କରୋନା ଭାଇରସ୍‌କୁ ନଷ୍ଟ କରିବ ନୂଆ ମାସ୍କ

ନୂଆଦିଲ୍ଲୀ, ୧୮ା୪: କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ତା’ର କାୟା ମେଲାଇଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ଔଷଧ ବାହାର କରିବାକୁ ସବୁ ଦେଶର ବିଶେଷଜ୍ଞମାନେ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏ କ୍ଷେତ୍ରରେ ଏକ ସଫଳତା ହାସଲ କରିଛନ୍ତି ସିଏସ୍‌ଏମ୍‌ସିଆର୍‌ଆଇର ବୈଜ୍ଞାନିକମାନେ। ଗୁଜରାଟର ଭାବନଗରରେ ଥିବା ସେଣ୍ଟ୍ରାଲ ସଲ୍ଟ ଆଣ୍ଡ ମେରାଇନ୍‌ କେମିକାଲ୍ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଏଭଳି ଏକ ମାସ୍କ ତିଆରି କରିଛନ୍ତି, ଯାହା କରୋନା ଭାଇରସ୍‌କୁ ନଷ୍ଟ କରିବାରେ ବିଶେଷଭାବେ ସହାୟକ ହୋଇପାରିବ। ଭୂତାଣୁ ଏହି ମାସ୍କ ସଂସ୍ପର୍ଶରେ ଆସିବା ମାତ୍ରେ ଆପେ ଆପେ କିଛି ସମୟ ପରେ ନଷ୍ଟ ହୋଇ ଯିବ। ବୈଜ୍ଞାନିକଙ୍କ କହିବା ଅନୁସାରେ, ସ୍ବତନ୍ତ୍ର ମ୍ୟାଟେରିଆଲ୍‌ରେ ତିଆରି କରାଯାଇଥିବା ମାସ୍କରେ ଛିଦ୍ରଯୁକ୍ତ ଏକ ବିଶେଷ ସାମଗ୍ରୀ ବ୍ୟବହାର କରାଯାଇଛି। ଏହାକୁ ଅଲଗା ଅଲଗା ପରସ୍ତ କରି ତିଆରି କରାଯାଇଛି, ଯାହା ୧୫୦ ମାଇକ୍ରୋମିଟରର ମୋଟା। ଏହି ମାସ୍କ ୬୦ ନେନୋମିଟର କିମ୍ବା ତା’ଠାରୁ ଅଧିକ ଯେକୌଣସି ଭାଇରସ୍‌କୁ ନଷ୍ଚ କରିପାରିବ ବୋଲି ଦାବି କରାଯାଇଛି। ତେବେ ଏହି ମାସ୍କକୁ ଏପର୍ଯ୍ୟନ୍ତ କୌଣସି ଡାକ୍ତରୀ ମାନ୍ୟତା ମିଳି ପାରିନାହିଁ। ସବୁଠୁ ବଡ଼ କଥା ହେଉଛି ଏହି ମାସ୍କକୁ ଧୋଇବା ପରେ ପୁଣି ଥରେ ବ୍ୟବହାର କରିହେବ। ସଂସ୍ଥାର ବେଜ୍ଞାନିକମାନେ ଏକ ସପ୍ତାହ ମଧ୍ୟରେ ଏଭଳି ଏକ ମାସ୍କ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ମାନ୍ୟତା ମିଳିବା ପରେ ଏହାକୁ ଡାକ୍ତର ତଥା ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟବହାର ପାଇଁ ଅଧିକ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉକୁ ବିରୋଧ: ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୭ା୫: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଥିରୁଭାନନ୍ତନପୁରମ୍‌ସ୍ଥିତ ବାସଭବନ ବାହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇଏମ) କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଗାଡ଼ି…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri