କରୋନା ଭାଇରସ ଭଳି ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କଲେ ପୋଲିସ

ଚେନ୍ନାଇ,୨୮।୩: କରୋନା ଭାଇରସ ସଂକ୍ରମଣ ସମୟରେ ଘରେ ରହିବା କେତେ ଜରୁରୀ ତାହା ଏପର୍ଯ୍ୟନ୍ତ ଅଧିକାଂଶ ଲୋକେ ବୁଝି ପାରି ନ ଥିବା କୁହାଯାଏ। ସବୁ ରାଜ୍ୟରେ ପୋଲିସ ବାହାରକୁ ବାହାରୁଥିବା ଲୋକଙ୍କୁ ଏ ସମ୍ପର୍କରେ ବୁଝାଉଥିବା ବେଳେ ଅନେକ ଲୋକ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିବା ଦେଖାଯାଇଛି। ଏହାକୁ ଦେଖି ତାମିଲନାଡୁ ପୋଲିସ ଏକ ଅଭିନବ ଉପାୟ ଚିନ୍ତା କରିଛି। ଏବେ ସେଠାକାର କେତେଜଣ ପୋଲିସ କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ୍‌ ତିଆରି କରି ନିଜେ ପିନ୍ଧିବା ସହ ଏହାକୁ ନେଇ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଇନ୍ସପେକ୍ଟର ରାଜେଶ ବାବୁ କୁହନ୍ତି, ଆମେ ଲୋକମାନଙ୍କୁ ଘରେ ରହିବାକୁ କହୁଛୁ। ହେଲେ ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ନେଇ ସଚେତନତାର ଅଭାବ ଥିବାରୁ ପୋଲିସ କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା କହିଛି। ଏହି ହେଲମେଟ୍‌କୁ ସ୍ଥାନୀୟ ଜଣେ ଶିଳ୍ପୀ ଗୌତମ ତିଆରି କରିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ଜାଳିଦିଅନ୍ତି ତାଲିବାନ, ସେଠି ମହିଳା ଗଢ଼ିଛନ୍ତି ଅର୍କେଷ୍ଟ୍ରା ପାର୍ଟି

ଆଫଗାନିସ୍ତାନ ଏମିତି ଏକ ଦେଶ ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ତାଲିବାନମାନେ ଜିଅନ୍ତା ଜାଳିଦିଅନ୍ତି। କିନ୍ତୁ ସେଠି ମହିଳାମାନେ ଏକତ୍ରିତ ହୋଇ କାହାକୁ ଖାତିର ନ କରି ଗଢ଼ିଛନ୍ତି...

ବିରୋଧି ଯେତେ ପ୍ରଚାର କଲେ ବି ଭାଜପା ଗଢିବ ସରକାର: ମୋଦି

କାନପୁର,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନ ପ୍ରଚାର ଲାଗି କନ୍ନୌଜ ପହଞ୍ଚିଥିଲେ। ସେଠାରେ ସେ ଲୋକଙ୍କ ଭିଡକୁ ଦେଖି ସେମାନଙ୍କୁ ହୃଦୟର ସହ ସମ୍ମାନ...

କଂଗ୍ରେସ ଏମ୍‌ପି ବସନ୍ତକୁମାରଙ୍କ କରୋନାରେ ମୃତ୍ୟୁ

ଚେନ୍ନାଇ,୨୮।୮-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ଏମ୍‌ପି ଏଚ. ବସନ୍ତକୁମାର। ବସନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତ ୧୦ ତାରିଖରେ...

ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେଲା ସ୍ବତନ୍ତ୍ର ଡେସ୍କ

ନୂଆଦିଲ୍ଲୀ, ୩।୧: କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଏକ ସ୍ବତନ୍ତ୍ର ଅଯୋଧ୍ୟା ଡେସ୍କ ଗଠନ କରିଛନ୍ତି। ଅଯୋଧ୍ୟା ସହ ଜ ସମସ୍ତ ପ୍ରସଙ୍ଗ...

କରୋନିଲ ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ଔଷଧ ତିଆରି କରୁଛି ପତଞ୍ଜଳୀ

ହରିଦ୍ୱାର,୨।୬: କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ସମଗ୍ର ଦେଶ ଭାକ୍ସିନକୁ ନେଇ ଚର୍ଚ୍ଚା କରୁଥିଲା, ସେତେବେଳେ ଯୋଗଗୁରୁ ବାବା ରାମଦେବ କରୋନିଲ ଔଷଧ ତିଆରି...

୧୦ରୁ ଖୋଲିବ ମ୍ୟୁଜିୟମ: ସଂସ୍କୃତି ମନ୍ତ୍ରଣାଳୟର ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୬ା୧୧(ପିଆଇବି):ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନ୍‌ଲକ୍‌ ୫.୦ ଗାଇଡ୍‌ଲାଇନ ଆଧାରରେ ୧୦ ତାରିଖରୁ ଦେଶରେ ମ୍ୟୁଜିୟମ୍‌, ଆର୍ଟ ଗ୍ୟାଲେରି ଏବଂ ପ୍ରଦର୍ଶନୀ ଖୋଲିବାକୁ ଯାଉଛି। ଏଥିପାଇଁ ସଂସ୍କୃତି...

୨୮% ସଂକ୍ରମିତଙ୍କଠାରେ ଲକ୍ଷଣ ନାହିଁ

ନୂଆଦିଲ୍ଲୀ,୩୧ା୫(ପି.ଟି.): ଭାରତରେ ଏପ୍ରିଲ ୩୦ ସୁଦ୍ଧା ୪୦,୧୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୮ ପ୍ରତିଶତଙ୍କଠାରେ କୋଭିଡ୍‌-୧୯ର କୌଣସି ଲକ୍ଷଣ ନ...

ଲକ୍ଷ୍ନୌ-ନୂଆଦିଲ୍ଲୀ ମଧ୍ୟରେ ଅକ୍ଟୋବରରେ ଗଡ଼ିବ ତେଜସ ଏକ୍ସପ୍ରେସ

ନୂଆଦିଲ୍ଲୀ,୨୧।୯: ଲକ୍ଷ୍ନୌ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବାକୁ ଥିବା ତେଜସ ଏକ୍ସପ୍ରେସ୍‌ ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। କାରଣ ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ...

Advertisement


Archives

Model This Week

Why Dharitri