ-ଖଲିସ୍ତାନ ଷଡଯନ୍ତ୍ରର କରିବ ଅନୁସନ୍ଧାନ

ଲଣ୍ଡନ/ନୂଆଦିଲ୍ଲୀ,୧୮।୪: ବ୍ରିଟେନର ରାଜଧାନୀ ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ହୋଇଥିବା ପ୍ରଦର୍ଶନ ମାମଲାର ଯାଞ୍ଚ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ କରିବ। ସୂଚନାଯୋଗ୍ୟ,...

ହେଲ୍‌ମେଟ୍‌ ନ ପିନ୍ଧିଥିବା ବାଇକ୍‌ ଚାଳକଙ୍କୁ ଚକୋଲେଟ୍‌ ଦେଲା ଟ୍ରାଫିକ୍‌ ପୋଲିସ

ଇମ୍ଫାଲ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଜେଲ୍‌ଦଣ୍ଡର ବ୍ୟବସ୍ଥା କରାଯାଇଛି। ପୂର୍ବରୁ...

ଆରମ୍ଭ ହେଲା ବଦ୍ରିନାଥ କବାଟ ବନ୍ଦ ପ୍ରକ୍ରିୟା

ଡେରାଡୁନ,୧୩।୧୧: ପଞ୍ଚ ପୂଜା ସହ ବଦ୍ରିନାଥ ଧାମର କବାଟ ବନ୍ଦ ହେବା ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଗଣେଶ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ଗଣେଶ ମନ୍ଦିରର...

‘ଭାଜପା ଅଫିସ୍‌ ଉପରେ ବୁଲଡୋଜର ଚଳାଇବା ଉଚିତ୍‌’

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା...

ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ...

ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ : ମୋଦି

ପାଟନା,୧।୮-ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ...

Advertisement
Archives

Model This Week