Posted inଜାତୀୟ

କରୋନା ଭାଇରସର ଔଷଧକୁ ନେଇ ଗବେଷଣା କରିବ ଏମ୍ସ!

ନୂଆଦିଲ୍ଲୀ,୧୧।୩: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ଡାକ୍ତରମାନେ ଅଗାମୀ ଦିନରେ କରୋନା ଭାଇରସର ଔଷଧ ଓ ଟିକାକୁ ନେଇ ଗବେଷଣା କରିବେ ବୋଲି ଜଣାପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଯେଉଁ ନିର୍ଦ୍ଦେଶ ଜାରି କରିଛି ସେହି ଅନୁଯାୟୀ ଏମ୍ସର ଡାକ୍ତରମାନେ କାମ କରିବେ ବୋଲି କୁହାଯାଉଛି। ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ଏପର୍ଯ୍ୟନ୍ତ କରୋନା ଭାଇରସକୁ ନେଇ ଯେତିକି ତଥ୍ୟ ଆସିଛି ସେହି ଅନୁଯାୟୀ ଜଣେ ଅନ୍ୟ ଜଣଙ୍କ ସମ୍ପର୍କରେ ଆସିଲେ ଏହା ବ୍ୟାପୁଛି ବୋଲି ଦେଖାଯାଇଛି। ସେ କହିଛନ୍ତି ବିଦେଶରୁ ସଂଗ୍ରହ କରାଯାଇଥିବା ନମୁନା ପରୀକ୍ଷା କରାଯାଉଛି। ଚାଇନାର ବୁହାନ ସହରରୁ ଆସିଥିବା ଭାରତୀୟଙ୍କ ନମୁନା ମଧ୍ୟ ପରୀକ୍ଷା କରାଯାଉଛି। ସେହିପରି ଇରାନରୁ ଆସିଥିବା କିଛି ନମୁନା ମଧ୍ୟ ଏମ୍ସରେ ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି। ଖୁବ୍‌ଶୀଘ୍ର ଏହାର ରିପୋର୍ଟ ପ୍ରକାଶ ପାଇବ। ଏହି କରୋନା ଭାଇରସ ଯେଭଳି ଭାବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି ଏମ୍ସର ଡାକ୍ତରମାନେ ମଧ୍ୟ ଏହାର ଗବେଷଣାର ଅଂଶ ହେବେ ବୋଲି ଗୁଲେରିଆ କହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ରାଜନେତାଙ୍କ ‘ବୟସ-ଦୁର୍ନୀତି’: ସତ୍ୟପାଠରେ ଭୁଲ ତଥ୍ୟ

ପାଟନା, ୧୨।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏପରିସ୍ଥଳେ ରାଜନେତାଙ୍କ ‘ବୟସ-ଦୁର୍ନୀତି’ର ପର୍ଦ୍ଦାଫାଶ୍‌ ହୋଇଛି। ସତ୍ୟପାଠରେ ରାଜନେତାମାନେ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ...

ଦେଶରେ ବଢୁଛି ଟିବି ରୋଗୀଙ୍କ ସଂଖ୍ୟା, ୨୦୨୦ ତୁଳନାରେ ୧୮ ପ୍ରତିଶତ ଅଧିକ

ନୂଆଦିଲ୍ଲୀ/ଜେନେଭା,୨୯ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁରୁବାର ଅର୍ଥାତ୍ ୨୭ ଅକ୍ଟୋବରରେ ଗ୍ଲୋବାଲ ଟିବି ରିପୋର୍ଟ ୨୦୨୨ ଜାରି କରିଛି । ଏହି ରିପୋର୍ଟ ଅନୁଯାୟୀ,...

କରୋନା କଟକଣା ମଧ୍ୟରେ ପାଳନ ହେଲା ଖ୍ରୀଷ୍ଟମାସ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୫ ।୧୨: କରୋନା କଟକଣା ମଧ୍ୟରେ ସାରା ବିଶ୍ୱରେ ପାଳନ କରାଯାଇଛି ବଡଦିନ ବା ଖ୍ରୀଷ୍ଟମାସ । ସାରା ଦେଶରେ ପ୍ରଭୁ ଯିଶୁଙ୍କ ଏହି ଜନ୍ମଦିନକୁ...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ

ନୂଆଦିଲ୍ଲୀ,୨୭।୪: ଆସନ୍ତା ସୋମବାର ଅର୍ଥାତ୍‌ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ସେଥିଲାଗି ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରଚାର କାମ ସମାପ୍ତ କରାଯିବ।...

ଜଲନ୍ଧର ରେଲଓ୍ବେ ଷ୍ଟେସନରେ ଏକ ସୁଟ୍‌କେସ୍‌ରୁ ମିଳିଲା ମୃତଦେହ

ଜଲନ୍ଧର,୧୫।୧୧: ପଞ୍ଜାବ ଜଲନ୍ଧରର ସିଟି ରେଲଓ୍ବେ ଷ୍ଟେସନ ବାହାରେ ଏକ ଲାଲ ସୁଟକେସ୍‌ ମିଳିଛି। ସେଥିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଥିବା ଜଣାପଡ଼ିଛି। ଏହି...

ଭାଜପା ପାଇଁ ବଢିଲା ଅଡୁଆ

ଚଣ୍ଡିଗଡ,୧୮।୧୨: ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର...

‘ନୂତନ ଶିକ୍ଷାନୀତି ନୂଆ ଭାରତର ମୂଳଦୁଆ’

ନୂଆଦିଲ୍ଲୀ, ୮।୮(ପି.ଟି.): ନୂତନ ଜାତୀୟ ଶିକ୍ଷାନୀତି ନବଭାରତର ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହିତ ଏଥିରେ ଥିବା ସଂସ୍କାରକୁ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ...

ଦେଶରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୪।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୦୮ ନୂଆ...

Advertisement
Archives

Model This Week