କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍‌ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍‌ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଅଟୋମୋବାଇଲ କମ୍ପାନୀ ମଧ୍ୟ କାମ କରିବାକୁ ଆରମ୍ଭ କରିଦେଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଗାମୀ ୨ ମାସ ପର୍ଯ୍ୟନ୍ତ ଆଞ୍ଚଳିକ ନିର୍ମାତାଙ୍କ ସହ ଭାରତ ଇଲେକ୍‌ଟ୍ରୋନିକ୍‌ ଲିମିଟେଡ ମିଶି ୩୦ହଜାର ଭେଣ୍ଟିଲେଟର ତିଆରି କରିବ। ଏଥିରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ସେହିପରି ନଏଡାର ଆଗ୍ରା ହେଲ୍‌ଥକେୟାରକୁ ଏକ ମାସ ଭିତରେ ୧୦ ହଜାର ଭେଣ୍ଟିଲେଟର ତିଆରି କରିବାକୁ ଅର୍ଡର ଦିଆଯାଇଥିବା ବେଳେ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ସେ ଏହାର ସପ୍ଲାଇ ଆରମ୍ଭ କରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଏବେ ଦେଶର ଭିନ୍ନ ଭିନ୍ନ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ୧୪ ହଜାରରୁ ଉର୍ଦ୍ଧ୍ୱ ଭେଣ୍ଟିଲେଟର ଉପଲବ୍ଧ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଡିଆର୍‌ଡିଓ ମଧ୍ୟ ଆସନ୍ତା ସପ୍ତାହରୁ ୨୦ ହଜାର ଏନ୍‌-୯୯ ମାସ୍କ ତିଆରି କରିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ରାଜନାଥ ସିଂ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କ ଅଶ୍ଲୀଳ ଭାଷା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଚନ୍ଦ୍ରୟାନ-୩...

ଗୃହରେ କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ,୨୯।୧୧: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶ ଭକ୍ତ କହି ବିବାଦ ଘେରକୁ ଆସିଥିବା ଏମ୍‌ପି ପ୍ରଜ୍ଞା ଠାକୁର ଶୁକ୍ରବାର ଲୋକ ସଭାରେ କ୍ଷମା...

ଖସୁଛି ଆର୍ଥିକ ଅଭିବୃଦ୍ଧି ହାର; ତ୍ୱରିତ ସୁଧାର ସମ୍ଭାବନା କମ୍‌

ନୂଆଦିଲ୍ଲୀ, ୨୮-୮: ଦେଶର ଆର୍ଥତ୍କ ଅଭିବୃଦ୍ଧି ହାର ଖସୁଛି। ଏଥିରେ ତୁରନ୍ତ ସୁଧାର ଆସିବାର ସମ୍ଭାବନା କମ୍‌ ରହିଥିବା ବଜାର ବିଶେଷଜ୍ଞମାନେ କହୁଛନ୍ତି। ଦେଶ ମଧ୍ୟରେ...

ଭୁବନେଶ୍ୱରରୁ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୨୪୯ ରହିଛି ଲୋକାଲ କେସ୍‌

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ମଙ୍ଗଳବାର ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୬ ଜଣ ରହିଥିବା ବେଳେ...

କମଲନାଥଙ୍କୁ ମାୟାବତୀଙ୍କ ସମର୍ଥନ ପ୍ରତ୍ୟାହାର ଧମକ

ଭୋପାଳ,୧ା୫: ମଧ୍ୟପ୍ରଦେଶର କମଲନାଥ ସରକାରଙ୍କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ସମର୍ଥନ ପ୍ରତ୍ୟାହାର ଧମକ ଦେଇଛନ୍ତି। ଗୁନା ଆସନରୁ ଏସ୍‌ପି-ବିଏସ୍‌ପି ପ୍ରାର୍ଥୀ ହୋଇଥିବା ଲୋକେନ୍ଦ୍ର ସିଂ ରାଜପୁତ...

‘ମୋଦିଙ୍କ ସିପାହୀ ସାଜି କରିବି ଦେଶ ସେବା’

ଗାନ୍ଧିନଗର,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଭାଜପାରେ ଯୋଗଦେବେ। ଏହା ପୂର୍ବରୁ ସେ ଦେଶ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିପାହି...

କେଜରିଓ୍ବାଲଙ୍କ ବାସଭବନରେ ୪୫ କୋଟି ନୁହେଁ ଖର୍ଚ୍ଚ ହୋଇଛି ୧୭୧ କୋଟି: କଂଗ୍ରେସ…

ନୂଆଦିଲ୍ଲୀ,୭।୫ : ଭେଟେରାନ କଂଗ୍ରେସ ନେତା ଅଜୟ ମାକେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଅଜୟ ମାକେନ କହିଛନ୍ତି କେଜରିୱାଲଙ୍କ ବାସଭବନର ପୁନର୍ନିର୍ମାଣରେ...

ଭୋକ ଓପାସରେ ବାହାର ରାଜ୍ୟର ୯ ଶ୍ରମିକ

ଖଇରା, ୬।୪(ଡି.ଏନ.ଏ.): ବାହାର ରାଜ୍ୟର ୯ଜଣ ଶ୍ରମିକ ୨ଦିନ ହେଲା ଭୋକଓପାସରେ ରହିଛନ୍ତି। ସେମାନେ ବାଲେଶ୍ୱର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ସିଂହିପୁର...

Advertisement
Archives

Model This Week